ଏ ଅପମାନ ସବୁ ଦିନ ପାଇଁ ମନେ ପଡିବ ବାବୁ, ମୁଁ ଜଣେ ସିକ୍ଯୁରିଟି ଗାର୍ଡ ହେଲି ବୋଲି କଣ ତୁମେ ମତେ…

ବନ୍ଧୁଗଣ ମଣିଷ ଜୀବନରେ ଉଭୟ ଦୁଃଖ ଏବଂ ସୁଖ ଆସିଥାଏ । ସୁଖ ସମୟରେ ମଣିଷ ବହୁତ ଆନନ୍ଦ ଉଠାଇ ଥାଏ ହେଲେ ଦୁଃଖ ସମୟ ମଣିଷ ପାଇଁ କାଳ ପାଲଟି ଯାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏଭଳି ଏକ ବିଷୟ ବସ୍ତୁ ନେଇ ଆସିଛୁ ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏକ ସିକ୍ୟୁରିଟି ଗାର୍ଡର ସଂଘର୍ଷ ମୟ ଜୀବନୀ ବିଷୟରେ କହିବାକୁ ଯାଉଛୁ । ଗୋଟେ ସିକ୍ୟୁରିଟି ଗାର୍ଡ କଲେଜରେ ଚାକିରି କରୁଥିଲା । ସେ ଚାକିରି କରିବା ସମୟରେ ପାଠ ବି ପଢୁଥିଲା । ପାଠ ପଢିବା ସମୟରେ ହଠାତ କଲେଜର ଜଣେ ପ୍ରଫେସର ଆସି ପହଞ୍ଚିଲେ ହେଲେ ସିକ୍ୟୁରିଟି ଗାର୍ଡ ଜଣକ ପ୍ରଫେସରଙ୍କୁ ଦେଖି ନଥିଲା । ଏହା ପରେ ପ୍ରଫେସର ଜଣକ ସିକ୍ୟୁରିଟି ଗାର୍ଡକୁ ବହୁତ ଦୁର୍ବ୍ୟବହାର କରିଲେ । ସେ କହିଲେ ତମେ ଯେଉଁ କାମ ପାଇଁ ଆସିଛ ତାକୁ ନ କରି ପାଠ କାହିଁକି ପଢୁଛ ।

ଗୋଟେ ଦିନ ପାଠ ପଢି ଦେଲେ ତମେ କଣ ଆଇଏଏସ ଅଫିସର ହେଇଯିବ । ଏହା ପରେ ସିକ୍ୟୁରିଟି ଗାର୍ଡ ଜଣକ କହିଲେ ଆଜ୍ଞା ମୋର ବାପା ଚା ଦୋକାନ କରି ମୋତେ ଗ୍ରାଜୁଏଟ କରିଥିଲେ । ଇଛା ଥିଲା ପାଠ ପଢିଥାନ୍ତି । ତେଣୁ ଏଠି କଲେଜ ପିଲା ମାନଙ୍କୁ ଦେଖି ମୋର ଟିକେ ପଢିବା ପାଇଁ ଇଛା ହେଲା । ଏହା ପରେ ପ୍ରଫେସର ଜଣକ କହିଲେ, ଯଦି ତୁ କାମ ନକରିବୁ ଆଉ ଟିକେ ଏପଟ ସେପଟ ହେବୁ ତା ହେଲେ ମୁଁ ତୋ ନାରେ କମ୍ପ୍ଲେନ କରି ତୋର ଚାକିରି ଛଡେଇ ଦେବି ।

ଏହା ଶୁଣି ସିକ୍ୟୁରିଟି ଗାର୍ଡ ଜଣକ କହିଲା, ନାହିଁ ଆଜ୍ଞା ଏମିତି କରନ୍ତୁନି ମୁଁ ପିଜି ସାରି ଏବେ ପିଏଚଡି କରୁଛି ପାଠ ପଢା ସାରିଲେ ମୋର ପ୍ରଫେସର ଚାକିରି ହେଇଯିବ । ଏହା ପରେ ପ୍ରଫେସର କହୁଛନ୍ତି, ହଁ ଏମିତି ଯଦି ହେଇଥାନ୍ତା ତା ହେଲେ ଆଉ କେହି କଲେଜ ନଯାଇ ସିକ୍ୟୁରିଟି ଗାର୍ଡ ହେଇଯିବେ । ଏହା ପରେ କିଛି ମାସ ବୀତି ଗଲା । ଆଉ ସେହି କଲେଜରେ ସିକ୍ୟୁରିଟି ଗାର୍ଡ ଜଣକ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ଚାକିରି ପାଇଲେ ଆଉ ସେହି ପ୍ରଫେସର ଜଣକ ତାଙ୍କୁ ଦେଖି କହିଲେ ଆରେ ତୁ ଏଠି କଣ କରୁଛୁ ।

ଏହା ପରେ ବ୍ୟକ୍ତି ଜଣକ କହିଲେ, ସେ ଦିନ ଆପଣ ଯେଉଁ ଅପମାନ ମୋତେ ଦେଇ ଥିଲେ ତାହା ମୋ ପାଇଁ ପ୍ରେରଣା ପାଲଟି ଗଲା ଆଉ ମୁଁ ବହୁତ କଷ୍ଟ କରି ଆଜି ଏହି ଜାଗାରେ ପହଞ୍ଚିଛି । ବନ୍ଧୁଗଣ ଏହି ବିଷୟ ବସ୍ତୁରୁ ଜଣା ପଡିଲା ଇଛା ଏବଂ ଉଦ୍ୟମ ଥିଲେ ଦୁନିଆର ସମସ୍ତ ଜିନିଷ ସମ୍ଭବ ହେଇପାରିବ । ତା ହେଲେ ଏହି ବିଷୟ ବସ୍ତୁଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *