Odia Gk- 4 ଟି ପ୍ରଶ୍ନର ଗୋଟିଏ ଉତ୍ତର ! ଗୋଟିଏ ନଦୀର ନାମ, ଫୁଲର ନାମ, ଫିଲ୍ମର ନାମ ଓ ଗୋଟିଏ ହିରୋଇନର ନାମ ? କୁହନ୍ତୁ ତାହା କଣ ?

ଦର୍ଶକ ବନ୍ଧୁ ଯଦି ଆପଣ ବୋର ହେଇ ଯାଇଛନ୍ତି ବା ଗୋଟିଏ କାମ କରି କରି ଚିନ୍ତାରେ ପଡି ଯାଇଛନ୍ତି ତା ହେଲେ ଏବେ ବ୍ୟସ୍ତର ହେବାର କୌଣସି ଆବଶ୍ୟକତା ନାହିଁ । ଆପଣ ମାନଙ୍କ ମନୋରଞ୍ଜନ ପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ଢଗର ପ୍ରଶ୍ନ ଉତ୍ତର ନେଇ ଆସିଛୁ । ଆମେ ଆପଣ ମାନଙ୍କୁ କିଛି ପ୍ରଶ୍ନ ପଚାରିବୁ ଆଉ ଆପଣ ସେହି ପ୍ରଶ୍ନର ଉତ୍ତର ଦେବା ପାଇଁ ଚେଷ୍ଟା କରିବେ ଯଦି ଆପଣ ଉତ୍ତର ଦେଇଦେଲେ ତା ହେଲେ ଆପଣ ବହୁତ ବଡ ଜ୍ଞାନୀ ବୋଲି ନିଜକୁ ଭାବନ୍ତୁ ।

ଯଦି ଆପଣ ଉତ୍ତର ନଦେଇ ପାରିବେ ତା ହେଲେ ବି ଚିନ୍ତା କରିବାର ଆବଶ୍ୟକତା ନାହିଁ ଆମେ ଆପଣଙ୍କୁ ସେହି ପ୍ରଶ୍ନର ଉତ୍ତର କହିବୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ୧. ତାହା କଣ ଅଟେ ଯାହା ଅଧା ରାତିରେ ଆସିଥାଏ ଆଉ ଅଧା ରାତିରେ ଚାଲି ଯାଏ ?

ଉତ୍ତର- ବନ୍ଧୁଗଣ ତାରିଖ ହେଉଛି ଏକ ଏପରି ଜିନିଷ ଯାହା ଅଧା ରାତିରେ ଆସେ ଆଉ ଅଧା ରାତିରେ ଚାଲି ଯାଏ ।

୨. ଏମିତି କିଏ ଅଛି ଯାହା ଆମକୁ ଟିକେ ଟିକେ କଷ୍ଟ ଦେଇଥାଏ, ଆମକୁ କରେଣ୍ଟ ମାରିଲା ଭଳି କଷ୍ଟ ଦିଏ, ଆମକୁ ବେଳେବେଳେ କାଟି ଥାଏ ହେଲେ ବି ଆମେ ତାକୁ ଭଗବାନ ଭଳି ମାନି ଥାଉ ତାହା କଣ ?

ଉତ୍ତର- ବନ୍ଧୁଗଣ ଡାକ୍ତର ଆମକୁ ବେଳେବେଳେ ଇଂଜେକସନ ଦେଇ କଷ୍ଟ ଦେଇଥାଏ, ବେଳେବେଳେ ଆମକୁ ଥେରେପି ଦେଇ କରେଣ୍ଟ ଲଗାଇ ଥାଉ ଆଉ ଅପରେସନ ସମୟରେ ଆମ ଶରୀରକୁ କାଟି ଥାଏ ହେଲେ ବି ଆମେ ତାକୁ ଭଗବାନ ମାନି ଥାଉ ।

୩. ଏମିତି କେଉଁ ପତି ଅଛି ଯାହା ଜଙ୍ଗଲରେ ରହିଥାଉ ଆଉ ସହରରେ ବି ରହିଥାଏ ?

ଉତ୍ତର- ଆମେ ଯେଉଁ ପତି ବିଷୟରେ କହିବାକୁ ଯାଉଛୁ ତାହା କାହାର ସ୍ଵାମୀ ନୁହେଁ ସେଇଟା ହେଉଛି ଗୋଟେ ଗଛ । ବନ୍ଧୁଗଣ ସେହି ଗଛର ନାମ ହେଉଛି ବନସ୍ପତି ।

୪. ମୁଁ କଳା ମୋ ଛୁଆ ଗୋରା ମୋତେ ଛାଡ ମୋ ଛୁଆକୁ ଖାଇ ଦିଅ, ତେବେ କୁହନ୍ତୁ ତାହା କଣ ?

ଉତ୍ତର- ବନ୍ଧୁଗଣ ଏହାର ଉତ୍ତର ହେଉଛି ପାଣି ସଙ୍ଗଡା । ପାଣି ସଙ୍ଗଡାର ଉପର ଚୋପା କଳା ଅଟେ ଆମେ ଚୋପା ଛଡେଇ ତା ମଝିରେ ଥିବା ଧଳା ଅଂଶକୁ ଖାଇ ଥାଉ । ତେବେ ଏହାର ସଠିକ ଉତ୍ତର ହେଉଛି ପାଣି ସଙ୍ଗଡା  ।

୫. ଏକ ଏପରି ଜବାବ ଦିଅନ୍ତୁ ଯାହା ଏକ ନଦୀର ନାମ ହେବ, ଏକ ଫୁଲର ନାମ ହେବ, ଏକ ଫିଲ୍ମର ନାମ ହେବ ଏବଂ ଏକ ହିରୋଇନର ନାମ ହେବ ?

ଉତ୍ତର- ବନ୍ଧୁଗଣ ଏହାର ସଠିକ ଉତ୍ତର ହେଉଛି ମନ୍ଦାକିନୀ । ମନ୍ଦାକିନୀ ଏକ ଫିଲ୍ମର ନାମ ଅଛି, ଏକ ନଦୀର ନାମ ଅଛି, ଏକ ଫୁଲର ନାମ ଅଛି ଏବଂ ଏକ ହିରୋଇନର ନାମ ଅଛି ।

Leave a Reply

Your email address will not be published. Required fields are marked *