ଚାରିଦ୍ଵାର ଖୋଲିବା ପରେ କାହିଁକି ଭକ୍ତ ଅସନ୍ତୁଷ୍ଟ ! Jagannath temple

ଚାରି ଦ୍ଵାର ଖୋଲିବା ପରେ ଖୁସି ନାହାନ୍ତି ଭକ୍ତ ! ନୂଆ ସରକାର ଆସିବା ପରେ ଅର୍ଥାତ ଓଡିଶାରେ ବିଜେପି ସରକାର ଗଠନ କରିବା ପରେ ତାଙ୍କର ପ୍ରତିଶ୍ରୁତି ଅନୁଯାଇ ସେମାନେ ଚାରିଦ୍ଵାର ଖୋଲିଛନ୍ତି । ତେବେ ପ୍ରକୃତରେ କଣ ଚାରିଦ୍ଵାର ଖୋଲାଥିଲା ନା ବନ୍ଦ ରହିଥିଲା ତାହାକୁ ନେଇ ଅନେକ ଲୋକଙ୍କ ମନରେ ପ୍ରଶ୍ନ ନିହାତି ଭାବେ ଉଠୁଥିବ ? ତେବେ ଶ୍ରୀମନ୍ଦିରର ଚାରିଦ୍ଵାର ସବୁବେଳେ ଖୋଲା ରହିଥିଲା । ହେଲେ କୋଭିଡ ସମୟ ଠାରୁ ଶ୍ରୀମନ୍ଦିରର ଚାରିଦ୍ଵାର ବନ୍ଦ କରାଯାଇଥିଲା ।

କାରଣ ଶ୍ରୀମନ୍ଦିରକୁ କୋଭିଡ ସମୟରେ ଯିବା ପାଇଁ ବାରଣ କରଯାଇଥିଲା । ତେବେ କଟକଣା ଦ୍ରୁଷ୍ଟିରୁ ଶ୍ରୀମନ୍ଦିରର ଚାରିଦ୍ଵାରକୁ ବନ୍ଦ ରଖାଯାଇଥିଲା । ପରେ ପରେ ପୁରୀ ମନ୍ଦିରର ଐତିହ୍ୟ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସେଠାକୁ ଯିବାକୁ ବାରଣ ରହିଥିଲା । ତେବେ ନୂଆ ସରକାର ଗଠନ ହେଲା ପରେ ପୁରୀ ମନ୍ଦିରର ଚାରିଦ୍ଵାରକୁ ଖୋଲି ଦିଆଯାଇଛି । ତେବେ ଚାରିଦ୍ଵାର ଖୋଲିବା ପରେ ମଧ୍ୟ କିଛି ଶ୍ରଦ୍ଧାଳୁ ସେଥିରେ ଖୁସି ନାହାନ୍ତି ବୋଲି ନିଜର ମତ ରଖିଛନ୍ତି ।

ତେବେ ଭକ୍ତ ମାନଙ୍କ କହିବା ଅନୁଯାଇ ଶ୍ରୀମନ୍ଦିରର ଚାରିଦ୍ଵାର ଖୋଲାଯାଇଛି । ତାହା ଆମକୁ ବେଶ ଖୁସି ଲାଗୁଛି । ଆମେ ଚାରିଦ୍ଵାର ଖୋଲିବା ଖବର ଶୁଣି ବହୁତ ଖୁସିର ସହ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥିଲୁ । ଦୂର ଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁ ମାନେ ସୁରୁଖୁରୁରେ ମନ୍ଦିର ଭିତରକୁ ମଧ୍ୟ ପ୍ରବେଶ କରୁଛନ୍ତି । ହେଲେ ମନ୍ଦିରର ଭିତରେ ଅବସ୍ଥା ଯେମିତି ରହିବା କଥା ସେମିତି ରହିଛି । ଭିତରେ ଯେମିତି ଲୋକଙ୍କର ଭିଡ ରହୁଥିଲା । ଏବେ ମଧ୍ୟ ଠିକ ସେମିତି ଭିଡ ରହୁଛି ।

ଭିତରେ ଏତେ ମାତ୍ରାରେ ପ୍ରବଳ ଭିଡ ହେଉଛି । ଯେ ଲୋକ ମାନେ ଠାକୁରଙ୍କୁ ଦର୍ଶନ କରିବା ସମୟରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ କେବଳ ଚାରିଦ୍ଵାର ଖୋଲିଦେଲେ ହେବ ନାହିଁ । ମନ୍ଦିର ଭିତରେ କିଭଳି ଭାବେ ଶ୍ରଦ୍ଧାଳୁ ମାନେ ଭଗବାନଙ୍କୁ ଭଲ ଭାବେ ଦର୍ଶନ କରିପାରିବେ ସେହି କଥା ଉପରେ ମଧ୍ୟ ସରକାରଙ୍କୁ ବିଶେଷ ଧ୍ୟାନ ଦେବାକୁ ପଡିବ । ମନ୍ଦିର ଭିତରେ କିଭଳି ଜନ ଗହଳିକୁ ନିୟନ୍ତ୍ରଣ କରି ଦର୍ଶନ କାର୍ଯ୍ୟ ସୁରୁଖୁରୁରେ ହୋଇପାରିବ ସରକାର ସେଥିପ୍ରତି ଧ୍ୟାନ ଦେଲେ । ଆମେ ସମସ୍ତେ ବହୁତ ଖୁସି ହେବୁ । ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *