ବନ୍ୟାରେ ନିଖୋଜ ହେବା ପୂର୍ବରୁ ମୋତେ ଭିଡିଓ କଲ୍ କରିଥିଲେ… ହେଲେ ବନ୍ୟା ପାଣିରେ ସେ ଏବେ ନିଖୋଜ ଅଛନ୍ତି…

ବନ୍ୟା ପାଣିରେ ନିଖୋଜ ହୋଇଗଲେ ଯବାନ ଓଡିଆ ପୁଅ ସରୋଜ କୁମାର ଦାସ । ହଁ ଆଜ୍ଞା ବନ୍ୟା ପାଣିରେ ଆମ ଓଡିଆ ପୁଅଙ୍କର ପତ୍ତା ମିଳୁନାହିଁ । ତେବେ ନିକଟରେ ସିକିମ ଠାରେ ହୋଇଥିବା ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ପ୍ରଳୟନ୍କାରୀବନ୍ୟା ୨୩ ଜଣ ଭାରତୀୟ ଯବାନଙ୍କର ପ୍ରାଣ ନେଇଯାଇଛି । ଲୋକଙ୍କୁ ଉଦ୍ଧାର କରିବା ପାଇଁ ଯାଇ ନିଜେ ପାଣି ମଧ୍ୟରେ ନିଖୋଜ ହୋଇଯାଇଛନ୍ତି ୨୩ ଜଣ ଯବାନ । ତେବେ ସିକିମରେ ବର୍ଷା ହେବା କାରଣରୁ ଅଚାନକ ଭାବରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ।

ନଦୀରେ ପାଣି ମଧ୍ୟ ପ୍ରଖର ବିଆରଜିରେ ଗତି କରୁଥିଲା । ସାଧାରଣ ଲୋକଙ୍କୁ ବନ୍ୟା ପାଣିର ସ୍ରୋତରୁ ବଞ୍ଚାଇବାକୁ ଯାଇଥିଲେ ଭାରତୀୟ ଯବାନ । ହେଲେ ସେଥିରୁ ୨୩ ଜଣ ଭାରତୀୟ ଯବାନ ପାଣି ମଧ୍ୟରେ ନିଖୋଜ ହୋଇଯାଇଥିଲେ । ସେଥିମଧ୍ୟରୁ ଜଣେ ଓଡିଆ ପୁଅ ମଧ୍ୟ ରହିଛନ୍ତି । ତେବେ ଢେଙ୍କାନାଳ କାମାକ୍ଷାନଗର ଅନ୍ତର୍ଗତ ଅଞ୍ଚଳରେ ସରୋଜଙ୍କ ଘର । ସରୋଜଙ୍କର ବାହାଘର ମାତ୍ର ୮ ମାସ ହୋଇଥିଲା ।

ବନ୍ୟାରେ ନିଖୋଜ ହେବା ପୂର୍ବରୁ ମଧ୍ୟ ସରୋଜ ନିଜ ପତ୍ନୀଙ୍କ ସହ କଥା ବାର୍ତ୍ତା ହୋଇଥିଲେ । ତେବେ ଯେତେବେଳେ ସ୍ଵାମୀ ବନ୍ୟା ପାଣିରେ ନିଖୋଜ ହୋଇଯାଇଥିବା କଥା ଶୁଣିବାକୁ ପାଇଥିଲେ । ସେତେବେଳେ ସରୋଜଙ୍କ ସ୍ତ୍ରୀ  ତଥା ପରିବାର ଲୋକଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । କାରଣ ଅଚାନକ ଭାବେ ଏହି ଭୟଙ୍କର ବନ୍ୟାର ସୁଅରେ ସରୋଜ ନିଖୋଜ ହୋଇଯିବା କଥା ଶୁଣି ସମସ୍ତେ ଅବାକ ହୋଇଯାଇଥିଲେ । ତେବେ ଏହି ଦୁଃଖଦାୟକ ଖବର ଶୁଣି ସରୋଜଙ୍କ ସ୍ତ୍ରୀ ସଂପୂର୍ଣ୍ଣ ଭାବରେ ଭାଙ୍ଗି ପଡିଛନ୍ତି ।

ନିଜ ବାହାଘରର ଫୋଟ ଆଲବମ ଦେଖି ମନ  ଦୁଃଖରେ କାନ୍ଦୁଛନ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସିକିମରେ ବର୍ଷା କାରଣରୁ ରେଡ ଏବଂ ଅରେଞ୍ଜ ୱାର୍ନିଙ୍ଗ ଜାରୀ କରାଯାଇଛି । ଏଥିସହ ନିଖୋଜ ଯବାନ ମାନଙ୍କୁ ରେସକ୍ୟୁ କରିବା ପାଇଁ ସର୍ଚ ଅପେରେସନ ଜାରୀ ରହିଛି ।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ କୌଣସି ଭାରତୀୟ ଯବାନଙ୍କର ଏଯାବତ ପତ୍ତା ମିଳିପାରିନାହିଁ । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *