ଦୁନିଆର ସବୁଠୁ ଭୟଙ୍କର ସାପ ! ଯେତେବେଳେ ଏକା ସହିତ 2 ଟି King Cobra ଙ୍କ ସହ ବ୍ୟକ୍ତିଙ୍କର ହେଲା ଆମ୍ନାସାମ୍ନା, ଦେଖିଲେ ଛାତି ଥରି ଉଠିବ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆଜିର ଦିନରେ ଲୋକ ମାନେ ସୋସିଆଲ ମିଡିଆକୁ ନିଜର ଜୀବିକା ରୂପେ ବାଛିବା ପସନ୍ଦ କରୁଛନ୍ତି । ବିଭିନ୍ନ ପ୍ରକାର ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଗୁଡିକ ମାଧ୍ୟମରେ ନିଜର ପ୍ରତିଭାକୁ ଲୋକ ଲୋଚନକୁ ଆଣିଛନ୍ତି । ତେବେ ଏହି ସୋସିଆଲ ମିଡିଆ ଆପ୍ଲିକେସନ ଗୁଡିକୁ ମଧ୍ୟରୁ ୟୁଟ୍ୟୁବ ସବୁଠାରୁ ସର୍ବୋତ୍ତମ ହୋଇ ପାରିଛି । ଏହି ଆପ୍ଲିକସନ ମାଧ୍ୟମରେ ଲୋକ ମାନେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବା ସହିତ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇ ପାରିଛନ୍ତି ।


ତେବେ ଲୋକ ମାନେ ନିଜର ୟୁଟ୍ୟୁବ ଚ୍ୟାନେଲ ଖୋଲି ସେଥିରେ ବିଭିନ୍ନ ପ୍ରକାର ଭିଡିଓକୁ ଅପଲୋଡ଼ କରି ଲୋକ ପ୍ରିୟ ହେବାରେ ଲାଗିଛି । ଆଜି ଆମେ ଆପଣଙ୍କୁ ସେମିତି ଏକ ଲୋକ ପ୍ରିୟ ୟୁଟ୍ୟୁବ ଚ୍ୟାନେଲ ବାବଦରେ କହିବାକୁ ଯାଉଛୁ । ଯାହାର ପାଖାପାଖି ୭୫ ଲକ୍ଷ ଉର୍ଦ୍ଧ୍ବ ସବସ୍କ୍ରାଇବର ରହିଛନ୍ତି । ତେବେ ଏହି ୟୁଟ୍ୟୁବ ଚ୍ୟାନେଲର ନା ରହିଛି ମୁରଲୀୱାଲେ ହଉସଲ । ଏହି ୟୁଟ୍ୟୁବର ଜଣକ ସାପ ଧରିଥାନ୍ତି ।

ଏହାକୁ ଭିଡିଓ ମାଧ୍ୟମରେ ଦର୍ଶକ ମାନଙ୍କ ନିକଟରେ ପାଂହଞ୍ଚାଇ ଥାଆନ୍ତି । ତାଙ୍କର ଏହି ଭିଡିଓକୁ ମିଲିୟନ ମିଲିୟନ ଦର୍ଶକ ଦେଖିଥାନ୍ତି ଲାଇକ ମଧ୍ୟ କରିଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ସେମିତି ଏକ ଭିଡିଓ ବାବଦରେ ଜଣାଇବୁ । ଯେଉଁଥିରେ ମୂରଲୀୱାଲେ ଏକ ୫ ଫୁଟ ଏବଂ ଆଉ ଏକ ୯ ଫୁଟରୁ ଉର୍ଦ୍ଧ୍ବ ଲମ୍ବର ଏକ ନାଗ ସାପକୁ ଉଦ୍ଧାର କରିଛନ୍ତି । ନାଗ ସାପଟିକୁ ଏକ କଚ୍ଚା ଘର ଭିତରୁ ଉଦ୍ଧାର କରାଯାଇଛି ।

ସାପଟି ବହୁତ ଦିନ ଧରି ସେଠାରେ ଲୁଚି ରହିଥିଲା । ତେବେ ମୂରଲୀୱାଲେ ସେଠାକୁ ଯାଇ ସାପକୁ ଉଦ୍ଧାର କରିଥିଲେ ସାପଟି ରାଗରେ ଖୁବ୍ ଜୋର୍ ଗର୍ଜନ କରୁଥିଲା । ସାପକୁ ଦେଖିବା ପାଇଁ ଆଖ ପାଖ ଅଞ୍ଚଳର ଲୋକ ମାନେ ସେଠାରେ ଖୁବ୍ ଭିଡ ଜମାଇଥିଲେ । ସାପକୁ ଦେଖି ଲୋକମାନେ ମଧ୍ୟ ଭୟଭୀତ ହୋଇ ଦୈାଡି ଚାଲି ଯାଉଥାନ୍ତି

ତେବେ ମୂରଲୀୱାଲେ ସାପକୁ ଯେଉଁ ଭଳି ଭାବରେ ନିୟନ୍ତ୍ରଣ କରୁଥିଲେ ତାହା ଅତି ସାହାସୀକତାର ପ୍ରମାଣ ଦେଉଛି । ତେବେ ସେତିକି ନୁହେଁ ଭିଡିଓରେ ଦୁଇ ଦୁଇ ଟି କିଙ୍ଗ କୋବ୍ରା କୁ ଦେଖିବାକୁ ମିଳୁଛି ଜଣେ ବଡ ଏବଂ ଜଣେ ଛୋଟ । ତେବେ ଦୁହିଁଙ୍କୁ ମୂରଲୀୱାଲେ ସାପକୁ ଗୋଟିଏ ଅଖା ରେ ପୁରେଇ ତାଙ୍କୁ ସେଠାରେ ନେଇ ଯାଇଛନ୍ତି ।


ତେବେ ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ସାଢେ ୭୨ଲକ୍ଷରୁ ଉର୍ଦ୍ଧ୍ବ ଦର୍ଶକ ଦେଖି ସାରିଲେଣି । ତେବେ ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ କି ଆପଣ ଯଦି ଆପଣଙ୍କ ଆଖ ପାଖରେ ଏମିତି ସାପ ଦେଖୁଛନ୍ତି ତେବେ ମୂରଲୀୱାଲେ ହଉସଲ୍ ୟୁଟ୍ୟୁବ ଚ୍ୟାନେଲକୁ ଯାଇ ତାଙ୍କ ସହ ଯୋଗାଯୋଗ କରନ୍ତୁ । ଡେସ୍କ୍ରିପସନ୍ ରେ ମୂରଲୀୱାଲେଙ୍କ ସମ୍ପୁର୍ଣ୍ଣ ବିବରଣୀ ରହିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *