ନମସ୍କାର ବନ୍ଧୁଗଣ ତେବେ ମାଳି ସାହିରେ କଣ କଣ ହୋଇଥାଏ ତାହା ଆପଣ ଭଲ ଭାବେ ଜାଣିଥିବେ । ଯେମିତି ସମସ୍ତେ ନିଜ ନିଜର ଜୀବିକା ରେ ଜୀବନ ଯାପନ କରନ୍ତି ସେଠାରେ ମଧ୍ୟ ଠିକ୍ ସେମିତି । ସେଠାରେ ବାସ କରନ୍ତି ଦେହଜୀବୀ ମାନେ ଯିଏ କି ନିଜ ପେଟ ପୋଷିବା ପାଇଁ ପୁରୁଷ ଙ୍କ ରାତି ରଙ୍ଗୀନ କରିଥାନ୍ତି । ତେବେ ମାଳି ସାହି ରେ ସବୁବେଳେ ଭିଡ ଜମୁଥିବା ବେଳେ ତାହାକୁ ଓଡ଼ିଶାର ରେଡ ଲାଇଟ୍ ଏରିଆ ବୋଲି ଘୋଷଣା କରାଯାଇଛି ।
ମାଳି ସାହିରେ ଖୁଲମ୍ ଖୋଲା ଦେହ ବେପାର ହୋଇଥାଏ । ତେବେ ସମସ୍ତ ମହିଳା ମାନେ ସଜେଇ ହୋଇ ନିଜ ଘର ବାହାରେ ବସିଛନ୍ତି । ଏହା ଦ୍ବାରା ଗ୍ରାହକ ମାନେ ନିଜ ପସନ୍ଦ ର ଝିଅ କୁ ବାଛି ପାରିବେ । ମାଳି ସାହି ରେ ୨୦୦ ରୁ ଅଧିକ ଦେହଜୀବୀ ବାସ କରୁଥିବାର ଜଣା ଯାଇଛି । ତେବେ ଆପଣ ଜାଣିଛନ୍ତି କି ଭାରତର କୋଲକାତା ବେଶ୍ୟାବୃତ୍ତି ପାଇଁ ସବୁଠୁ ବଡ଼ ସ୍ଥଳୀ ଅଟେ । ସେଭଳି ଭୁବନେଶ୍ୱର ରେ ମଧ୍ୟ ଅଛି ।
ତେବେ ଏହା ବାବଦରେ ଆପଣ ଅଧିକ ଜାଣିବେ ଆଜି ଆଉ ଚାଲନ୍ତୁ ଆଉ ଡେରି ନକରି ଆରମ୍ଭ କରିବା ଏହା ବାବଦରେ । ତେବେ ଆପଣ ଜାଣନ୍ତି କି କୋଲକାତା ଏପରି ଏକ ସହର ଯେଉଁଠାରେ ଥିବା ସ୍ଥାନ ଦୁନିଆର ସବୁଠୁ ବଡ ବେଶ୍ୟାପଡା ଅଟେ । ଏଠାରେ ଗୋଟେ ରାତ୍ରିରେ ପ୍ରାୟ ୨୫୦୦୦ ମହିଳା କାର୍ଯ୍ୟରେ ଲାଗନ୍ତି ଯାହା କି ସର୍ବାଧିକ ଅଟେ । ସେହିଭଳି ଦିଲ୍ଲୀ, ମହାରାଷ୍ଟ୍ର ତଥା ଉତ୍ତର ପ୍ରଦେଶର ଅନେକ ସ୍ଥାନ ମାନଙ୍କରେ ଏଭଳି ପରିସ୍ଥିତି ଅଛି ।
ସେହି ପରି ଏହି ପରି ଏକ ଘଟଣା ମଧ୍ୟ ଭୁବନେଶ୍ୱର ରେ ବି ଦେଖିବା ପାଇଁ ମିଳିଛି । ତେବେ ସମସ୍ତେ ମାଳି ସାହି ବିଷୟ ରେ ତ ଜାଣନ୍ତି କିନ୍ତୁ ତା ଭିତରେ ଥିବା ରହସ୍ୟ ବିଷୟରେ ଆପଣ ମାନେ କଣ ଜାଣିଛନ୍ତି ତେବେ ତା ଭିତରେ ଥିବା ଜଣେ ବୁଢ଼ୀଙ୍କ କହିବା କଥା କି ଆମେ ଜାଣିବା ଭିତରେ ଆରମ୍ଭ ହୋଇ ଯାଇଚି । ସେତେବେଳକୁ ଗୋଟିଏ ଘର ଥିଲା । ଅବଳି ବୁଢ଼ୀ ଓ ଅର୍ଜୁନ ବୁଢା ସ୍ବାମୀ ସ୍ତ୍ରୀ ଥିଲେ । ତାପରେ ତ ବଢିଲା ଆଉ । ତାପରେ ଆମେ ବଡ ହେଲୁ ଆମେ ଏ ଲାଇନକୁ ଆସିଲୁ ।
ତାପରେ ଆସ୍ତେ ଆସ୍ତେ ହେଇକି ଗୋଟେ ପରେ ଗୋଟେ ଘର ଜଙ୍ଗଲ ଭିତରକୁ ଲେଡିଜ ମାନେ ଆସିକି ଘର କରିକି ରହିଲେ । ତାପରେ ତ ଆଜି ଟାଉନ ହେଇଗଲା । ଆମରି ୱାର୍କର ମାନେ ଏହି ଜଙ୍ଗଲକୁ ଟାଉନରେ ପରିଣତ କଲେ । ସେତେବେଳେ ସାପ,ବେଙ୍ଗ ମଣିଷ ଉଚ୍ଚା ହୁଙ୍କା ଥିଲା । ତେବେ ଏଇ ଷ୍ଟେସନ ପାଖକୁ ଏକ ଛୋଟ ରାସ୍ତା ଟିଏ ଥିଲା । ଶଗଡ଼ ଯିବା ଆସିବା ରାସ୍ତା ।
ଏ ଲାଇନଟା ଯାକ ଗୋଟିଏ ବି ଘର ନଥିଲା । ବୁଢ଼ୀର ଗୋଟିଏ ଘର ଥିଲା । ଏଠୁ ଦେଖିଲେ ଷ୍ଟେସନ ପାଖରୁ କେବଳ ତାର ଘର ହିଁ ଦେଖା ଯାଉଥିଲା । ଆମ ମା ଥିଲା । ମୁଁ ଏଇ ଲାଇନକୁ ଆସିଗଲି । ମୋ ଭଉଣୀ ବି ଏଇ ଲାଇନକୁ ଆସିଗଲା । ତାଙ୍କ ମାନଙ୍କର ବୁଦ୍ଧି ନଥିଲା । ଏଠି ଗୋଟେ ଶିକ୍ଷାନୁଷ୍ଠାନ ନଥିଲା । ଆଉ କଣ କରିବୁ । ଆମେ ଏଇ ଲାଇନକୁ ପଳେଇ ଆସିବୁନୁ ଆଉ କଣ କରିବୁ । ଆମ ପିଲା ମାନେ ତ ଜଙ୍ଗଲରେ ବଢ଼ିଲେ । ମୂର୍ଖ ହୋଇଗଲେ । ଗୋଟିଏ ବି ଶିକ୍ଷାନୁଷ୍ଠାନ ନଥିଲା । ସେତେବେଳେ ମୂର୍ଖ ହୋଇକି ଆମେ ସେମାନଙ୍କୁ ବାହା ତୋଳା କଲୁ ।
ଏବେ ତାଙ୍କ ପିଲାମାନେ ଏଇ ଭିତରେ ୪ ୫ ଟା ଶିକ୍ଷାନୁଷ୍ଠାନ ହୋଇଯାଇଛି । ମୋ ନାତି ନାତୁଣୀ ଏବେ ପଢ଼ାପଢ଼ି କରୁଛନ୍ତି । ଆମ ପିଲାମାନେ ନାହାଁନ୍ତି କି ତାଙ୍କ ପିଲାମାନେ ନାହାଁନ୍ତି । ସେତେବେଳେ ବହୁତ କମ ଲୋକ ରହୁଥିଲେ । ବହୁତ ଆଡୁ ଆସୁଛନ୍ତି ପିଲାମାନେ । ଆପଣ କଲିକତାରେ ଦେଖିବେ ଗଳି ଗଳିରେ ୱାର୍କର । ହେଲେ ବି ରେପ ହେଉଛି । ଆଉ ଯଦି ୱାର୍କର ରହିବେ ନାହିଁ ତାହେଲେ ପୃଥିବୀ ଓଲଟା ହେଇଯିବ । ମା ଝିଅ ରାସ୍ତାରେ ଚାଲି ପାରିବେନି । ଜବରଦସ୍ତ ବଳାତ୍କାର କରିଦେବେ । ଝିଅ ମାନେ ଆସିଲେ ଆମେ ତାଙ୍କୁ ପଚାରିବୁ ଯେ ଆସିଛୁ କେଉଁଠୁ । ତତେ କିଏ ଆଣିଛି । ନାଇ ମତେ କେହି ଆଣି ନାହାଁନ୍ତି ।
ଆଗରୁ କଣ କରୁଥିଲୁ । ନା ମୁଁ ଏଇ କାମ କରୁଥିଲି । ଯଦି ଏଇ କାମ ସିଏ ଆଗରୁ କରୁଥିବ ତାହେଲେ ରହିବ ନହେଲେ ଆମେ ପଇସା ପତ୍ର ଖର୍ଚ୍ଚ କରି ତାକୁ ଘରକୁ ପଠେଇ ଦେଉ । ସେ ଗାଁରେ ତତେ ନ ପୁରେଇଲେ ବି ଥାନା ପୋଲିସ ତତେ ପୁରେଇବ । ସେମିତି କେସ ହେଇଚି କେତେଥର । ସେତେବେଳେ ୫୦ ୬୦ ଟଙ୍କା ଏବେ ୪୦୦ ବା ୫୦୦ ଟଙ୍କା ।
ତେବେ ମହିଳାଙ୍କ କହିବା କଥା କି ଏହି ରେଡ଼ ଲାଇଟ ଏରିଆ ଅଛି ବୋଲି ରେପ କୁ କମେଇବା ସହଜ ହୋଇଥାଏ କିନ୍ତୁ ଯଦି ମୂଳରୁ ଏହି ରେଡ଼ ଲାଇଟ ରହିବ ନାହିଁ ତେବେ ଦୁନିଆ ରେ ସମାଜରେ ଝିଅ ବୋହୁ ଚାଲିବା କଷ୍ଟ ହୋଇ ପଡିବ । ତେଣୁ ସେମାନଙ୍କୁ ଘୃଣ୍ୟ ଭାବରେ ନ ଦେଖି ତାଙ୍କୁ ମଧ୍ୟ ସମ୍ମାନ ମିଳିବା ଆବଶ୍ୟକ ଅଟେ । ତେବେ ଆପଣଙ୍କ ମତାମତ କଣ ଏହା ଉପରେ ନିଶ୍ଚିତ ଜଣାନ୍ତୁ ।