‘ମୁଁ ବି ଗୋଟେ ମା’… ୨ ଘଣ୍ଟା ଛୁଆ ମୋ ପାଖରେ ଥିଲା, ତାକୁ ଭୋକ ଲାଗିବାରୁ ସ୍ତନ୍ୟପାନ କରେଇଲି, କାହିଁକି ତା’ ମା’…’

ଦର୍ଶକ ବନ୍ଧୁ ଆମ ସମାଜରେ ଦୁର୍ନୀତିକୁ ରୋକିବା ପାଇଁ ଆଉ ଆଇନ ବ୍ୟବସ୍ଥାକୁ ବଜାଇ ରଖିବା ପାଇଁ ପୋଲିସ ବିଭାଗ ରହିଛି । ସାଧାରଣତଃ ସମସ୍ତ ପୋଲିସ କର୍ମୀ ସବୁବେଳେ ନିଜ କାମକୁ ନେଇ ବ୍ୟସ୍ତରେ ରୁହନ୍ତି । ହେଲେ ବେଳେବେଳେ କିଛି ପୋଲିସ କର୍ମୀଙ୍କ ପାଇଁ ସଂପୂର୍ଣ୍ଣ ପୋଲିସ ବିଭାଗ ବଦନାମ ହୋଇଥାଏ କିନ୍ତୁ ସବୁ ପୋଲିସ କର୍ମୀ ଖରାପ ନୁହନ୍ତି । ସେଥି ମଧ୍ୟରୁ ଏପରି ମଧ୍ୟ କିଛି ପୋଲିସ ଅଧିକାରୀ ଅଛନ୍ତି ଯେଉଁ ମାନେ ନିଜ କର୍ମ ପ୍ରତି ସଚଟ ଏବଂ ଦାୟିତ୍ଵବାନ ଅଟନ୍ତି ।

ବନ୍ଧୁଗଣ ଏହାରି ମଧ୍ୟରେ ଜଣେ ମହିଳା ପୋଲିସ ଅଧିକାରୀ ନିଜର ଏକ କାମକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟି ଛନ୍ତି । ବନ୍ଧୁଗଣ ଏହି ମହିଳା ପୋଲିସ କର୍ମୀ ଜଣକ ଗଣମାଧ୍ୟମ ଆଗରେ ନିଜର ସାକ୍ଷାତ୍କାର ଦେଇଛନ୍ତି ଯାହା ଶୁଣିଲେ ଆପଣ ବି ତାଙ୍କର ପ୍ରଶଂସା କରିବାକୁ ପଛେଇବେ ନାହିଁ ।

ତା ହେଲେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ମହିଳା ପୋଲିସ ଅଧିକାରୀ ଜଣକ ଗଣମାଧ୍ୟମ ଆଗରେ କହିଛନ୍ତି-‘କାଲି ପୋଲିସ ରିଟେନ ଟେଷ୍ଟ ଚାଲି ଥିଲା ସେଇଠି ଜଣେ ମହିଳା ଆସିଥିଲେ ତାଙ୍କର ଏକ ଚାରି ମାସର ଛୁଆ ଧରି ସେ ପରୀକ୍ଷା ଦେବାକୁ ଆସିଥିଲେ ।

ଛୁଆକୁ ଧରିବା ପାଇଁ ତାଙ୍କ ସହ କେହି ଆସି ନଥିଲେ ତେଣୁ ଆମର ଉପରକ୍ତ ଅଫିସର ଜଣକଙ୍କ ଅନୁମତିରେ ମୁଁ ଛୁଆକୁ କାଖେଇ ଥିଲି । ସେ ଛୁଆଟି ବହୁତ ସମୟ ଧରି ମୋ ପାଖରେ ଥିଲା । ପ୍ରାୟ 2 ଘଣ୍ଟା ପାଖା ପାଖି ପରୀକ୍ଷା ଚାଲି ଥିଲା ମୁଁ 1 ଘଣ୍ଟା ଯାଏଁ ଛୁଆକୁ କାଖେଇ ଧରି ଥିଲି । ଆଉ ସେତିକି ବେଳେ ଛୁଆଟି ଖାଇବା ପାଇଁ କାନ୍ଦି ଥିଲା । ଯେହେତୁ ମୋର ବି ଗୋଟେ 8 ମାସର ଛୁଆ ଅଛି ତ ମୁଁ ମୋ କ୍ଷୀର ସେ ଛୁଆକୁ ଦେଇଥିଲି ଖାଇବା ପାଇଁ ।

ଛୁଆଟି କ୍ଷୀର ଖାଇବା ପରେ ଶାନ୍ତ ହେଇ ଗଲା ଆଉ ମୋ ପାଖରେ ରହିଲା । ସେ ମହିଳା ଜଣକ ଏଥିପାଇଁ ମୋତେ ଧନ୍ୟବାଦ ଜଣାଇଲେ ଆଉ ତାଙ୍କ ମାଆ ବି ପରେ ଆସିଲେ । ତାଙ୍କ ମାଆ ବି ମୋତେ ଧନ୍ୟବାଦ ଜଣାଇଲେ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *