ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଦ୍ଵୀପ ବିଷୟରେ କହିବାକୁ ଯାଉଛୁ ଯାହାକୁ ସାପର ଦ୍ଵୀପ ବା ମୃତ୍ୟୁର ଦ୍ଵୀପ କୁହାଯାଏ । ସେହି ଦ୍ଵୀପରେ ଅଛନ୍ତି ଭୟଙ୍କର ବିଷଧର ସାପ । ଏହି ଦ୍ଵୀପକୁ ମଣିଷକୁ ଯିବା ମନା । ଦର୍ଶକ ବନ୍ଧୁ ବିଶ୍ଵରେ ଏପରି ଏକ ଦ୍ଵୀପ ରହିଛି ଯେଉଁଠି ଯିବା ପାଇଁ ସମସ୍ତଙ୍କୁ ବାରଣ କରାଯାଇଛି । ବର୍ତ୍ତମାନ ଆପଣ ଭାବୁଥିବେ କାହିଁକି ସେହି ସ୍ଥାନକୁ ଯିବା ପାଇଁ ରହିଛି ପ୍ରତିବନ୍ଧକ ।
ଏହି ଦ୍ଵୀପଟି ବିଷଧର ସାପଙ୍କ ଘର ବୋଲି କୁହା ଯାଏ । ତେବେ ଏହି ବିରଳ ସ୍ଥାନଟି ହେଉଛି ବ୍ରାଜିଲ ଉପକୂଳରୁ ପ୍ରାୟ 50 କିଲୋମିଟର ଦୂରରେ ଥିବା ଇଲହା ଡା କ୍ଵିମେଡା ଗ୍ରାଣ୍ଡେ ନାମକ ଦ୍ଵୀପ । ଏହା ସାପ ମାନଙ୍କର ଘର ନାମରେ ପରିଚିତ କାରଣ ଏଠାରେ ବିଶ୍ଵର ସବୁଠାରୁ ଅଧିକ ବିଷଧର ସାପ ରହିଥାନ୍ତି । ଏହା ୟୁକ୍ରେନରେ ସାପ ଦ୍ଵୀପ ଠାରୁ ମଧ୍ୟ ଭିନ୍ନ ଏବଂ ଏହା ଅତ୍ୟନ୍ତ ବିପଦପୂର୍ଣ୍ଣ ସ୍ଥାନ ।
ଏହି ଦ୍ଵୀପରେ ହଜାର ହଜାର ବିଷାକ୍ତ ସାପ ବାସ କରନ୍ତି ଯାହା ଏହି ସ୍ଥାନକୁ ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ସ୍ଥାନରେ ପରିଗଣିତ କରେ । ଏହି ଦ୍ଵୀପ ହଜାର ହଜାର ବର୍ଷ ପୂର୍ବେ ସମୁଦ୍ର ପତନ ଯୋଗୁଁ ବ୍ରାଜିଲରୁ ଅଲଗା ହୋଇ ଯାଇଥିଲା । ଏହି ପ୍ରାକୃତିକ ଘଟଣା ପରେ କେବଳ ସାପ ମାନେ ହିଁ ଦ୍ଵୀପରେ ରହି ଯାଇଥିଲେ । ସାପ ମାନେ ବଞ୍ଚିବାକୁ ବାଧ୍ୟ ହୋଇ ଆକ୍ରମଣାତ୍ମକ ହୋଇଗଲେ । ଏହି ସ୍ଥାନରେ ଅନେକ ଭୟଙ୍କର ବିଷଧର ପ୍ରଜାତିର ସାପ ଅଛନ୍ତି ।
ଦ୍ଵୀପ ବିଛିନ୍ନ ହେବା ପରେ ବର୍ଷ ବର୍ଷ ଧରି ଏହି ଦ୍ଵୀପରେ ସାପ ମାନଙ୍କର ବୃଦ୍ଧି ଘଟାଇଲା । ବର୍ତ୍ତମାନ ବିଶ୍ଵାସ କରାଯାଏ ଯେ, ଏହି ଦ୍ଵୀପରେ ପ୍ରତ୍ୟକ ବର୍ଷ ମିଟରରେ ଗୋଟିଏରୁ ପାଞ୍ଚଟି ସାପ ମିଳି ପାରିବେ । ଏଠାରେ ଥିବା ସାପ ମାନଙ୍କର ଖାଦ୍ୟର ମୁଖ୍ୟ ଉତ୍ସ ହେଉଛି ସମୁଦ୍ର କୂଳ । ସମୁଦ୍ର କୂଳରେ ବିଭିନ୍ନ ପ୍ରଜାତିର ପକ୍ଷୀ ମାନେ ଅଣ୍ଡା ଦେବା ପାଇଁ ଆସନ୍ତି । ଏଠାରେ ରହୁଥିବା ସାପଙ୍କ ବିଷ ଦିନକୁ ଦିନ ଆହୁରି ବିଷାକ୍ତ ହେବାରେ ଲାଗିଛି ।
ଯାହା ବ୍ରାଜିଲର ମଧ୍ୟ ଭାଗରେ ମିଳୁ ଥିବା ସାପ ଅପେକ୍ଷା ତିନି ରୁ ପାଞ୍ଚ ଭାଗ ଅଧିକ ବିଷାକ୍ତ । ଏହାର ପ୍ରଭାବରେ ମଣିଷ ମାଂସ ବି ତରଳି ଯାଏ ବୋଲି କୁହା ଯାଏ । ବିଶ୍ଵାସ କରାଯାଏ କି ଯଦି ଜଣେ ବ୍ୟକ୍ତି ସେମାନଙ୍କ ବିଷର ସଂସ୍ପର୍ଶରେ ଆସେ ତେବେ ତାର ବ୍ରେନ ହାମ୍ରେଜ, ଇଣ୍ଟର୍ନାଲ ବ୍ଲିଡିଙ୍ଗ ଓ କିଡ୍ନି ଫେଲ ହୋଇପାରେ । ତା ହେଲେ ବନ୍ଧୁଗଣ ଏହି ଦ୍ଵୀପ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।