ନମସ୍କାର ବନ୍ଧୁଗଣ ତେବେ ଯେଉଁ ବୟସରେ କ୍ରିକେଟର ମାନେ ଅବସର ନେବାକୁ ଚିନ୍ତା କରନ୍ତି ସେହି ବୟସରେ ଚମତ୍କାରୀ ପ୍ରଦର୍ଶନ ଦେଖାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଉଛନ୍ତି ଦିନେଶ କାର୍ତ୍ତିକ । ଚଳିତ ଆଇପିଏଲ ସିଜିନରେ ଆରସିବି ପକ୍ଷରୁ ଖେଳୁଥିବା ଏହି ଷ୍ଟାର କ୍ରିକେଟର ଏବେ ଖୁବ ଚର୍ଚ୍ଚାରେ ରହିଛନ୍ତି । ତେବେ ଆଜି ନିଜ ବ୍ୟାଟରେ ଜାଦୁ ଦେଖାଉଥିବା ଦିନେଶ କାର୍ତ୍ତିକ ଦିନେ ସୁଇସାଇଡ କରିବାକୁ ଚିନ୍ତା କରୁଥିଲେ ।
ତାଙ୍କ ଜୀବନର କିଛି ଏଭଳି ଦରଦଭରା କାହାଣୀ ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଭରିଯିବ । ତେବେ ଦିନେଶ କାର୍ତ୍ତିକ ଆଜି ଯେଉଁ ସ୍ଥାନରେ ଅଛନ୍ତି ସେତେ ଯାଏଁ ଆସିବା ତାଙ୍କ ପାଇଁ ସେତେ ସହଜ ନଥିଲା । ସାଙ୍ଗଠୁ ଧୋକା ମିଳିବା ପରେ ସେ ସୁଇସାଇଡ କରିବେ ବୋଲି ଭାବି ନେଇଥିଲେ । ୨୦୦୭ ରେ ସେ ନିଜ ପିଲାବେଳର ବାନ୍ଧବୀ ନିକିତା ଙ୍କୁ ବିବାହ କରିଥିଲେ । କିନ୍ତୁ ୨୦୧୨ରେ ସେମାନେ ଅଲଗା ହୋଇ ଯାଇଥିଲେ ।
ଏହାର କାରଣ ଥିଲା କି, ଦିନେଶଙ୍କ ସାଥି ଖେଳାଳି ତଥା ସାଙ୍ଗ ମୁରଲୀ ବିଜୟଙ୍କ ସହ ପତ୍ନୀ ନିକିତା ଙ୍କ ଆଫେୟାର ଚାଲିଥିଲା । ଏପରିକି ନିକିତା ମୁରଲୀ ବିଜୟଙ୍କ ସନ୍ତାନର ମା ହେବାକୁ ଯାଉଥିଲେ । କିନ୍ତୁ ଏକଥା କାର୍ତ୍ତିକବ୍ଯୁ ଛାଡି ତାମିଲନାଡୁର ଅନ୍ୟ ସବୁ କ୍ରିକେଟରଙ୍କୁ ଜଣାଥିଲା । ଅଚାନକ ଦିନେ ନିକିତା ତାଙ୍କୁ ସବୁ ସତ କଥା କହି ଛାଡପତ୍ର କଥା ଉଠାଇଥିଲେ । ଏହା ପରେ ନିକିତା ଦିନେଶଙ୍କୁ ଛାଡି ମୁରଲୀ ବିଜୟଙ୍କ ସହ ରହିବାକୁ ଲାଗିଲେ ।
ଏହା ପରେ ମୁରଲୀ ବିଜୟ ଆଇପିଏଲରେ ଚେନ୍ନାଇ ପାଇଁ ଭଲ ପ୍ରଦର୍ଶନ କରିବାକୁ ଲାଗିଲେ ଓ ଜାତୀୟ ଦଳରେ ମଧ୍ୟ ସାମିଲ ହୋଇଗଲେ । ତେବେ କିନ୍ତୁ ସେପଟେ ଦିନେଶ କାର୍ତ୍ତିକଙ୍କ ଖରାପ ପ୍ରଦର୍ଶନ ଯୋଗୁଁ ତାଙ୍କ ଠାରୁ ଅଧିନାୟକତା ନିଆଯାଇ ମୁରଲୀଙ୍କୁ ଦିଆଯିବା ସହ ସହ ତାଙ୍କୁ ଟିମ୍ ରୁ ମଧ୍ୟ ବାହାର କରିଦିଆ ଯାଇଥିଲା । ଏହାପରେ କାର୍ତ୍ତିକ ଡିପ୍ରେସନରେ ଚାଲି ଯାଇ ସୁଇସାଇଡ କରିବାକୁ ମଧ୍ୟ ଭାବି ନେଇଥିଲେ ।
ଏପରିକି ସେ ଜିମ୍ ଯିବା ମଧ୍ୟ ବନ୍ଦ କରି ଦେଇଥିଲେ, ତେଣୁ ତାଙ୍କ ଟ୍ରେନର ମଧ୍ୟ ଚିନ୍ତାରେ ପଡି ଯାଇଥିଲେ । ଦିନେଶଙ୍କୁ ବୁଝାଇବା ପାଇଁ ସେ ଥରେ ଯାଇ ତାଙ୍କ ଘରେ ପହଞ୍ଚିଲେ । ସେତେ ବେଳେ ଦିନେଶ କାର୍ତ୍ତିକ ଦାଢି ବଢେଇ ଗୋଟିଏ କୋଣରେ ବସି ରହିଥିଲେ । କିନ୍ତୁ ଟ୍ରେନର ତାଙ୍କୁ ବହୁତ ବୁଝାଇବା ପରେ ସେ ଜିମ୍ ଯିବାକୁ ଲାଗିଲେ ଓ ସେଠାରେ ତାଙ୍କର ସାକ୍ଷାତ ଦୀପିକା ପାଲିକଲଙ୍କ ସହ ହୋଇଥିଲା ।
ଆଉ ଏହାପରେ ତାଙ୍କ ଜୀବନ ଏକଦମ ବଦଳି ଯାଇଥିଲା । କାର୍ତ୍ତିକଙ୍କୁ ଇଣ୍ଡିଆ ଟିମ୍ ରେ ଖେଳିବା ପାଇଁ ଚୟନ କରାଗଲା । କିଛିଦିନ ପରେ ଦୀପିକା ଓ କାର୍ତ୍ତିକ ବିବାହ କରି ନେଇଥିଲେ । ଦୀପିକାଙ୍କୁ କାର୍ତ୍ତିକ ଡେଟ ପାଇଁ ପଚାରିଲେ,ସେ କହିଲେ କି ସକାଳେ ତାଙ୍କ ଫ୍ଲାଇଟ ଅଛି । ହେଲେ ଆଗମୀ ସକାଳେ ସେ କାର୍ତ୍ତିକଙ୍କୁ ଜିମରେ ଦେଖା କରିବାକୁ ଯାଇଥିଲେ ।
ଦୀପିକାଙ୍କୁ ଲାଜ ଲାଗିଲା ସେ କଣ ଉତ୍ତର ଦେବେ ଜାଣିପାରିଲେ ନାହିଁ । ସେ କହିଲେ କି ମୋର ଆଜି ନାହିଁ କାଲି ଅଛି ଫ୍ଲାଇଟ । ମୋ ପାଖରେ କାଲି ସକାଳ ୭ ପର୍ଯ୍ୟନ୍ତ ସମୟ ଅଛି । ଦିନେଶଙ୍କୁ ତ ମୋୖକା ମିଳିଗଲା । ଏହାପରେ କିଛି ଘଣ୍ଟାର ସମୟ ମାଗି ଦୀପିକା ବାଧ୍ୟରେ ଡେଟିଂରେ ଯାଇଥିଲେ ଓ କାର୍ତ୍ତିକଙ୍କ ସହ ସେ ପ୍ରେମରେ ପଡିଯାଇଥିଲେ ।
ତେବେ ଏହାପରେ କାର୍ତ୍ତିକଙ୍କୁ ଆଇପିଏଲରେ କଲିକତା ଟିମ୍ ର କ୍ଯାପଟେନ ମଧ୍ୟ ହେଲେ । କିନ୍ତୁ ଅଧିନାୟକତା ଯିବା ପରେ କାର୍ତ୍ତିକ ଅବସର ନେବାକୁ ଭାବି ନେଇଥିଲେ, ଆଉ କମେଣ୍ଟ୍ରି କରିବା ମଧ୍ୟ ଆରମ୍ଭ କରି ଦେଇଥିଲେ । ୨୦୨୧ରେ ଦୀପିକା ଯାଆଁଳା ଛୁଆ ଜନ୍ମ ଦେଇଥିଲେ । ୨୦୨୨ ଆଇପିଏଲରେ ଚେନ୍ନାଇ କାର୍ତ୍ତିକଙ୍କୁ ଦଳରେ ନେବାକୁ ଚାହୁଁଥିଲା । କିନ୍ତୁ ବାରମ୍ବାର ନିଲାମ ଡାକିବା ପରେ ମଧ୍ୟ ବାଙ୍ଗାଲୋର ବାଜି ମାରି ନେଇଥିଲା ।
କାର୍ତ୍ତିକକୁ ୫ କୋଟି ୫୦ ଲକ୍ଷରେ କିଣି ନେଇଥିଲା ଆରସିବି । କାର୍ତ୍ତିକଙ୍କ କାହାଣୀ କେଉଁ ଫିଲ୍ମର କାହାଣୀଠୁ କିଛି କମ୍ ନୁହେଁ । ତାଙ୍କ ଚମତ୍କାରୀ ଫର୍ମ ଦେଖି ଆଗକୁ ଟିମ୍ ଇଣ୍ଡିଆର ଟି-୨୦ ମ୍ଯାଚରେ ତାଙ୍କୁ ନେବାର କଥା ମଧ୍ୟ ଉଠୁଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।