ବ୍ଯାଙ୍କରେ ଟଙ୍କା ଜମା ଏବଂ ଉଠାଣକୁ ନେଇ ଆସିଲା ନୂଆ ନିୟମ ! ଏବେ ବ୍ୟାଙ୍କରେ ଟଙ୍କା ଜମା ଓ ଉଠାଇବାକୁ ହେଲେ କରିବାକୁ ହେବ ଏହି କାମ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଟଙ୍କା ଜମା ଏବଂ ଉଠାଣକୁ ନେଇ ଆସିଲା ବଡ ଖବର ସରକାର ଆଣିଲେ ନୂଆ ନିୟମ । ଏଣିକି ଦେବାକୁ ପଡିବ ପ୍ୟାନ ଏବଂ ଆଧାର ନମ୍ବର । ପ୍ୟାନ ଗ୍ରାହାକଙ୍କ ପାଇଁ ଜରୁରୀ ସୂଚନା । ବଦଳିଲା ଟଙ୍କା ଜମା ଏବଂ ଉଠା ନିୟମ । ଆକାଉଣ୍ଟ ରେ ଟଙ୍କା ଜମା ତଥା ଉଠାଇବା କୁ ହେଲେ ଦେବାକୁ ପଡିବ ଆଧାର ନଚେତ ପ୍ୟାନକାର୍ଡ ର ନମ୍ବର । ଯଦି କୌଣସି ବ୍ୟକ୍ତି ଗୋଟିଏ ଆର୍ଥିକ ବର୍ଷ ରେ ୨୦ ଲକ୍ଷ ଟଙ୍କା ଅଥବା ତାହାଠାରୁ ଅଧିକ ପରିମାଣର ଟଙ୍କା ଜମା ଅଥବା ଉଠାଣ କରୁଥିବେ, ତେବେ ଆଧାର ଏବଂ ପ୍ୟାନ ନମ୍ବର ଅପରିହାର୍ଜ୍ୟ ।

ଏ ନେଇ କେନ୍ଦ୍ରୀୟ ପ୍ରତକ୍ଷକର ବୋର୍ଡ ନୂଆ ନିୟମ ଆଣିଛି । ବ୍ୟାଙ୍କ, ଡାକଘର ଅଥବା ସମବାୟ ସଂସ୍ଥା ସବୁ କ୍ଷେତ୍ରରେ ଏହି ନିୟମ ଲାଗୁ ହେବ । ୧୦ ମଇ ରେ ଏ ନେଇ ସବିଡିଟି ପକ୍ଷରୁ ଏ ନେଇ ଏକ ବିଜ୍ଞତି ପ୍ରକାଶ ପାଇଛି । ପୂର୍ବ ରୁ ଦିନକୁ ୧୫ ହଜାର ଟଙ୍କାରୁ ଅଧିକ ଟଙ୍କା ଜମା କରୁଥିଲେ ଫ୍ୟାନ ନମ୍ବର ଉଲ୍ଲେଖ କରିବାର ନିୟମ ରହିଅଛି । କିନ୍ତୁ ବାର୍ଷିକ ଆର୍ଥିକ କାରବାର ଉପରେ ସେଭଳି କୌଣସି କଟକଣା ନଥିଲା ।

ମାତ୍ର ସରକାର ଏଥିରେ ପରିବର୍ତ୍ତନ ଆଣିଛନ୍ତି । ଆର୍ଥିକ କାରବାର ରେ ସ୍ଵଛତା ଏବଂ ପାରି ଦର୍ଶିତା ଆଣିବାକୁ ସରକାର ଏହିଭଳି ନିୟମ ଆଣିଥିବା କୁହାଯାଉଅଛି । ଏହିଭଳି ନିୟମ ଦ୍ଵାରା କେଉଁ ସୂତ୍ର ରୁ ଟଙ୍କା ଆସୁଅଛି ଅଥବା କେଉଁ ସୂତ୍ର କୁ ଜାଉଅଛି ତାହା ସହଜରେ ନଜର ରଖି ପାରିବେ ସରକାର । ଏହାଦ୍ଵାରା ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ମଧ୍ୟ ହ୍ରାସ ପାଇବ ।

ସେହିଭଳି କୌଣସି ବ୍ୟକ୍ତି ଯଦି ସମବାୟ ବ୍ୟାଙ୍କ, ପୋଷ୍ଟ ଅଫିସ, କିମ୍ବା ବ୍ୟାଙ୍କ ରେ କରେଣ୍ଟ ଆକାଉଣ୍ଟ କିମ୍ବା କ୍ୟାସ କ୍ରେଡିଟ ଆକାଉଣ୍ଟ ଖୋଲୁଛନ୍ତି, ତେବେ ମଧ୍ୟ ପ୍ୟାନ ଏବଂ ଆଧାର ନମ୍ବର ଦେବା ବାଧ୍ୟତା ମୂଳକ ରହିବ । ଏହାଦ୍ଵାରା କେବଳ ଯେ ଆର୍ଥିକ କାରବାର ରେ ସ୍ଵଛତା ଆସିବ ତାହା ନୁହେଁ ବରଂ ଅନେକ ଲୋକ ଙ୍କୁ ଟିକସ ଦାତା ଙ୍କୁ ସୂଚୀ ରେ ସାମିଲ କରାଯାଇପାରିବ ।

କାରଣ ଏଭଳି ଅନେକ ଲୋକ ଅଛନ୍ତି ଯେଉଁ ମାନଙ୍କ ଯେଉଁ ମାନଙ୍କ ଆକାଉଣ୍ଟ ରେ ଲକ୍ଷାଧିକ ଟଙ୍କାର ଆର୍ଥିକ କାରବାର ହେଉଥିଲେ ମଧ୍ୟ ସେମାନଙ୍କ ଆକାଉଣ୍ଟ ସହିତ ପ୍ୟାନ ଲିଙ୍କ ହୋଇନାହିଁ । ଏବଂ ସେମାନେ ଟିକସ ମଧ୍ୟ ଦେଉ ନାହାଁନ୍ତି । ଯାହା ଫଳରେ ସେମାନଙ୍କୁ ସଠିକ ଭାବରେ ଟ୍ରାକ ମଧ୍ୟ କରାଯାଇ ପାରୁ ନଥିଲା । ତେବେ ନୂଆ ନିୟମ ଦ୍ଵାରା ପ୍ୟାନ ନମ୍ବର ସାହାର୍ଯ୍ୟ ରେ ଆୟକର ବିଭାଗ ବେସ ସହଜରେ ଏଭଳି କାରବାର ବାବଦରେ ଜାଣି ପାରିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *