ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମାନ୍ୟବର ପ୍ରଧାନ ମନ୍ତ୍ରୀଙ୍କର ଅତି କ୍ଳୋଜ ପ୍ରୋଟେକ୍ସନ ଟିମରେ ଥିବା ଜଣେ ଟିମ ମେମ୍ବର ଏବେ ତାମିଲନାଡୁର ସ୍ପେଶାଲ ପୋଲିସର ୧୦ମ ବାଟାଲିଆନ ହେଡ କନେଷ୍ଟବଳ ପଦବୀରେ ଅଛନ୍ତି । ସେ ଜଣଙ୍କ ହେଉଛନ୍ତି ବି ସାଲିନି । ଯେତେବେଳେ ସେ ପ୍ରଧାନମନ୍ତ୍ରୀଙ୍କର ସୁରକ୍ଷାରେ ଥିଲେ । ସେତେବେଳେ ତାଙ୍କ ହାତରେ ଥିଲା ପି-୯୦ ମେସିନ ଗନ, ଦେହରେ ସଫାରୀ ସୁଟର ବର୍ଦି ଆଖିରେ କଳା ଚଷମା ଥିଲା ।
ପ୍ରଧାନ ମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ଵରେ ଥିବା ବେଳେ ତାଙ୍କ ପାଇଁ ଏକ ଭିନ୍ନ ଦୁନିଆ ତାଙ୍କ ସାମ୍ନାରେ ଥିଲା । ତେଣୁ ତାଙ୍କ ସେତେବେଳର ସମୟ ଏକ ଅଭୂଲା ମୋମେନ୍ଟ ହୋଇଯାଇ ରହିଯାଇଛି । ୩୬ ବର୍ଷୀୟ ସାଲିନି ବର୍ତ୍ତମାନ ସମୟରେ ତାମିଲନାଡୁର ହେଡ କନେଷ୍ଟବଳ ପଦବୀରେ ସ୍ଥାନ ପାଇଛନ୍ତି । ତେଣୁ ବର୍ତ୍ତମାନ ସମୟରେ ହତିଆର ଭାବରେ କହିବାକୁ ଗଲେ ତାଙ୍କ ହାତରେ ରହିଛି ଗୋଟିଏ ମାତ୍ର ଲାଠି ।
ସାଲିନି ୨୦୧୫ ରୁ ୨୦୧୮ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କର ସିପିଟିର ଅଂଶବିଶେଷ ହୋଇ ରହିଥିଲେ । ସେତେବେଳ ସମୟରେ ସେ ଜଣେ ଦୃଢ ମହିଳା ଅଫିସର ଭାବରେ ପରିଚିତ ଥିଲେ । ଯେତେବେଳେ ସାଲିନି କାଡେଟଙ୍କୁ ପ୍ରଶିକ୍ଷଣ ଦେଉଥିଲେ । ସେତେବେଳେ ତାଙ୍କ ଭାଗ୍ୟ ବଦଳି ଯାଇଥିଲା । ତାଙ୍କ ଉପରେ କିଛି ଏସପିଜିଙ୍କ ନଜର ପଡିଥିଲା । ତାଙ୍କର ଶାରୀରିକ ପରୀକ୍ଷଣ ଓ କିଛି ଟେଷ୍ଟ କରାଯାଇଥିଲା । ତାପରେ ଯେତେବେଳେ ସେ ଏସପିଜି ପାଇଁ ଚୟନ ହୋଇଥିଲେ ।
ତା’ ର ୨ ବର୍ଷ ମଧ୍ୟରେ ହିଁ ସେ ଏସପିଜିରେ ସାମିଲ ହୋଇଥିଲେ । ତାପରେ ତାଙ୍କର ୩୫ ଜଣ ପୁରୁଷଙ୍କ ସହିତ ଟ୍ରେନିଂ କରିବା ଓ କଠୋର ପରିଶ୍ରମ କରିବାକୁ ପଡିଥିଲା । ତାପରେ ସେ ପ୍ରଥମ କରି ପୋଷ୍ଟିଂ ସୋନିଆ ଗାନ୍ଧୀଙ୍କର ଘରେ ହୋଇଥିଲା । ତାପରେ ପ୍ରଧାନମନ୍ତ୍ରୀଙ୍କ ସିପିଟିରେ ସାମିଲ ହେବା ପାଇଁ ଲୋକଙ୍କର ଚୟନ କରାଯାଉଥିଲା । ସେ ଯେତେବେଳେ ଏଥିରେ ସାମିଲ ହେବା ପାଇଁ ଇଛା କରିଥିଲେ । ତାଙ୍କ ପାଇଁ ଏହା କଠିନ ଡ୍ଯୁଟି ଥିଲା ସତ କିନ୍ତୁ ସେ ଏହା କରି ଦେଖାଇ ଥିଲେ ।
୫ ମାସ ଟ୍ରେନିଂ ପରେ ସେ ସିପିଟିରେ ସାମିଲ ହୋଇ ପ୍ରଧାନ ମନ୍ତ୍ରୀଙ୍କ ସୁରକ୍ଷାରେ ଯୋଗ ଦେଇଥିଲେ । ୨୦୧୮ ମସିହାରେ ସେ ତାଙ୍କ ମା’ ଙ୍କ ପାଇଁ ପୁଣି ଥରେ ତାମିଲନାଡୁର ପୋଲିସ କର୍ମୀ ହୋଇଯାଇଥିଲେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ