ନମସ୍କାର ବନ୍ଧୁଗଣ ତେବେ ଭାରତ ଏପରି ଏକ ଦେଶ ଯେଉଁଠାରେ ଭିକାରୀମାନଙ୍କର ଅଭାବ ନାହିଁ । ବେଳେବେଳେ ଭିକାରୀଙ୍କ ଏପରି ମାମଲା ସାମ୍ନାକୁ ଆସେ, ଯାହା ଶୁଣିବା ଆଶ୍ଚର୍ଯ୍ୟ ଜନକ ଅଟେ । ମୁମ୍ବାଇର ଗୋଭାଣ୍ଡି ଷ୍ଟେସନ ନିକଟରେ ଏଭଳି ମାମଲା ସାମ୍ନାକୁ ଆସିଛି । କିଛି ଦିନ ପୂର୍ବରୁ ଟ୍ରେନ ଦୁର୍ଘଟଣାରେ ଜଣେ ଭିକାରୀଙ୍କର ମୃତ୍ୟୁ ହୋଇଥିଲା । ରେଳ ପୋଲିସ ଭିକାରୀଙ୍କୁ ୮୨ ବର୍ଷିୟ ବିରବିଚାନ୍ଦ ଆଜାଦ ବୋଲି ଚିହ୍ନଟ କରିଛି ।
ହରବର ରେଳ ମାର୍ଗରେ ଗୋଭାଣ୍ଡି ଷ୍ଟେସନରେ ଭିକ ମାଗୁଥିବା ବେରାବିଚାନ୍ଦ ଆଜହାଦ୍ ଗୋବନ୍ଦୀ ରେଳ ଷ୍ଟେସନ ନିକଟ ରେଳ ଡ୍ରେନ୍ ସଂଲଗ୍ନ ଏକ ବସ୍ତି ର ଏକ ତମ୍ବୁ ରେ ରହୁଥିଲେ । ବିଳମ୍ବିତ ରାତିରେ ରେଳ ଟ୍ରାକ୍ ଅତିକ୍ରମ କରୁଥିବା ବେଳେ ସେ ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ ଘାଟକୋପର ରାଜୱାଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଏହା ପରେ ପୋଲିସ ଯାଞ୍ଚ ପାଇଁ ପହଞ୍ଚିଥିଲା । ପୋଲିସ ଅନୁସନ୍ଧାନ ରୁ ଏହା ଜାଣିବାକୁ ପାଇଲା କି ଏହି ବ୍ୟକ୍ତି ଜଣେ ରେଳ ଷ୍ଟେସନ ଭିକାରୀ ଅଟନ୍ତି ବୋଲି । ପୋଲିସ ଏହି ମୃତ ବ୍ୟକ୍ତିର ପରିବାର କୁ ଖବର ଦେବା ପାଇଁ ସନ୍ଧାନ ଚଳାଇଲା । ପଚରା ଉଚୁରା ରୁ ପୋଲିସ ଏହି ବ୍ୟକ୍ତିର ଘର ମଧ୍ୟ ପାଇଥିଲା ପୋଲିସ ଯେବେ ତାଙ୍କ ତମ୍ବୁ ଭାଙ୍ଗିଲା ସେତେବେଳେ ମାଟି ତଳୁ ମିଳିଲା ଏକ ବସ୍ତା ।
ଏହା ପରେ ଅନ୍ୟ ତିନୋଟି ବସ୍ତା ପୋଲିସ କୁ ମିଳିଥିଲା ସେଥିରେ ଲକ୍ଷ ଲକ୍ଷ ଟଙ୍କା ଏବଂ ସୁନା ମିଳିଥିଲା । ଭିକାରୀ ର ବ୍ୟାଙ୍କ ଆକାଉଣ୍ଟ ରେ ୮. ୭୭ ଲକ୍ଷ ଟଙ୍କା ଥିବା ଏଫଡି କାଗଜପତ୍ର ଜବତ କରାଯାଇଥିଲା । ଏହା ଛଡା ଆମେରିକା ରେ ଜଣେ ବ୍ୟକ୍ତି ଉଇଲ ଚେୟାର ରେ ବସି ରାସ୍ତାରେ ଭିକ ମାଗେ ଏବଂ ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ମଧ୍ୟ କରିଥାଏ ତେବେ ସେହି ବ୍ୟକ୍ତି କୁ ଦେଖିଲେ ଆପଣ ଜାଣି ପାରିବେ କି ସେ ମାନସିକ ସ୍ତର ରେ ଦୁର୍ବଳ ଏବଂ ତାଙ୍କର ଗୋଟିଏ ହାତ ମଧ୍ୟ ଖରାପ ଅଛି ।
କିନ୍ତୁ ଏହା ମିଛ ଅଟେ ସେହି ବ୍ୟକ୍ତି ଜଣଙ୍କ ବହୁତ ଭଲ ଭାବରେ କଥା ହୋଇ ପାରନ୍ତି ଏବଂ ଭଲ ଭାବରେ ଚାଲି ମଧ୍ୟ ପାରନ୍ତି ତେବେ ସେ ନିଜକୁ ହ୍ୟାଣ୍ଡିକାପ କହି ସରକାର ଙ୍କ ଠାରୁ ମଧ୍ୟ ପଇସା ନେଇଛନ୍ତି । ତେବେ ସତ ସାମ୍ନା କୁ ଆସିବା ପରେ ତାଙ୍କୁ ଜେଲ ମଧ୍ୟ ହୋଇ ସାରିଛି ।
ତେବେ ପାକିସ୍ତାନ ରେ ମଧ୍ୟ ସେହି ପରି ଜଣେ ବ୍ୟକ୍ତି ରାସ୍ତା ରେ ଘୋଷାଡି ଘୋଷାଡି ହୋଇ ଚାଲିକି ଯାଉଛି ତେବେ ଯିଏ ଦେଖିବ ତାକୁ ଦୟା ମଧ୍ୟ ଆସିବ । ତେବେ ଭିକାରୀ ଟି ନିଜର ସମ୍ପୂର୍ଣ୍ଣ ପରିବାର ସହ ଯାଉଛି । ତେବେ କିଛି ସମୟ ଏହିପରି ଯିବା ପରେ ସେ ଗୋଟିଏ ସ୍ଥାନରେ ବସି ନିଜର ପୋଷାକ ବଦଳି ଗୋଡ଼ରେ ଚପଲ ପିନ୍ଧି ସାଧାରଣ ଲୋକଙ୍କ ଭଳି ଚାଲିବାକୁ ଲାଗିଲେ । ତେବେ ଏହି ଭଳି ଭିକାରୀ ଙ୍କ ପାଇଁ ଆପଣଙ୍କ ମତ କଣ ନିଶ୍ଚିତ ଜଣାନ୍ତୁ ।