ସାବଧାନ ! ଚୋରୀ ହେଉଛି ତେଲ, ଦେଖନ୍ତୁ କେମିତି ଗାଡି ଚାଳକଙ୍କୁ ଠକନ୍ତି ପେଟ୍ରୋଲ ପମ୍ପ, ଗାଡିରେ ତେଲ ପକାଉଥିଲେ ନିଶ୍ଚୟ ଦେଖନ୍ତୁ…

ସବୁଦିନ ପେଟ୍ରୋଲ ଓ ଡିଜେଲର ଦର ବଢି ଚାଲିଛି । ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ କାରଣରୁ ଆହୁରି ଅଧିକ ପେଟ୍ରୋଲର ମୂଲ୍ୟ ବଢିପାରେ ବୋଲି କୁହାଯାଉଛି । ସବୁଦିନ ପେଟ୍ରୋଲ ପମ୍ପ ଗୁଡିକରୁ ଗ୍ରାହକ ଠକେଇର ଶିକାର ହେଉଥିବାର ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଥାଏ । ଗ୍ରାହକ ପେଟ୍ରୋଲ ହିସାବରେ ଟଙ୍କା ଠିକ ଦେଇ ଥିବେ କି ତାଙ୍କୁ ପେଟ୍ରୋଲ ପମ୍ପ ବାଲା କମ ପେଟ୍ରୋଲ ଦେଇଥିବେ । ପେଟ୍ରୋଲ ପମ୍ପ ବାଲା ବହୁତ ଚାଲାକିରେ ସହ ଗ୍ରାହକର ଅଜଣତାରେ ଗ୍ରାହକମାନଙ୍କୁ ଠକି ଦେଉଛନ୍ତି ।

ପେଟ୍ରୋଲ ପମ୍ପରେ ପେଟ୍ରୋଲ ପମ୍ପର ମାଲିକ ଗ୍ରାହକମାନଙ୍କୁ କେମିତି ଠକି ଥାନ୍ତି ଓ ଆପଣ ଏଥିରୁ କେମିତି ବଞ୍ଚିବେ ଆଜି ଆମେ ଆପଣଙ୍କୁ ସେହି ବିଷୟରେ କହିବୁ । ପେଟ୍ରୋଲ ପମ୍ପରେ ତେଲ ପକାଇବା ସମୟରେ ସବୁବେଳେ ନଜର ରଖିବେ କି ମିଟର ଜିରୋ ଥିବ ।

ପ୍ରାୟତଃ ସମୟରେ ପେଟ୍ରୋଲ ପମ୍ପରେ କାମ କରୁଥିବା ଅଧିକାରୀ ମିଟରରେ ଜିରୋ ଦେଖାଇଥାନ୍ତି । କିନ୍ତୁ ସେ କଥା କଥାରେ ସେମାନେ ପେଟ୍ରୋଲର ମୂଲ୍ୟ ସେଟ କରି ନ ଥାନ୍ତି । ଏହିଭଳି ସ୍ଥିତିରେ ଆପଣ ଠକାମୀର ଶିକାର ହୋଇପାରନ୍ତି । ବର୍ତ୍ତମାନ ସବୁ ପେଟ୍ରୋଲ ପମ୍ପରେ ଡିଜିଟାଲ ମିଟର ଲାଗି ଯାଇଛି । ସେଥିପାଇଁ ତେଲ ପକାଇବା ସମୟରେ ପ୍ରଥମେ ଆପଣ କେତେ ଟଙ୍କାର ତେଲ ପକାଇବେ ତାକୁ ମିଟରରେ ଫିଡ କରିବା ପାଇଁ କୁହନ୍ତୁ । ଯାହା ଦ୍ଵାରା ଆପଣ ଠକାମୀର ଶିକାର ହେବେ ନାହିଁ ।

କେବଳ ମିଟର ଜିରୋ ଥିଲେ ହବ ନାହିଁ, ଏହା ଛଡା ମିଟର ରିଡିଙ୍ଗ କେଉଁ ସଂଖ୍ୟାରୁ ଆରମ୍ଭ ହେଉଛି ତାହା ଉପରେ ବି ନଜର ରଖନ୍ତୁ । ଯଦି ଏହା ସିଧା ୧୦ ରୁ କିମ୍ବା ୧୫ ରୁ ରିଡିଙ୍ଗ ଆରମ୍ଭ ହେଉଛି ତେବେ ଆପଣ ଠକାମୀର ଶିକାର ହୋଇ ପାରନ୍ତି । ସର୍ବଦା ମନେ ରଖନ୍ତୁ କି ମିଟର ୩ରୁ ଆରମ୍ଭ ହେବା ଆବଶ୍ୟକ । ପେଟ୍ରୋଲ ପମ୍ପରେ ତେଲ ପକାଇବା ସମୟରେ ଯଦି ମିଟର ଜୋର ଚାଲୁଅଛି ତେବେ ବୁଝି ଯାଆନ୍ତୁ କି କିଛି ଗଡବଡ ଅଛି । ଆପଣ ମିଟରର ସ୍ପୀଡ କମ କରିବା ପାଇଁ କର୍ମଚାରୀଙ୍କୁ କୁହନ୍ତୁ । କାରଣ ଯେତିକି ଜୋରରେ ଆପଣଙ୍କ ମିଟର ଚାଲିବ ସେତିକି ଆପଣଙ୍କ ପକେଟ ଫାଙ୍କା ହବ ।

ଗାଡିରେ ତେଲ ଭର୍ତ୍ତି କରୁଥିବା ସମୟରେ ପେଟ୍ରୋଲ ପମ୍ପ କର୍ମଚାରୀ ନୋଜଲକୁ ଟାଙ୍କି ଭିତରେ ପୁରାଇ ରଖିଥାନ୍ତି । ଯାହା ଦ୍ଵାରା ଆପଣ ଜାଣି ପାରନ୍ତି ନାହିଁ କି ପେଟ୍ରୋଲ ଗାଡିରେ ପଡୁଛି ନା ନାହିଁ । ସେଥିପାଇଁ ଗାଡିରେ ତେଲ ପକାଇବା ସମୟରେ ନୋଜଲକୁ ଅଳ୍ପ ଉପରକୁ ଉଠାଇ ରଖିବାକୁ କୁହନ୍ତୁ । ଯାହା ଦ୍ଵାରା ତେଲ ଟାଙ୍କିରେ ଭର୍ତ୍ତି ହେଉଛି କି ନାହିଁ ଆପଣ ଜାଣି ପାରିବେ । ସର୍ବଦା ପେଟ୍ରୋଲ ପମ୍ପର କର୍ମଚାରୀଙ୍କ ଉପରେ ନଜର ରଖନ୍ତୁ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *