କ୍ରିକେଟର Yuzi Chahal ଙ୍କ ସ୍ତ୍ରୀ Dhanashree ଙ୍କ ସହିତ ଠୁମକା ଲଗାଇଲେ Jos Buttler, ଦେଖନ୍ତୁ ଭାଇରାଲ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଅରେଞ୍ଜ ଓ ପର୍ପଲ ମଝିରେ ପିଙ୍କ । ଚହଲ ଙ୍କ ପତ୍ନୀ ଙ୍କ ସହିତ ଵଟଲର ଙ୍କ ଠୁମକା । ଭାଇରାଲ ହେଉଛି ଧନଶ୍ରୀ ଙ୍କ ଡାନ୍ସ ଭିଡିଓ । ୧୪ ବର୍ଷ ପରେ ଫାଇନାଲ କୁ ଯାଇ ଦ୍ଵିତୀୟ ଥର ଆଇପିଏଲ ଟାଇଟେଲ ହାସଲ କରିବାରେ ବିଫଳ ହୋଇଛନ୍ତି ରାଜସ୍ଥାନ ରୟାଲସ । କିନ୍ତୁ ଦଳ ର ଦୁଇ ବିଶ୍ୱସ୍ତନିୟ ତାରକା ଖେଳାଳି ଵଟଲର ଏବଂ ଚହଲ ଟୁର୍ନାମେଣ୍ଟ ର ସର୍ବାଧିକ ରନ୍ ସଂଗ୍ରହ କରି ଓ ବିକେଟ ଦଖଲ କରିବାରେ ଯଥାକ୍ରମେ ଅରେଞ୍ଜ ଓ ପର୍ପଲ କ୍ୟାପ ହାସଲ କରିଛନ୍ତି ।

ଆଉ ଫାଇନାଲ୍ ରେ ଦଳ ର ପରାଜୟ କୁ ଭୁଲିବା ପାଇଁ ନିଜ ନିଜ ଘରକୁ ଫେରିବା ପୂର୍ବରୁ ଉଭୟ ଵଟଲର ଓ ଚହଲ ଟିମ କ୍ୟାମ୍ପ ରେ ଧୂମ ମଜା କରିଥିଲେ । ଏପରିକି ପତ୍ନୀ ଧନଶ୍ରୀ ଙ୍କୁ ମଝିରେ ରଖି ଚହଲ ଵଟଲର ଙ୍କ ସହିତ ଏକାଠି ଡାନ୍ସ କରିଥିଲେ । ଏହି ଡାନ୍ସ ଭିଡିଓ କୁ ଚହଲ ଙ୍କ ପତ୍ନୀ ଧନଶ୍ରୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରିବା ପରେ ଏହା ଧୂମ ଭାଇରାଲ ହେବାରେ ଲାଗିଛି ।

ସେ କ୍ୟାପସନ୍ ରେ ଲେଖିଛନ୍ତି ଯେ, ଅରେଞ୍ଜ ଓ ପର୍ପଲ ମଝିରେ ପିଙ୍କ । ସେ ଏହା ମଧ୍ୟ ଲେଖିଛନ୍ତି ଯେ, ଆମେ ସିନା ଟ୍ରଫି ଜିତି ନାହୁଁ, କିନ୍ତୁ ହୃଦୟ ଜିତି ଯାଇଛୁ । ଧନଶ୍ରୀ ଙ୍କ ସହିତ ଵଟଲର ଙ୍କ ନାଚ ଦେଖି ଚହଲ ସ୍ଵୟଂ ତାଜୁବ ହୋଇ ଯାଉଛନ୍ତି । ଧନଶ୍ରୀ, ଚହଲ ଓ ଵଟଲର ଙ୍କ ଏହି ଡାନ୍ସ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ।

ରାଜସ୍ଥାନ ରୟାଲ ଗୁଜୁରାଟ ଟାଇଟାନ ଠାରୁ ୭ ବିକେଟ ରେ ପରାସ୍ତ ହୋଇ ରନର୍ସଅପ ହୋଇଛି । ଏହା ସହିତ ବଟଲର ଚାରି ଶତକ ସହିତ ୮୬୩ ରନ୍ କରିଥିବା ବେଳେ ଚହଲ ୨୭ ବିକେଟ ଦଖଲ କରିଛନ୍ତି । ତେବେ ଆପଣ ମାନେ ମଧ୍ୟ ସୋସିଆଲ ମିଡିଆ ରେ ଭାଇରାଲ ହୋଇଥିବା ଏହି ଡାନ୍ସ ଭିଡିଓ କୁ ନିଶ୍ଚିତ ଦେଖିଥିବେ ।

ତେବେ ଆପଣଙ୍କୁ ଚହଲ, ଵଟଲର ଏବଂ ଧନଶ୍ରୀ ଙ୍କ ଡାନ୍ସ ଭିଡିଓ ଟି କିପରି ଲାଗିଲା ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *