ବିରେନ୍ଦ୍ର ସେହୱାଗଙ୍କୁ ବହୁତ ବଡ ସମ୍ମାନ ଦେଲା ICC .. ବିରେନ୍ଦ୍ର କହିଲେ, ଆଶା କରି ନ ଥିଲି ଏତେ ବଡ ସମ୍ମାନ- Virendra Sehawag

ବିରେନ୍ଦ୍ର ସେହୱାଗ ଙ୍କୁ ମିଳିଲା ବଡ ସମ୍ମାନ । ବିସ୍ଫୋରକ ବ୍ୟାଟର ବୀରୁ ଜଣାଇଲେ ଧନ୍ୟବାଦ । ସେ ଆଶା କରି ନ ଥିଲେ ତାଙ୍କୁ ଏବେ ବଡ ସମ୍ମାନ ମିଳିବ । ହଁ ଦର୍ଶକ ବନ୍ଧୁ ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହୱାଗ ଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ । ସେ ତାଙ୍କର ଦମଦାର ବ୍ୟାଟିଙ୍ଗ କରି କ୍ରିକେଟ ଜଗତରେ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ଭାରତୀୟ ଦଳ ପାଇଁ ଓପନିଙ୍ଗ କରୁଥିବା ବେଳେ ବିଶ୍ଵର ସବୁ ନାମିଦାମି ବୋଲୋର ଙ୍କୁ ଚକମା ଦେଉଥିଲେ ।

ବିଶ୍ଵର କୌଣସି ବୋଲୋର ଙ୍କୁ ପ୍ରାଧାନ୍ଯ ବିସ୍ତାର କରିବାକୁ ଦିଅନ୍ତୁ ନାହିଁ ବିରେନ୍ଦ୍ର । ସେ ଏଭଳି ଆକ୍ରମଣ କରନ୍ତି ଯେ ପ୍ରତିପକ୍ଷ ଦଳ ନିଜର ଲାଇନ ଲେନ ଭୁଲି ଯାଆନ୍ତି । ଟି-20, ଟେଷ୍ଟ କି ଦିନିକିଆ ମ୍ଯାଚରେ ଆକ୍ରମଣାତ୍ମକ ବ୍ୟାଟିଂ କରି ବିପକ୍ଷ ଦଳର ରଣନୀତି କୁ ଧୂଳିସାତ କରୁଥିବା ସେହବାଗ ବୋଲୋର ଙ୍କ ପାଇଁ ଆତଙ୍କ ସାଜିଥାନ୍ତି । ଯେଉଁଥି ପାଇଁ ବିଶ୍ଵର ଅନେକ ନାମିଦାମୀ ବୋଲୋର ସ୍ଵୀକାର କରିଛନ୍ତି ସେହୱାଗ ଙ୍କ ବିପକ୍ଷରେ ବୋଲିଙ୍ଗ କରିବା ସବୁଠୁ କଷ୍ଟକର ।

କେବେ ବି କୌଣସି ରେକର୍ଡ ପାଇଁ ଖେଳୁ ନ ଥିବା ସେହୱାଗ କିନ୍ତୁ ଅନେକ ରେକର୍ଡ କରିଛନ୍ତି । ଭାରତ ପାଇଁ 104ଟି ଟେଷ୍ଟ ମ୍ଯାଚ ଖେଳି 49.34 ହାର ରେ 8596 ରନ କରିଛନ୍ତି ସେହୱାଗ । ଏଥିରେ ରହିଛି 32ଟି ଅର୍ଦ୍ଧ ଶତକ, 23ଇ ଶତକ, 6ଟି ଦୁଇ ଶତକ ଓ 2ଟି ତ୍ରୀ ଶତକ । ଟେଷ୍ଟ କ୍ରିକେଟରେ ଭାରତ ପକ୍ଷରୁ ପ୍ରଥମ ତ୍ରିଶତକ ହାସଲ କରିଥିବା ସେହୱାଗ ଏକମାତ୍ର ବ୍ୟାଟର ଭାବେ 2ଟି ତ୍ରିଶତକ ହାସଲ କରିଛନ୍ତି ।

ସେହିପରି 251 ଟି ଦିନିକିଆ ମ୍ଯାଚ ଖେଳି 8273 ରନ ସାଗ୍ରହ କରତିଛନ୍ତି ସେହୱାଗ । ଯେଉଁଥିରେ ରହିଛି 15ଟି ଶତକ, 38ଟି ଅର୍ଦ୍ଧ ଶତକ ଓ ଗୋଇଟିଏ ଦୁଇ ଶତକ । ଏମିତିକି 19ଟି ଟି-20 ଖେଳିଥିବା ସେହୱାଗ 2ଟି ଅର୍ଦ୍ଧ ଶତକ କରିଥିବା ବେଳେ 68 ତାଙ୍କର ବ୍ୟକ୍ତିଗତ ସର୍ବାଧିକ ଶତକ । କିନ୍ତୁ ସବୁଠୁ ବଡ କଥା ହେଉଛି ସେହୱାଗ ଏତେ ଶତକ ହାସଲ କରିଥିଲେ ମଧ୍ୟ ତାଙ୍କୁ ଏ ଯାଏଁ BCCI ତରଫରୁ ସେତିକି ସମ୍ମାନ ମିଳିପାରିନି ।

ବର୍ତ୍ତମାନ ସେହୱାଗଙ୍କୁ ICC ଦେଇଛି ବଡ ସମ୍ମାନ । ଆଇସିସି ହଲ ଅଫ ଫେମ ରେ ସେହୱାଗ ଙ୍କୁ ସାମିଲ କରିଛି । ନବମ ଭାରତୀୟ ଭାବେ ଆଇସିସି ହଲ ଅଫ ଫେମ ର ସାମିଲ ହୋଇଛନ୍ତି ସେହୱାଗ । ଭାରତୀୟ କ୍ରିକେଟର ଦଳର ପୂର୍ବତନ ମହିଳା ଖେଳାଳି ଡାଏନା ହେଡ଼ୁରଙ୍କୁ ହଲ ଅଫ ଫେମ ରେ ସମାଇଲ କରିଛି ଆଇସିସି ।

ଏହି ଦୁଇ ଜଣଙ୍କୁ ଆଇସିସି ହଲ ଅଫ ଫେମ ରେ ସାମିଲ କରିଥିବା ବେଳେ ଶ୍ରୀଲଙ୍କା ର ପୂର୍ବତନ କ୍ରିକେଟର ଅରବିନ୍ଦ ଡିସେଭାଲ ଙ୍କୁ ମଧ୍ୟ ମିଳିଛି ଏହି ସମ୍ମାନ । ଅନ୍ୟ ପଟେ ସେହୱାଗ ଆଇସିସି କୁ ଧନ୍ୟବାଦ ଜଣାଇଛନ୍ତି । ସେହୱାଗ କହିଛନ୍ତି ମୁଁ କେବେ ସମ୍ମାନ ଆଶା କରି ଖେଳି ନାହିଁ ତଥାପି ମୁଁ ଧନ୍ୟବାଦ ଜଣାଉଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *