ବିଶ୍ଵକପରେ ଭାରତ ଠାରୁ ହାରିବା ପରେ ପାଲଟା ଦୋଷ ଲଦୁଛି ପାକିସ୍ତାନ ! ଚଳିତ ବର୍ଷ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିଶ୍ଵକପ ମ୍ଯାଚ ହୋଇଥିଲା । ଯେଉଁ ମ୍ଯାଚରେ ପାକିସ୍ତାନକୁ ପଛରେ ପକାଇ ଭାରତ ବାଜି ମାରିନେଲା ମ୍ଯାଚ । ଆଉ ଶେଷରେ ପାକିସ୍ତାନର ପରାଜୟ ଆଗରେ ଭାରତ ବିଜୟର ମୁକୁଟ ପିନ୍ଧି ନେଲା । ସବୁ ବର୍ଷ ଭଳି ଏହି ବର୍ଷ ମଧ୍ୟ ପାକିସ୍ତାନକୁ ହରାଇ ଭାରତ ମ୍ଯାଚ ଜିତିବାର ରେକର୍ଡ ବଜାୟ ରଖିଛି ।
ପ୍ରଥମେ ବୋଲିଙ୍ଗ କରି ପାକିସ୍ତାନକୁ 191 ରନରେ ଅଲ୍ ଆଉଟ କରିବା ପରେ ମାତ୍ର 30 ଓଭର 3 ଟି ବଲ୍ ଖେଳି ବିଜୟର ଲକ୍ଷ ହାସଲ କରିନେଇଥିଲା ଭାରତ । ହେଲେ ପାକିସ୍ତାନର ଏହି ପରାଜୟକୁ ପାକିସ୍ତାନୀ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ଭାରତ ମ୍ଯାଚରେ ଭଲ ପଦର୍ଶନ କରି ମ୍ଯାଚ ଜିତିଲା ବୋଲି ପାକିସ୍ତାନ ଜମାରୁ ମଧ୍ୟ ଗ୍ରହଣ କରୁନାହିଁ । ଓଲଟା ପାକିସ୍ତାନର ଦୟନୀୟ ପରାଜୟ ପାଇଁ ଭାରତ ଉପରେ ଦୋଷାରପ କରୁଛି ପାକିସ୍ତାନ ।
ପାକିସ୍ତାନ କ୍ରିକେଟ ଦଳର ନିର୍ଦ୍ଧେଶକ ଏକ ଅଜବ କଥା କହିଛନ୍ତି । ତାଙ୍କ କହିବା ଆଧାରରେ ପାକିସ୍ତାନର ଖରାପ ଖେଳ ପଦର୍ଶନ ପାଇଁ ନୁହେଁ । ବଂର ଭାରତର ବିଶ୍ଵକପ ମ୍ଯାଚର ଆୟୋଜନ ପାଇଁ ବାରମ୍ବାର ପାକିସ୍ତାନକୁ ପରାଜୟର ସାମ୍ନା କରିବାକୁ ପଡୁଛି । କାରଣ ଭାରତ ଓ ପାକିସ୍ତାନ ମଧ୍ୟରେ ଯେଉଁ ବିଶ୍ଵକପ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆୟୋଜିତ କରାଯାଇଥିଲା । ସେହି ପରିବେଶଟି ଟିକେ ଅନ୍ୟ ଦିନ ଅପେକ୍ଷା ମ୍ଯାଚ ଦିନ ଭିନ୍ନ ରହିଥିଲା । ଏହା ଏକ icc ଟୁର୍ଣ୍ଣାମେଣ୍ଟ ଭଳି କିନ୍ତୁ ଲାଗିନଥିଲା ।
ବଂର ଏହା ଦ୍ଵିପାକ୍ଷିକ ସିରିଜ ଭଳି ଲାଗୁଥିଲା । ଏହା ଏକ bcci ଇଭେଣ୍ଟ ଭଳି ମୋତେ ଲାଗୁଥିଲା । ତେଣୁ ଭାରତ ଠାରୁ ପାକିସ୍ତାନ ପରାଜୟ ପଛରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମର ପରିବେଶ ଅନେକ ଗୁଡିଏ କାରଣ ମଧ୍ୟରୁ ଗୋଟିଏ କାରଣ ରହିଥିଲା । ଯେଉଁ କାରଣ ପାଇଁ ସାରା ଦେଶର କ୍ରିକେଟ ପ୍ରେମୀ ତାଙ୍କୁ ନିନ୍ଦା କରିବାରେ ଲାଗି ପଡିଛନ୍ତି । ଅନେକ ବରିଷ୍ଠ କ୍ରିକେଟର ମଧ୍ୟ ତାଙ୍କର ଏଭଳି ଅବାନ୍ତର କଥାକୁ ନେଇ କଡା ସମାଲୋଚନା କରୁଛନ୍ତି । ଚାଲି ନଜାଣି ବାଟର ଦୋଷ ଭଳି କଥା କହୁଛନ୍ତି ବୋଲି ଅନେକ କ୍ରିକେଟପ୍ରେମୀ ତାଙ୍କୁ କହିଛନ୍ତି ।