ଡେଙ୍ଗୁରୁ ଆରୋଗ୍ୟ ହୋଇ ଫେରିଲେ ଗିଲ୍, ଭୟରେ ଥରୁଛନ୍ତି…ପାକିସ୍ତାନୀ ବୋଲର ! Shubhman gill

ଡେଙ୍ଗୁରୁ ସୁସ୍ଥ ହୋଇ ଫେରିଲେ ଗିଲ୍ ! ହଁ ଆଜ୍ଞା ପାକିସ୍ତାନ ପାଇଁ କାଳ ଏବେ ମଇଦାନକୁ ଓହ୍ଲାଇଲେ । କାରଣ ଶୁଭମନ ଗିଲ୍ ଏବେ ବିଶ୍ଵକପ ମ୍ଯାଚରେ ଖେଳିବା ପାଇଁ ଅଭ୍ଯାସ ଜାରୀ କରିବା ଆରମ୍ଭ କରିଦେଇଛନ୍ତି । ହଁ ବନ୍ଧୁଗଣ ଶୁଭମନ ଗିଲ୍ ଯାହାଙ୍କ ଦମଦାର ତଥା ଜବରଦସ୍ତ ବ୍ୟାଟିଙ୍ଗ ପାଇଁ ଅନେକ କ୍ରିକେଟପ୍ରେମୀ ତାଙ୍କର ଫ୍ୟାନ ଅଟନ୍ତି । ହେଲେ ଗତ କିଛି ଦିନ ଧରି ଶୁଭମନ ଗିଲ୍ ଡେଙ୍ଗୁ ଜ୍ଵରରେ ଅସୁସ୍ଥ ଥିଲେ । ତେଣୁ ଗିଲ୍ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ରହିଥିଲେ ।

ତେଣୁ ଭାରତ ବିପକ୍ଷରେ ଖେଳିବାକୁ ଥିବା ପାକିସ୍ତାନ ମ୍ଯାଚରେ ଗିଲ୍ ଖେଳିବେ କି ନାହିଁ ଚର୍ଚା ହେବାରେ ଲାଗିଥିଲା । ତେବେ ଏହି ସବୁ ଦ୍ଵନ୍ଦ ଆଜି ଆପଣଙ୍କ ଠାରୁ ଦୂର କରିଦେବାକୁ ଚାହୁଁଛୁ । ଶୁଭମନ ଗିଲ୍ ଏବେ ପାକିସ୍ତାନ ବିପକ୍ଷ ମ୍ଯାଚରେ ଖେଳିବେ ବୋଲି ସୂଚନା ମିଳିଛି । କାରଣ ଡେଙ୍ଗୁରୁ ବର୍ତ୍ତମାନ ଗିଲ୍ ଆରୋଗ୍ଯ ଲାଭ କରି ସୁସ୍ଥ ଅଛନ୍ତି । ତେଣୁ ପାକିସ୍ତାନ ବିପକ୍ଷରେ ହେବାକୁ ଯାଉଥିବା ମ୍ୟାଚ ପାଇଁ ନିଜର ଜୋରଦାର ଅଭ୍ଯାସ ଜାରୀ କରି ଦେଇଛନ୍ତି ।

ଏଥିସହ ପୁଣି ଥରେ ପୂର୍ବ ଭଳି ନିଜ କ୍ରିକେଟ ସହଯୋଗୀ ମାନଙ୍କ ସହ ଖୁସି ଅନ୍ଦାଜରେ ଗିଲ୍ କୁ ଦେଖିବାକୁ ମିଳିଛି । ତେବେ ଗିଲ୍ ଙ୍କର ଅତି ନିକଟତର ବନ୍ଧୁ ଇଶାନ କିଶାନ ମଧ୍ୟ ଗିଲ୍ ଙ୍କୁ ସୁସ୍ଥ ହୋଇ ଫେରିବାର ଦେଖି ବହୁତ ଅଧିକ ଖୁସି ଅଛନ୍ତି । ଏଥିସହ ପୁଣି ଥରେ ପୂର୍ବ ଭଳି ଉଭୟ ଶୁଭମନ ଗିଲ୍ ଓ ଇଶାନ କିଶାନଙ୍କର ମଜାମସ୍ତି ଆରମ୍ଭ ହୋଇଯାଇଛି । ଯାହାର ଫୋଟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗି ପଡିଛି ।

ତେବେ ଡେଙ୍ଗୁରୁ ଆରୋଗ୍ୟ ହୋଇ ଗିଲ୍ ବର୍ତ୍ତମାନ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଯାଉଥିବା ବିଶ୍ଵକପ ମ୍ଯାଚ ପାଇଁ ନିଜକୁ ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି । ତେବେ ଶୁଭମନ ଗିଲ ବିଶ୍ଵକପରେ କିଭଳି ନିଜର ଦମଦାର ପଦର୍ଶନ ଦେଖାଇବେ ? ତାହା ଦେଖିବା ଅପେକ୍ଷାରେ ରହିଲା ? ତେବେ ଶୁଭମନ ଗିଲଙ୍କର ଦମଦାର ବ୍ୟାଟିଙ୍ଗ ଅନ୍ଦାଜ ଆପଣ ମାନଙ୍କୁ କିପରି ଲାଗେ ? ଆମକୁ କମେଣ୍ଟ କରିକି ନିହାତି ଜଣାନ୍ତୁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *