Charlie Chaplin ଙ୍କ ଜୀବନର ଏମିତି ଏକ କାହାଣୀ ଯାହା କେହି ବି ଜାଣନ୍ତି ନାହିଁ…(Real Story Of Charlie Chaplin)

ନମସ୍କାର ବନ୍ଧୁଗଣ ତେବେ ଚାର୍ଲି ଚାପଲିନ ଜଣେ ଇଂରେଜ ହାସ୍ୟ ଅଭିନେତା, ଚଳଚ୍ଚିତ୍ର ନିର୍ମାତା ଯିଏ କି ନିର୍ବାକ ଚଳଚ୍ଚିତ୍ର ଯୁଗରେ ଖ୍ୟାତି ଅର୍ଜନ କରିଥିଲେ । ନିର୍ବାକ ଚଳଚ୍ଚିତ୍ର ଯୁଗର ପ୍ରାରମ୍ଭିକ ସମୟରୁ ଏକ ଅଭିନେତା, ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ଭାବେ ସେ ଏକ ଜଣାଶୁଣା ଚେହେରା । ତେବେ ଲଣ୍ଡନରେ ଚାର୍ଲିଙ୍କ ପିଲାଦିନ ଅତ୍ୟନ୍ତ ଦାରିଦ୍ର‍୍ୟ ତଥା କଷ୍ଟକର ଥିଲା । ପିତାଙ୍କ ଅନୁପସ୍ଥିତିରେ ତାଙ୍କ ମାଆ ଅର୍ଥାଭାବରେ ସଂଘର୍ଷ କରୁଥିବା ବେଳେ ଚାର୍ଲିଙ୍କୁ ନଅ ବର୍ଷ ନ ହେଉଣୁ କାମ କରିବାପାଇଁ ପଠାଇଦିଆଗଲା ।

କମ୍ ବୟସରୁ ଚାର୍ଲି ମ୍ୟୁଜିକ ହାଉସଗୁଡ଼ିକ ବୁଲି କାମ କରିବା ଆରମ୍ଭ କଲେ । ସେ ମଞ୍ଚ ଅଭିନୟ ସାଙ୍ଗକୁ ହାସ୍ୟ ଅଭିନେତା ଭାବେ ମଧ୍ୟ କାମ କଲେ । ତାଙ୍କ ଚର୍ଚ୍ଚିତ ଫିଲ୍ମ ମଧ୍ୟରୁ ‘ଦି କିଡ୍‌’ ଅନ୍ୟତମ । ଏଥିରେ ସେ ଜଣେ ଖିଆଲି ପଥିକ ଭୂମିକାରେ ଆସିଥିଲେ । ଯାହା ଦର୍ଶକଙ୍କୁ ଖୁବ୍‌ ଛୁଇଁଥିଲା ତାଙ୍କର ଅନ୍ୟ ଏକ ଲୋକପ୍ରିୟ ଚଳଚ୍ଚିତ୍ର ହେଉଛି ‘ଦି ଗୋଲଡ୍ ରସ୍’ । ସେହିପରି ତାଙ୍କର ଅନ୍ୟ ଏକ ବ୍ଲକ ବଷ୍ଟର ହିଟ୍ ସିନେମା ହେଉଛି ‘ସିଟି ଲାଇଟ୍ସ୍’ ।

ଏଥିରେ ସେ ଜଣେ ଦୃଷ୍ଟିହୀନ ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ । ତେବେ ଏହି ଅଭିନୟ ଖୁବ୍‌ ବଳିଷ୍ଟ ଥିଲା । ଏହି ତାଲିକାରେ ସିନେମା ‘ମର୍ଡ଼ନ ଟାଇମ୍ସ’ ଏବଂ ‘ଦି ଗ୍ରେଟ୍ ଡିରେକ୍ଟର’ ଫିଲ୍ମ ରହିଛି । ତେବେ ଲଣ୍ଡନରେ ଚାଲିଥିଲା ଗୋଲ ଟେବୁଲ ବୈଠକ । ଏହି ବୈଠକରେ ସାମିଲ ହୋଇଥିଲେ ମହାତ୍ମା ଗାନ୍ଧି । ସେହିଦିନ ଚାର୍ଲି ଚାପଲିନ୍ ମଧ୍ୟ ନିଜ ଫିଲ୍ମ ‘ସିଟି ଲାଇଟ’ର ପ୍ରମୋସନ ପାଇଁ ଲଣ୍ଡନରେ ପହଂଚିଥିଲେ ।

ଲଣ୍ଡନ ଗଣମାଧ୍ୟମରେ ଗାନ୍ଧିଜୀ ସେତେବେଳେ ପୁରା ପ୍ରଂଟ ଲାଇନ୍‌ରେ ଥିଲେ । ଏଥିସହ ଚାର୍ଲି ମଧ୍ୟ ଗାନ୍ଧିଜୀଙ୍କ ବିଷୟରେ ଅନେକ ଶୁଣିଥିଲେ । ତେଣୁ ତାଙ୍କୁ ଭେଟିବା ପାଇଁ ସେ ବେଶ୍ ଉତ୍ସୁକ ଥିଲେ । ତେବେ ଗାନ୍ଧିଜୀ ଓ ଚାର୍ଲି ଚାପଲିନ୍‌ଙ୍କ ମଧ୍ୟରେ ଭେଟ୍‌ଘାଟ ହେଲା । ତେବେ ଗାନ୍ଧିଜୀଙ୍କ ଠାରୁ ପାଇଥିବା ଜ୍ଞାନ ଓ ବକ୍ତବ୍ୟ ଶୁଣି ଚାର୍ଲି ଏକ ଫିଲ୍ମ ମଧ୍ୟ ତିଆରି କିରଥିଲେ, ଯାହାର ନାଁ ଥିଲା ‘ମଡର୍ଣ୍ଣ ଟାଇମ୍ସ’ ।

ଏହି ଫିଲ୍ମ ଜରିଆରେ ସେ ଲୋକଙ୍କୁ ମେସିନ୍ ବଦଳରେ ଆତ୍ମନିର୍ଭର ହେବା ପାଇଁ ବାର୍ତ୍ତା ଦେଇଥିଲେ । ତେବେ ଚାର୍ଲି ଚାପ୍‌ଲିନ୍‌ଙ୍କ ପୂରା ନାଁ ସର ଚାଲ୍ସେ ସ୍ପେନ୍ସର ଥିଲା । ଏପ୍ରିଲ୧୬, ୧୮୮୯ରେ ଜନ୍ମିତ ଚାର୍ଲି ୨୫ ଡିସେମ୍ବର ୧୯୭୭ରେ ପ୍ରାଣ ହରାଇଥିଲେ । ଚାର୍ଲି ଜଣେ ଇଂରାଜୀ ହାସ୍ୟ ଅଭିନେତା ଓ ଫିଲ୍ମ ନିର୍ଦ୍ଦେଶକ ଥିଲେ । ତାଙ୍କ ବାପା ଜଣେ ଅଭିନେତା ଥିଲେ । ସବୁବେଳେ ମଦ୍ୟପାନ କରୁଥିବାରୁ ପିତାଙ୍କ ସହ ତାଙ୍କର ପଡୁ ନ ଥିଲା । ଜୀବନ ଖୁବ୍ ସଂଘର୍ଷମୟ ହୋଇପଡିଥିଲା ।

ପିତାଙ୍କ ଏହି କୁ ଅଭ୍ୟାସ ପାଇଁ ମାନଦସିକ ବିକାରଗ୍ରସ୍ତ ହୋଇ ପଡିଥିଲେ ମା’ । ପରିସ୍ଥିତି ଏପରି ହେଲା ଯେ, ଶେଷକୁ ତାଙ୍କୁ ମାନସିକ ରୋଗ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ଚାର୍ଲି ଓ ତାଙ୍କ ଭାଇଙ୍କୁ ତାଙ୍କ ବାପାଙ୍କ ସହ ରହିବାକୁ ପଡ଼ୁଥିଲା । କିନ୍ତୁ ତାଙ୍କ ବାପାଙ୍କ ବ୍ୟବହାର କାରଣରୁ ଏକ ସଂସ୍ଥା ଚାର୍ଲି ଓ ତାଙ୍କ ଭାଇଙ୍କୁ ତାଙ୍କ ବାପାଙ୍କଠାରୁ ଅଲଗା ରଖିଥିଲେ । କିଛି ବର୍ଷ ପରେ ଚାର୍ଲିଙ୍କ ବାପାଙ୍କ ମୃତ୍ୟୁ ହୋଇଯାଇଥିଲା ।


ଚିନ୍ତା ଓ ବିଷାଦ ଭରା ପିଲାଦିନ ସତ୍ତ୍ୱେ ସେ ଆମେରିକା ସିନେମାରେ ନିଜ ଛାପ ଛାଡ଼ିବାରେ ସଫଳ ହୋଇଥିଲେ । କିନ୍ତୁ ଆମେରିକା ସରକାର ୧୯୫୨ରେ ତାଙ୍କୁ ବ୍ୟାନ୍‌ କରି ଦେଇଥିଲେ । ଚାର୍ଲି ଚାପ୍‌ଲିନ୍‌ ସବୁଠୁ ପ୍ରସିଦ୍ଧ କଳାକାରଙ୍କ ମଧ୍ୟରୁ ଜଣେ ଥିଲେ । ଏହାସହ ସେ ଜଣେ ଫିଲ୍ମ ନିର୍ମାତା, ସଙ୍ଗୀତକାର ଓ ସଙ୍ଗୀତଜ୍ଞ ଥିଲେ । ତେବେ ନିଜ ଫିଲ୍ମରେ ଜୀବନର କମେଡି ଓ ଟ୍ରାଜେଡି ଦେଖାଉଥିବା ଚାର୍ଲିଙ୍କର ମୃତ୍ୟୁ ପରେ ବି ଟ୍ରାଜେଡି ସରି ନ ଥିଲା ।

୧୯୭୭ରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁର ଗୋଟିଏ ବର୍ଷ ପରେ ବି ତାଙ୍କ ପାର୍ଥିବ ଶରୀରକୁ ସ୍ୱିଜରଲ୍ୟାଣ୍ଡ୍‌ର ଏକ ଗାଁରୁ ଦୁଇଜଣ ଚୋର ଉଠେଇ ନେଇଯାଇଥିଲେ । ଚିନ୍ତା କରନ୍ତୁ କେତେ ଲୋକପ୍ରିୟ ଥିଲେ ଚାର୍ଲି । ପରେ ଦୁଇ ଚୋର ଙ୍କୁ ପୋଲିସ ଧରି ନେଇଥିଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *