ଧୋନୀଙ୍କ ବିରୁଦ୍ଧ ରେ ଆଣିଥିଲେ ଅଭିଯୋଗ ! ହେଲେ କୋର୍ଟର ଅବମାନନା କାରଣରୁ ନିଜେ ଯିବେ ଜେଲ୍ !

ଧୋନୀଙ୍କ ବିରୁଦ୍ଧରେ ଅପପ୍ରଚାର କରୁଥିଲେ । ଏବେ କିନ୍ତୁ ନିଜେ ଫସିଗଲେ । କ୍ରିକେଟ ଜଗତରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ପାଇଁ ସାରା ବିଶ୍ଵରେ ଚର୍ଚାରେ ରାଇଥିବା ଖେଳାଳୀ ଜଣଙ୍କ ହେଉଛନ୍ତି ମହେନ୍ଦ୍ର ସିଂହ ଧୋନୀ । ଯାହାଙ୍କୁ ଲୋକେ କ୍ଯାପଟେନ କୁଲ୍ସ ନାମରେ ଅନେକ ଜାଣନ୍ତି । ଧୋନୀ ନିଜେ 2020 ମସିହାରେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି । ହେଲେ କ୍ଯାପଟେନ କୁଲ୍ ଧୋନୀଙ୍କ ନାମରେ ଜଣେ ଆଇପିଏସ ଅଧିକାରୀ କିଛି ଅଭିଯୋଗ କରିଥିଲେ ବୋଲି ଚର୍ଚା ହେବାରେ ଲାଗିଛି ।

ଯେଉଁ କାରଣରୁ ଧୋନୀଙ୍କୁ କୋର୍ଟକୁ ଯିବାକୁ ପଡିଥିଲା । ତେବେ ସେହି ମାମଲା ଉପରେ କୋର୍ଟ ବିଚାର କରିଥିଲା । ତାପରେ କୋର୍ଟର ଶୁଣାଣୀ ଅନୁଯାଇ ସେହି ଆଇପିଏସ ଅଧିକାରୀକୁ ବର୍ତ୍ତମାନ ଦଣ୍ଡ ମିଳିଛି । ତେବେ ଖବର ମୁତାବିକ ମାଡ୍ରାସ ହାଇକୋର୍ଟ ଆଇପିଏସ ସମ୍ପଦ କୁମାରଙ୍କୁ କୋର୍ଟର ଅବମାନନା ଅଭିଯୋଗରେ ଜେଲ୍ ଦଣ୍ଡ ଦେଇଛନ୍ତି । 2013 ମସିହାରେ IPL ମ୍ଯାଚ ଫିକ୍ଷିଙ୍ଗ ଓ ବ୍ୟାଟିଙ୍ଗ ମାମାମଲାରେ ଧୋନୀଙ୍କ ସମ୍ପତ୍ତି ନେଇ ଆଇପିଏସ ଅଧିକାରୀ ଜଣଙ୍କ ଆପତ୍ତିଜଣକ କିଛି ମନ୍ତବ୍ୟ ଦେଇଥିଲେ ।

ତେବେ ଯେଉଁ କଥା ସେ ସମୟରେ ଭାଇରାଲ ମଧ୍ୟ ହୋଇଥିଲା । ଯାହାକୁ ନେଇ 2014 ମସିହାରେ ଅପିଏସ ଅଧିକାରୀ ସମ୍ପଦ କୁମାର ଓ ଅନ୍ୟ ମାନଙ୍କ ବିରୁଦ୍ଧରେ ଚେନ୍ନାଇ ଉଚ ନ୍ୟାୟାଳୟରେ ମାନହାନୀ ମାମଲା ଧୋନି ଦାୟର କରିଥିଲେ । 2013 ମସିହାରେ ହୋଇଥିବା IPL ରେ ମ୍ଯାଚ ଫିକ୍ଷିଙ୍ଗରେ ସାମିଲ ଥିବା ନେଇ ଅପପ୍ରଚାର କରାଯାଇଥିଲା । ଯେଉଁ ମାମଲା କୋର୍ଟ ପର୍ଯ୍ୟନ୍ତ ଚାଲି ଯାଇଥିଲା ।

ତେବେ କୋର୍ଟ ଏହି ମାମଲାର ଶୁଣାଣୀ କରି ଏଭଳି କିଛି ମିଛ କଥା ଅପପ୍ରଚାର ନକରିବାକୁ କଡା ନିର୍ଦ୍ଧେଶ ଦେଇଥିଲେ । ହେଲେ ଏହା ହେବା ସତ୍ବେ ମଧ୍ୟ ସମ୍ପଦ କୁମାର ପୁନଶ୍ଚ ଧୋନୀଙ୍କୁ ନେଇ କିଛି ଅପପ୍ରଚାର କରିବାରେ ଲାଗିଥିଲେ । ତେଣୁ କୋର୍ଟର ନିର୍ଦ୍ଦେଶକୁ ପୁଣି ଥରେ ଆଇପିଏସ ଅଧିକାରୀ ସମ୍ପଦ କୁମାର ନାମକ ଜଣେ ଲୋକ ଅବମାନନା କରିଥିବାରୁ କୋର୍ଟ ଏଭଳି କିଛି ନିଷ୍ପତ୍ତି ନେଇଯାଇଥିଲା ।

ତେବେ ସେହି ଆଇପିଏସ ଅଧିକାରୀ ସମ୍ପଦ କୁମାରକୁ କୋର୍ଟ ଜେଲ୍ ର ଦଣ୍ଡ ଦେଇଦେଇଛି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *