ଚଳନ୍ତା ଟ୍ରେନରେ ଝିଅ ସହ ଦୁଷ୍କର୍ମ କରୁଥିଲେ ଗୁଣ୍ଡା, ହଠାତ ସୈନିକ ଜଣକ ଯାହା କଲେ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେଇଯିବେ !

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଟ୍ରେନରେ ନିଶ୍ଚୟ ଯାତ୍ରା କରିଥିବେ । ଅଧିକାଂଶ ସମୟ ଆପଣ ଟ୍ରେନରେ ଲୁଟ ପାଟ ଘଟଣା ଗୁଡିକ ବିଷୟରେ ଶୁଣିଥିବେ । ତେବେ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଆପଣ ମାନେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ଦର୍ଶକ ବନ୍ଧୁ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ଏହି ଘଟଣାଟି ମୋରି ଏକ୍ସପ୍ରେସରେ ଘଟି ଥିଲା । ଏହି ଏକ୍ସପ୍ରେସରେ 35 ବର୍ଷୀୟ ବିଷ୍ଣୁ ଶ୍ରେଷ୍ଠ ଯାତ୍ରା କରୁଥିଲେ । ବିଷ୍ଣୁ ଭାରତୀୟ ସେନାରେ କାର୍ଯ୍ୟରତ ଥିଲେ । ଅଧା ରାତିରେ ଟ୍ରେନ ଜଙ୍ଗଲ ମଧ୍ୟରେ ଦେଇ ଗତି କରୁଥିଲା । ବିଷ୍ଣୁଙ୍କୁ ନିଦ ଲାଗୁ ନଥିଲା ତେଣୁ ସେ ଝରକା ବାହାରେ ଚାହିଁ ରହିଥିଲେ ଆଉ ହଠାତ ସେହି ସମୟରେ କିଏ ଜଣେ ଟ୍ରେନ ଚେନ୍ ଟାଣି ଦେଲା ଯାହାଫଳରେ ଟ୍ରେନ ରହିଗଲା ।

କିଛି ସମୟ ପରେ 40-50 ଜଣ ଲୋକ ଜଙ୍ଗଲ ମଧ୍ୟରୁ ଆସୁଥିଲେ । ସେହି ଲୋକ ମାନେ ଟ୍ରେନର ଅଲଗା ଅଲଗା ବଗିରେ ବସି ଗଲେ  । ସମସ୍ତଙ୍କ ହାତରେ ହତିଆର ଥିଲା ଆଉ ସମସ୍ତେ ନିଜ ମୁହଁରେ କପଡା ବାନ୍ଧି ଲୁଚାଇ ଥିଲେ । ସେହି ଲୋକ ମାନଙ୍କୁ ଦେଖି ବିଷ୍ଣୁ ଜାଣି ପାରିଥିଲେ ଯେ, ସେମାନେ ସବୁ ଡକାୟତ ଆଉ ସେମାନେ ସେହି ଟ୍ରେନ ଲୁଟିବା ପାଇଁ ଆସିଛନ୍ତି ।

ଡକାୟତ ମାନେ ଟ୍ରେନ ଭିତରେ ପଶି ଲୋକ ମାନଙ୍କୁ ମ-ଆରପିଟ କରିଲେ । ଲୋକ ମାନଙ୍କର ଜିନିଷ ନେଇଗଲେ । ମହିଳା ମାନଙ୍କ ପାଖରୁ ସୁନା ଗହଣା ଲୁଟି ନେଲେ । ଏହା ପରେ ଡକାୟତ ବିଷ୍ଣୁଙ୍କ ପାଖରେ ପହଞ୍ଚିଲେ ଆଉ ତାଙ୍କୁ କହିଲେ ଯଦି ନିଜ ଜୀବନ ବଞ୍ଚେଇବାକୁ ଚାହୁଁଛ ତେବେ ତମ ପାଖରେ ଯାହା ବି ଅଛି ସବୁ ଦେଇ ଦିଅ । ସେହି ସମୟରେ ବିଷ୍ଣୁ ସେମାନଙ୍କ ଧ୍ୟାନ ପରିବର୍ତ୍ତନ କରିବା ପାଇଁ ଚିତ୍କାର କରିଥିଲେ ।

ଆଉ ହଠାତ ଜଣେ ଡକାୟତ ଏକ 18 ବର୍ଷୀୟ ଝିଅର ଇଜ୍ଜତ ନେବା ପାଇଁ ଚେଷ୍ଟା କରିଲା । ଡକାୟତ ମାନେ ସେହି ଝିଅର କପଡା ଚିରିଲେ ଆଉ ଜୋର ଜବରଦସ୍ତ କରିଲେ । ସେଠାରେ ଥିବା ସମସ୍ତ ଲୋକ ଡକାୟତ ଭୟରେ ଚୁପ ରହିଲେ । ହେଲେ ବିଷ୍ଣୁ ଏହା ଦେଖି ସହି ପାରିଲେ ନାହିଁ ଆଉ ନିଜ ପକେଟରୁ ଛୁରୀ ବାହାର କରି ଡକାୟତ ମାନଙ୍କୁ ମାରି ଚାଲିଲେ । ଡକାୟତ ମାନେ ସେହି ସମୟରେ ଭୟବିତ ହୋଇଗଲେ କାରଣ ବିଷ୍ଣୁ ତିନିଟି ଡକାୟତଙ୍କୁ ହତ୍ୟା କରିଦେଲେ ।

ଏହା ପରେ ସମସ୍ତ ଡକାୟତ ବିଷ୍ଣୁଙ୍କ ଉପରେ ଆକ୍ରମଣ କରିଦେଲେ ହେଲେ ବିଷ୍ଣୁ ଶେଷ ନିଶ୍ଵାସ ଯାଏଁ ଲଢି ଚାଲିଲେ ଆଉ ଶେଷରେ ଡକାୟତ ମାନେ ସେ ଟ୍ରେନ ଛାଡି ଚମ୍ପଟ ମାରିଲେ । ଗୋଟେ ଝିଅର ଇଜ୍ଜତ ବଞ୍ଚେଇବା ପାଇଁ ଜଣେ ଭାରତୀୟ ଯବାନ କିଛି ଏଭଳି କାମ କରିଥିଲେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *