ଚାନ୍ଦ ଓଷା ପୂର୍ବରୁ ସମସ୍ତଙ୍କୁ ଛାଡି ଚାଲିଗଲେ ଚାନ୍ଦିନୀ… ଝିଅକୁ ହରାଇ ଦୁଃଖରେ ଭାଙ୍ଗି ପଡିଛି ପୁରା ପରିବାର !

ଚାନ୍ଦ ପୂଜା ପୂର୍ବରୁ ଚାଲିଗଲେ ଚାନ୍ଦିନୀ ! ହଁ ଆଜ୍ଞା ଏଭଳି କିଛି ଅଘଟଣ ଘାତିଯାଇଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ସଜ ସଜ ଗତ କାଲି କୁଆଁରୀ ମାନଙ୍କର ଓଷା କୁମାର ପୂର୍ଣ୍ଣିମା ଯାଇଛି । ସବୁ ଝିଅ ମାନେ ନିଜ ନିଜ ମନରେ ନିଷ୍ଠା ସହକାରେ ଚାନ୍ଦ ପୂଜା ମଧ୍ୟ କରିଛନ୍ତି । ସେହିପରି ଚାନ୍ଦିନୀ ମଧ୍ୟ ଚାନ୍ଦ ଓଷା କରିବା ପାଇଁ ନିଜକୁ ସଂପୂର୍ଣ୍ଣ ପ୍ରସ୍ତୁତ କରିଦେଇଥିଲା । ସକାଳୁ ସକାଳୁ ନିଜର ନିତ୍ୟ କର୍ମ ସାରି ନୂଆ ଡ୍ରେସ ପିନ୍ଧି ଯୁବତୀ ଜଣଙ୍କ ପ୍ରସ୍ତୁତ ହୋଇଯାଇଥିଲେ ।

ତାପରେ ଆଞ୍ଜୁଳୀ ମଧ୍ୟ ଟେକି ସାରିଥିଲେ । ହେଲେ ଗତ କାଲି ଗ୍ରହଣ ଲାଗିବା ପୂର୍ବରୁ ଚାନ୍ଦ ପୂଜା କରିବା ପାଇଁ କୁମାରୀ ଓଷାର ପ୍ରସ୍ତୁତି କରୁଥିଲେ ଯୁବତୀ । ନିଜର ଚାନ୍ଦକୁ ମଧ୍ୟ ପୂଜା ଥାଳିରେ ସଜେଇ ସାରି ଚାନ୍ଦ ଓଷା ପାଇଁ ପୂଜା ସଜବାଜ କରୁଥିଲେ । ହେଲେ ବିଧିର ବିଧାନ କିଛି ଅଲଗା ଥିଲା । କାରଣ ଚାନ୍ଦ ପୂଜା କରିବା ପୂର୍ବରୁ ଚାନ୍ଦିନୀ ଆଉ ନଥିଲେ । କାରଣ କରେଣ୍ଟ ଲାଗି ତାଙ୍କ ଜୀବନ ଚାଲି ଯାଇଥିଲା । ଯେଉଁ ପୂଜା ପାଇଁ ସାଜସଜା କରୁଥିଲେ ।

ସେହି ପୂଜାର ସଜ ସମୟରେ ହିଁ ଏପରି କିଛି ଅଘଟଣ ଘଟି ଯାଇଛି । ଯେଉଁ ନୂଆ ଡ୍ରେସ ପିନ୍ଧି ପୂଜା କରିବା ପାଇଁ ବାହାରିଥିଲେ । ସେହି ଡ୍ରେସ ପିନ୍ଧି ମଷାଣୀକୁ ଗଲେ ଯୁବତୀ । ହଁ ବନ୍ଧୁଗଣ ମନ ଖୁସିରେ ସକାଳୁ ସକାଳୁ ନୂଆ ଡ୍ରେସ ପିନ୍ଧି ପାଦରେ ଅଳତା ଲଗାଇ ପୂଜା ପାଇଁ କାମ କରୁଥିଲେ । ହେଲେ ସେହି ମଧ୍ୟରେ ଅଜାଣତରେ ତାଙ୍କ ଦେହରେ କରେଣ୍ଟ ଲାଗି ଯାଇଥିଲା । ତାପରେ ସବୁକିଛି ଓଲଟପାଲଟ ହୋଇଯାଇଥିଲା ।

ଏଭଳି ଏକ ହୃଦୟବିଦାରକ ଘଟଣା କେନ୍ଦୁଝର ଜିଲ୍ଲା ଘଷିପୁର ଥାନା ଅନ୍ତର୍ଗତ ଏକ ଗ୍ରାମରେ ଦେଖିବାକୁ ମିଳିଛି । ଘରର ଚାନ୍ଦ ଥିଲେ, ତେଣୁ ସମସ୍ତେ ତାଙ୍କୁ ଚାନ୍ଦ ଚାନ୍ଦ କହି ଡାକୁଥିଲେ । ତେବେ ଉକ୍ତ ଯୁବତୀଙ୍କର ନାମ ହେଉଛି ରଶ୍ମିତା ଜେନା । ଯୁବତୀ ଜଣଙ୍କ ଦେହରେ କରେଣ୍ଟ ଲାଗିବା କାରଣରୁ ସେ ଆରପାରିକୁ ଚାଲି ଯାଇଛନ୍ତି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *