ଭାରତର ସବୁଠୁ ଅଧିକ ପାଠୁଆ ବ୍ୟକ୍ତି ! ଯାହାଙ୍କ ଙ୍କ ପାଖରେ ଅଛି IAS, IPS ଓ MBBS ପରି 20 ଟି ଡିଗ୍ରୀ

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଭାରତର ସବୁଠାରୁ ଯୋଗ୍ୟ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ । ସେ ଏକା ସାଙ୍ଗରେ ହାସଲ କରିଥିଲେ 20 ଟି ଡିଗ୍ରୀ । ଲିମକା ବୁକ ଅଫ ରେକର୍ଡରେ ସେ ସ୍ଥାନ ପାଇଛନ୍ତି । ବ୍ୟକ୍ତି ଜଣେ ହେଲେ ସଫଳତା ଅନେକ ପଢିବାର ଇଛା ଶକ୍ତି ତାଙ୍କୁ ଦେଇଥିଲା ଏକ ସ୍ଵତନ୍ତ୍ର ପରିଚୟ । ସେ ଏକା ଧାରାରେ ଜଣେ ଡାକ୍ତର, ଆଇପିଏସ, ଆଇ ଏ ଏସ,  ଆଇନ ଜୀବି, ଏମ ବି ଏ, ବିଧାୟକ, ଅଭିନେତା, ଚିତ୍ରକାର ଏବଂ ଫଟୋ ଗ୍ରାଫର ଭଳି 20ଟି ଡିଗ୍ରୀ ହାସଲ କରିଛନ୍ତି ।

ଆମେ ଆପଣ ମାନଙ୍କୁ ସେହି ମହାନ ଓ ଜ୍ଞାନୀ ବ୍ୟକ୍ତିଙ୍କ ବିଷୟରେ କହୁଛୁ ଯିଏ ଏକା ସାଙ୍ଗରେ 20ଟି ଡିଗ୍ରୀ ହାସଲ କରିଥିଲେ । ଦର୍ଶକ ବନ୍ଧୁ ସେହି ବ୍ୟକ୍ତି ଜଣକ ହେଉଛନ୍ତି ଶ୍ରୀକାନ୍ତ ଜିଚକର । ଶ୍ରୀକାନ୍ତ ଭାରତର ସବୁଠାରୁ ଯୋଗ୍ୟ ବ୍ୟକ୍ତି ଭାବେ ମାନ୍ୟତା ପାଇଛନ୍ତି । କାରଣ ସେ ଏକ ମାତ୍ର ବ୍ୟକ୍ତି ଯିଏ 20ଟି ପ୍ରମୁଖ ଡିଗ୍ରୀ ହାସଲ କରି ଲିମକା ବୁକ ଅଫ ରେକର୍ଡରେ ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ।

ଯୁବ ବୟସରେ ଲୋକ ମାନେ ପାଠ ପଢିବାକୁ କଷ୍ଟ ବୋଲି ମନେ କରନ୍ତି । କିନ୍ତୁ ସେ ସମୟରେ ଶ୍ରୀକାନ୍ତ ମୋବାଇଲ, ଇଣ୍ଟର୍ନେଟ ଆଉ କମ୍ପୁଟର ଶିଖିବାର କୌଣସି ସୁବିଧା ନଥାଇ ମଧ୍ୟ ପାଇଥିଲେ 20ଟି ଡିଗ୍ରୀର ସଫଳତା । ତେବେ ସେହି ମହାନ ବ୍ୟକ୍ତି ଆଜି ଆମ ଗହଣରେ ନାହାନ୍ତି ସତ ହେଲେ ଆଜିର ଯୁବ ସମାଜ ପାଇଁ ସେ ହେଉଛନ୍ତି ଏକ ପ୍ରେରଣା ।

ଡାକ୍ତର ଶ୍ରୀକାନ୍ତ ଜିଚକର ସ୍ଵାଧୀନତାର 7 ବର୍ଷ ପରେ 14 ସେପ୍ଟେମ୍ବର 1954 ମସିହାରେ ମହରାଷ୍ଟ୍ରର ନାଗପୁର ଜିଲ୍ଲାର କାଟୋଲ ନିକଟ ଏକ ଧନୀ ମରାଠୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ପାଠ ପଢିବାର ରୁଚି ଏତେ ଅଧିକ ଥିଲା ଯେ, ତାଙ୍କ ଲାଇବ୍ରେରୀରେ 52 ହଜାର ପୁସ୍ତକ ଥିଲା । 1980 ମସିହାରେ ଶ୍ରୀକାନ୍ତ ଜଣେ ବିଧାୟକ ହୋଇଥିଲେ ଏବଂ ବିଧାନ ସଭାରେ ତାଙ୍କ ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ଵ କରିଥିଲେ ।

ସେତେବେଳେ ମାତ୍ର ତାଙ୍କୁ 25 ବର୍ଷ ବୟସ ହେଇଥିଲା । ତେଣୁ ସର୍ବ କନିଷ୍ଠ ବିଧାୟକ ଭାବେ ମଧ୍ୟ ପରିଚିତ । ସେ ସାରା ଦେଶ ଭ୍ରମଣ କରି ନିଜର ଜ୍ଞାନ ବାଣ୍ଟିବା ସହ ସ୍ୱାସ୍ଥ୍ୟ ଏବଂ ଅର୍ଥନୀତି ବିଷୟରେ ଲୋକଙ୍କୁ ଅବଗତ କରାଉ ଥିଲେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *