ଚୁପ୍ ରହୁଥିବା ଲୋକ ପାଖରେ ଥାଏ ଏହି ଅମୂଲ୍ୟ ଗୁଣ, ନିଶ୍ଚୟ ଦେଖନ୍ତୁ ଜୀବନ ବଦଳିଯିବ (Motivational tips)

ବନ୍ଧୁଗଣ ଏହି ଦୁନିଆରେ ଥିବା ସମସ୍ତ ମଣିଷ କେବେ ଭାବେନି କି କେବେ ଚିନ୍ତା କରେନି ଯେ, ତାର ପ୍ରତ୍ୟକ ଶବ୍ଦର ପ୍ରଭାବ ଅନ୍ୟ ମଣିଷ ଉପରେ ରହିଛି ତାହା ସକାରାତ୍ମକ ରହୁ ବା ନକରାତ୍ମକ ହେଉ । ପ୍ରାୟ 99 ପ୍ରତିଶତ ମଣିଷ ହୋସ ନଥାଇ ଶବ୍ଦ କହିଥାନ୍ତି । ହେଲେ ତାର ପ୍ରତ୍ୟକ ଶବ୍ଦ, ଚାଲି ଚଳନ ତାର ସମ୍ପର୍କୀୟଙ୍କ ଉପରେ ତାର ପରିବାର ଉପରେ ପ୍ରଭାବ ପକାଇ ଥାଏ । ଏହି ଜିନିଷକୁ ମଣିଷ ଭଲ ଭାବରେ ଜାଣିବା ଦରକାର ।

ବନ୍ଧୁଗଣ ଗୋଟେ ସୁନ୍ଦର କଥା ଅଛି ପାଟି ଖୋଲିବା ପୂର୍ବରୁ ମସ୍ତିସ୍କ ଖୋଲନ୍ତୁ । ତେବେ ବନ୍ଧୁଗଣ କାହା ସହ କଥାବାର୍ତ୍ତା କରିବା ପୂର୍ବରୁ ଆପଣ ନିଜ ମନ, ମସ୍ତିସ୍କକୁ ଖୋଲି ଭଲ ଭାବରେ ଚିନ୍ତା କରନ୍ତୁ ମୁଁ କଣ କହିବାକୁ ଯାଉଛୁ ଆଉ ମୋର କଣ କହିବା ଉଚିତ । କାରଣ ଶବ୍ଦର ପ୍ରଭାବ ଅଛି ଆପଣ ବୋଧେ କହିକି ତାହା ଭୁଲି ଯାଉଥିବେ । ଯଦି ଆପଣଙ୍କ ହୋସ ପୂର୍ବକ କଥାବାର୍ତ୍ତା ନ କରୁଛନ୍ତି ତେବେ ଆପଣଙ୍କର ପ୍ରତ୍ୟକ ଶବ୍ଦ କୌଣସି ନା କୌଣସି ଜାଗାରେ କ୍ଷତି ସୃଷ୍ଟି କରିପାରେ ।

ଆଉ ହୋସ ରହୁଥିବା ଲୋକ ସଦା ସର୍ବଦା କମ କଥାବାର୍ତ୍ତା କରେ ଚୁପ ରୁହେ । ଆଜି ପର୍ଯ୍ୟନ୍ତ ଆମେ ମାନେ ଶୁଣି ଆସିଛୁ ଯେଉଁ ଲୋକ ଯେତେ ଅଧିକ କଥାବାର୍ତ୍ତା କରିପାରିବ ସେ ଲୋକ ସଫଳ । ହେଲେ ବନ୍ଧୁଗଣ ଏହା ହେଉଛି ଏକ ଭୁଲ ଧାରଣା । ପିଲା ମାନଙ୍କୁ କେବେବି ଏ ଭୁଲ ଶିକ୍ଷା ଦିଅନ୍ତୁ ନାହିଁ । ଯେଉଁ ମାନେ ଚୁପ ରହୁଛନ୍ତି ଓ କମ କଥାବାର୍ତ୍ତା କରୁଛନ୍ତି ସେମାନଙ୍କୁ କେବେବି ନିମ୍ନ ଦ୍ରୁଷ୍ଟିରେ ଦେଖନ୍ତୁ ନାହିଁ ।

ଚୁପ ରହୁଥିବା ଲୋକ ମାନେ ଅପୂର୍ବ ଶକ୍ତିଶାଳୀ ହୋଇଥାନ୍ତି । ଚୁପ ରହିବାର ଅର୍ଥ ଏହା ନୁହେଁ ଯେ ସଦା ସର୍ବଦା ଚୁପ ରହିବେ । ଚୁପ ରହିବାର ଅର୍ଥ ଯେତିକି ଆବଶ୍ୟକ ସେତିକି କଥାବାର୍ତ୍ତା କରିବେ । ବନ୍ଧୁଗଣ ଆପଣଙ୍କ ପ୍ରତ୍ୟକ ଶବ୍ଦର ମୂଲ୍ୟ ଅଛି । ଯଦି ଆମେ ଜାଣିବା ଆମ କଥା ବାର୍ତ୍ତାର ମୂଲ୍ୟ ନାହିଁ ତା ହେଲେ ଆମେ ଅଯଥାରେ କଥା ହେବା ହେଉଛି ମୁର୍ଖାମି ।

ତେଣୁ ଚୁପ ରହିବାର ଅପୂର୍ବ ଶକ୍ତି ବିଷୟରେ ସମସ୍ତଙ୍କୁ ଜାଣିବା ଉଚିତ । ଅତ୍ୟଧିକ ଗପୁ ଥିବା ଲୋକ ବହୁତ ଭୁଲ କରେ କମ କଥା ବାର୍ତ୍ତା ସେହି ଲୋକ କରେ ଯାହାର ହୋସ ଥାଏ । ହୋସ ଥିବା ଲୋକ କମ କଥା ବାର୍ତ୍ତା କରେ ହେଲେ ଶକ୍ତିଶାଳୀ କଥା ବାର୍ତ୍ତା କରେ । ଯେଉଁ ଚୁପ ରୁହନ୍ତି ସେମାନେ ନିଜ ଜୀବନରେ ନିଶ୍ଚୟ ଏକ ବଡ ସଫଳତା ହାସଲ କରିଥାନ୍ତି । ତେଣୁ ବନ୍ଧୁଗଣ ଏହି ଅମୂଲ୍ୟ ଶିକ୍ଷାକୁ ଆଜୀବନ ମନ ରଖନ୍ତୁ ଆଉ ନିଜ ପିଲା ମାନଙ୍କୁ ଏହି ଅମୂଲ୍ୟ ଶିକ୍ଷା ବିଷୟରେ ନିଶ୍ଚୟ କୁହନ୍ତୁ,

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *