ଡ୍ରାଇଭରଙ୍କ ଅସାବଧାନତା ଯୋଗୁ ମୋ ବସ ଉପରେ ଚଢିଗଲା ଡମ୍ଫର ! ତାପରେ ଅବସ୍ଥା କିଛି ଏମିତି…

ମୋ ବସ ଉପରେ ଚଢିଗଲା ଡମ୍ଫର ! ହଁ ଆଜ୍ଞା ଡମ୍ଫାର ଅଚାନକ ଆସିଲା ଓ ମୋ ବସକୁ ଅଚାନକ ପଛ ପଟୁ ବାଡେଇଦେଲା । ଚାହୁଁ ଚାହୁଁ ଆଖି ପିଛୁଳାକେ ମୋ ବସଟି ଭାଙ୍ଗିରୁଜି ଖିନଭିନ ହୋଇଗଲା । ତେବେ ସେହି ସମୟରେ ଅନେକ ଯାତ୍ରୀ ମଧ୍ୟ ବସ ମଧ୍ୟରେ ରହିଥିଲେ । ତେବେ ଖବର ମୁତାବିକ ରାସ୍ତା ଉପରେ ଥୁଆ ହୋଇଥିବା 2 ଗାଡିକୁ ଦେଖିଲେ ସବୁ କିଛି ସ୍ପଷ୍ଠ ଭାବରେ ଜଣା ପଡିଯାଉଛି । ତେବେ ଏଭଳି ଘଟଣା ଘଟିବା ପରେ ସ୍ଥାନୀୟ ଲୋକ ସେଠାରେ ରୁଣ୍ଡ ହୋଇଯାଇଥିଲେ ।

ପରେ ଘଟଣା କଣ ହୋଇଛି ସମସ୍ତେ ଦେଖିଥିଲେ । ହେଲେ ସୌଭାଗ୍ୟବଶତଃ କାହାର ମଧ୍ୟ କିଛି କ୍ଷତି ହୋଇନଥିଲା । ଯାତ୍ରୀ ମାନେ ଅଳ୍ପକେ ଏକ ବଡ ଦୁର୍ଘଟଣାରୁ ବର୍ତ୍ତୀ ଯାଇଛନ୍ତି ବୋଲି ସୂଚନା ମିଳିଛି । ଖବର ଅନୁଯାଇ ରାଉରକେଲା 143 ନମ୍ବର ଜାତୀୟ ରାଜପଥରେ ମୋ ବସକୁ ପଛ ପଟୁ ଏକ ଡମ୍ଫାର ଗାଡି ଆସି ଧକ୍କା ଦେଇଥିଲା । ଦୁର୍ଘଟଣା ଘଟିବା ପରେ ମୋ ବସର ପଛ ପଟ କାଚ ସଂପୂର୍ଣ୍ଣ ଭାଙ୍ଗି ଯାଇଥିଲା । ଗାଡିର ଅବସ୍ଥା ସଂପୂର୍ଣ୍ଣ ଭାବେ ଦେଖିବା ମଧ୍ୟ ଲାଏକ ନଥିଲା ।

ତେବେ ଦିନ ସମୟରେ ହିଁ ରାଜରାସ୍ତା ଉପରେ ଏଭଳି କିଛି ଗାଡି ଦୁର୍ଘଟଣା ଘଟି ଯାଇଥିଲା । ହେଲେ ଏତେ ବଡ ଦୁର୍ଘଟଣାରୁ ସମସ୍ତ ଯାତ୍ରୀ ବଞ୍ଚି ଯାଇଛନ୍ତି । ନଚେତ ବସ ମଧ୍ୟରେ ଯାତ୍ରୀ ବସିଥିବା ସମୟରେ ଡମ୍ଫାର ଗାଡିର ଧକ୍କା ଦେବା ପରେ ଯାତ୍ରୀ ମାନଙ୍କର ଅବସ୍ଥା ଶୋଚନୀୟ ହୋଇଯାଇଥାନ୍ତା । ଘଟଣା ଘଟିବା ସଙ୍ଗେ ସଙ୍ଗେ ଏ ସମ୍ପର୍କରେ ପୋଲିସକୁ ସୂଚନା ଦିଆଯାଇଥିଲା । ସୂଚନା ପାଇବା ପରେ ଖବର ପାଇ ଘଟଣା ସ୍ତଳରେ ପୋଲିସ ଆସି ପହଞ୍ଚି ଥିଲା ।

ଯାତ୍ରୀ ମାନଙ୍କୁ ବସ ମଧ୍ୟରୁ ଭଲରେ ଉଦ୍ଧାର କରାଯାଇଥିଲା । ଏହାପରେ ଘଟଣା ଉପରେ ଅଧିକ ତଦନ୍ତ ମଧ୍ୟ କରିବା ଆରମ୍ଭ କରିଦେଇଥିଲା । ଏହାପରେ ଯାତ୍ରୀ ମାନେ ବସରୁ ବାହାରି ବିଶ୍ରାମ ନେଇଥିଲେ । ଏହାପରେ ଘଟଣାର ଜାଗାର ସ୍ଥିତିକୁ ଖୁବ ଶୀଘ୍ର ଠିକ କରିବା ପାଇଁ ଯୋଜନା ଚାଲିଥିଲା । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *