ବର ଯୌତୁକରେ ମାଗିଲା କାର ତ କନିଆଁ କରିଦେଲା ଏମିତି କାମ କି… ଦେଖି କାନ୍ଦିବାକୁ ଲାଗିଲା ବର

ଦର୍ଶକ ବନ୍ଧୁ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ମାନେ ସମସ୍ତେ ଆଶ୍ଚର୍ଯ୍ୟ ହେବେ । ତେବେ ଗୁଜୁରାଟର ଅହମ୍ମଦାବାଦରେ ଏକ ପୁଅ ଆଉ ଝିଅର ବିବାହ ସ୍ତିର ହେଇଥିଲା । କିଛି ଦିନ ପରେ ଉଭୟଙ୍କ ନିର୍ବନ୍ଧ ହେଲା ଆଉ ନିର୍ବନ୍ଧର ଏକ ବର୍ଷ ପରେ ବିବାହ ହେଲା । ବିବାହରେ ପୁଅଘର ଲୋକ ଯେତେବେଳେ ବରଯାତ୍ରୀ ନେଇ ପହଞ୍ଚିଲେ ଖୁବ ସୁନ୍ଦର ଭାବରେ ସେମାନଙ୍କର ସମ୍ମାନ କରାଗଲା ।

ହେଲେ ବିବାହ ପୂର୍ବରୁ ପୁଅ ଯୌତୁକରେ ଏକ କାର ମାଗିଲା । ଏହା ଶୁଣିବା ପରେ ଝିଅର ବାପା ଆଉ ତାଙ୍କ ପରିବାର ଲୋକ ଚିନ୍ତାରେ ପଡିଗଲେ । ଯେତେବେଳେ ଝିଅ ଏହା ବିଷୟରେ ଜାଣିଲା ସେତେବେଳେ ସେ ବିବାହ କରିବାକୁ ମନା କରିଦେଲା । ଏହା ଦେଖି ଝିଅର ବାପା ନିଜ ଝିଅକୁ ବୁଝେଇବାକୁ ଚେଷ୍ଟା କରିଲା । ଝିଅର ବାପା କହିଲା, ଝିଅ ଯଦି ବିବାହ ନ ହେବ ତା ହେଲେ ସମାଜରେ ଆମର ବହୁତ ଅପମାନ ହେବ । ତୁ ବିବାହ କରିଦେ ।

ଏହା ପରେ ଝିଅ କହିଲା, ବାପା ଆପଣ ଏହି ବିବାହ କାହିଁକି କରିବାକୁ ଚାହୁଁ ଛନ୍ତି ଯେଉଁ ପୁଅ ତମ ଝିଅକୁ ଭଲ ନ ପାଇ କେବଳ ଝିଅ ସହ ଆସୁଥିବା ଯୌତୁକ ଉପରେ ନଜର ରଖିଛି ତା ସହ କାହିଁକି ମୁଁ ବିବାହ କରିବି । ସେ ଜାଗାରେ ମୋର ମାନ୍ୟତା କଣ ରହିବ ମୁଁ ଏତେ ପାଠ ପଢିବା ସତ୍ବେ ସେମାନେ ଗୋଟେ ଭଲ ବୋହୁ ଖୋଜୁ ନାହାନ୍ତି ସେମାନେ କେବଳ ଯୌତୁକରେ ଆସୁଥିବା ଫ୍ରିଜ, ୱାସିଙ୍ଗ ମେସିନ, କାର ଆଉ ଟଙ୍କା ଉପରେ ଲୋଭ କରୁଛନ୍ତି ।

ଏହା ଶୁଣିବା ପରେ ଝିଅର ବାପା ଆଖିରୁ ଲୁହ ଆସିଗଲା । ବାପ କହିଲା ମୁଁ ଯେହେତୁ ଏତେ ସବୁ ବନ୍ଦୋବସ୍ତ କରିଛି ଗୋଟେ କାରର ବନ୍ଦୋବସ୍ତ ବି କରି ଦେଉଛି । ଝିଅ ନିଜ ବାପ ଆଖିରୁ ଲୁହ ଦେଖି ବିବାହ କରିଦେଲା । ବିବାହର ଗୋଟେ ଦିନ ପରେ ବାପ ଏକ କାରର ବନ୍ଦୋବସ୍ତ କରିଦେଲା । ଏହା ଦେଖି ବର ବହୁତ ଖୁସି ହେଇଗଲା ଆଉ ନିଜ ସ୍ତ୍ରୀକୁ ନେଇ ସେ ଅତି ଦ୍ରୁତ ଗତିରେ ଯାଉଥିଲା ।

ସେଇଠି ଝିଅ କହିଲା ଗାଡି ଧୀରେ ଧୀରେ ଚଳାଅ । ହେଲେ ପୁଅ ତା କଥା ମାନିଲା ନାହିଁ । ସେମାନେ କଥା ହେବା ସମୟରେ ତାଙ୍କ ସାମ୍ନାକୁ ଏକ ଭିକାରି ଆସିଗଲା ତେଣୁ ବର ଗାଡିକୁ ବ୍ରେକ ମାରି ରଖିଦେଲା । ଏହା ପରେ ବର ସେହି ଭିକାରିକୁ ଗାଳି ଦେଲା । ଏହା ଦେଖି କନ୍ୟା ବର ପାଟି ଚୁପ କରିଲା ଆଉ ଭିକାରିକୁ କ୍ଷମା ମାଗି ୧୦୦ ଟଙ୍କା ଦେଲା ।

ସେଇଠି ବର କହିଲା ତମ ମାନଙ୍କ ପାଇଁ ଏହି ଭିକାରି ମାନେ ମୁଣ୍ଡ ଉପରେ ଚଢୁ ଛନ୍ତି ଏହା ଶୁଣି ଝିଅ କହିଲା ସେ ତ ଭିକ ମାଗି ହକରେ ଚଳୁ ଛନ୍ତି ହେଲେ ତମେ ନିଜେ କଣ ଆଗେ କୁହ । ଏହା ଶୁଣିବା ପରେ ବର ଆଶ୍ଚର୍ଯ୍ୟ ହେଇଗଲା ଆଉ ସେ ନିଜ ଭୁଲ ଜାଣି ପାରିଲା । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ  ।

Leave a Reply

Your email address will not be published. Required fields are marked *