ଚେତାବନୀ ଦେଲେ Ollywood Actor Baby Mishara, ଯିଏ ଫାଙ୍କା ବସିଛନ୍ତି, ସେମାନେ ବସିକି ପୂର୍ବ ପଶ୍ଚିମ ଉତ୍ତର ଓଡିଶା କହୁଛନ୍ତି!

ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ଓଡିଆ ଇଣ୍ଡଷ୍ଟ୍ରି ରେ ଯେଉଁ ବିବାଦ ଆରମ୍ଭ ହୋଇଛି ତାହାକୁ ନେଇ ସମସ୍ତେ ନିଜ ନିଜର ମତ ଦେଉଛନ୍ତି । ଫ୍ୟାନ୍ସ ମାନଙ୍କ ଠାରୁ ଆରମ୍ଭ କରି ଓଲିଉଡ ର କଳାକାର ମାନେ ଏହି ବିବାଦକୁ ନେଇ ପ୍ରତିକ୍ରିୟା ରଖୁଛନ୍ତି । ଆଉ ଏହାରି ମଧ୍ୟ ବଡ ବୟାନ ଦେଇଛନ୍ତି ଅଭିନେତା ବବି ମିଶ୍ର । ବବି ମିଶ୍ର ଏକ ସାକ୍ଷାତକାର ରେ ଗଣମାଧ୍ୟମରେ କିଛି ଏଭଳି ବୟାନ ଦେଇଛନ୍ତି ।

ସେ କହିଛନ୍ତି ଯେ “ଏଟା ହେଉଛି ଯେଉଁ ମାନଙ୍କର ମାନସିକ ନିଚ୍ଚ । ଯେଉଁ ମାନଙ୍କର କିଛି କାମ ନାହିଁ । ଯେଉଁ ମାନେ ଫାଙ୍କା ବସିଛନ୍ତି କଣ କରିବେ ନାଁ କେମିତି ଆସିବ । କେମିତି ଲୋକଙ୍କ ପାଖରେ ପହଞ୍ଚିବେ ସେଥିପାଇଁ ଲୋକଙ୍କ ମନରେ ବିଭ୍ରାଟ ସୃଷ୍ଟି କରୁଛନ୍ତି । ଆମେ ଉତ୍କଳୀୟ ସଂସ୍କୃତି କୁ ନେଇ ବଞ୍ଚୁଛୁ । ଆଜି ନୁହେଁ ଅମା ଜାତି ବୀର ଜାତି ଥିଲେ । କଳିଙ୍ଗ ଥିଲା ଆଜି ଓଡିଶା ହୋଇଛି ।

ବର୍ତ୍ତମାନ ଯେଉଁ ଲୋକ ବାହାରିକି ଚଳାଇଛନ୍ତି ପଶ୍ଚିମ ଓଡିଶା ଉତ୍ତର ଓଡିଶା । ଏ ସବୁ ବେକାର କଥା । ଆମର ଭାଗ କେତେବେଳେ ହେଲା ମୁଁ ଜାଣି ପାରିଲି ନାହିଁ । ମୋତେ ଯଦି ଲୋକ ଚିହ୍ନିଛନ୍ତି କେବଳ ସମ୍ବଲପୁରୀ ଗୀତ ପାଇଁ । ବବି ମିଶ୍ରର ସମ୍ବଲପୁରୀ ଗୀତ ସବୁ ହିଟ । ସେତେବେଳେ ଓଡିଶାର କିଛି ଭାଗ ହୋଇ ନ ଥିଲା । ଆମେ ସମସ୍ତେ ଗୋଟିଏ । ଓଡିଶା ଜଗନ୍ନାଥ ଦେଶ ।

ବିଶ୍ଵ ଦରବାରରେ ଆମେ ଅଛୁ । ଉତ୍କଳୀୟ ହିସାବରେ ଆମେ ଯେଉଁଠୁ ଯାଉଛି ପୁରୀ ଜଗନ୍ନାଥ ଧାମ କହି ସମ୍ମାନ ଦେଉଛନ୍ତି । ସିନେମା ବିଷୟରେ ମୋର କିଛି କହିବାର ନାହିଁ । ଏବେ ଯେଉଁ କାହାଣୀ ଚାଲିଛି ମୁଁ ବିରକ୍ତ ହୋଇ ଗଲିଣି । ଏବେ ଯେଉଁ ପ୍ରଡ୍ୟୁସର ମାନେ ଓଲିଉଡ କୁ ଉଠାଇବାକୁ ଚାହୁଁଛନ୍ତି କିଛି ଲୋକ ମାନେ ତଳକୁ ଖସାଇବାକୁ ଚେଷ୍ଟା କରୁଛନ୍ତି । ଆମକୁ ଆଗକୁ ଯିବାକୁ ପଡିବ ।

ଏଠି ଦେଶ କି ରାଜ୍ୟକୁ ଖଣ୍ଡନ କରିବା ଦରକାର ନାହିଁ । ଏଠି ମା କଟକ ଚଣ୍ଡୀ, ମା ସମଲେଶ୍ଵରୀ, ମା ଚର୍ଚ୍ଚିକା ଅଛନ୍ତି । ଚାରି ପୀଠ ରେ ମା ଅଛନ୍ତି ଆମକୁ ଘଣ୍ଟ ଘଉଡାଇ ରଖିବା ପାଇଁ । ସମସ୍ତଙ୍କୁ ଆମେ ସମ୍ମାନ ଦେବା । ଆମର ଭାଷା ଏପଟ ସେପଟ ହୋଇଗଲା ବୋଲି କଣ ଆମେ ଅଲଗା ହୋଇଗଲୁ” । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *