ବାଂଲାଦେଶ ଦଳରେ ଅଛନ୍ତି ଅନେକ ଖେଳାଳି ଯିଏ ଭାରତ ପାଇଁ ସାଜିପାରନ୍ତି ବଡ ବିପଦ… IND vs BAN

ଏବେ ଭାରତ ପାଇଁ ବିପଦ ହୋଇପାରେ ବାଙ୍ଗାଲାଦେଶ ର ବୋଲିଂ ଆଟାକ । ଏସିଆ କପରେ ଭାରତକୁ ହରାଇଥିଲା ଦଳ । ହଁ ଦର୍ଶକ ବନ୍ଧୁ ଦିନିକିଆ ବିଶ୍ଵକପରେ ଏବେ ଦୃଢ ସ୍ଥିତିରେ ଅଛି ଭାରତ । ପ୍ରଥମ 3ଟି ମ୍ଯାଚ ଜିତି ସରାଇଛି ରୋହିତ ବାହାଇନି । ଆଉ ଆଜି ଭାରତ ବାଙ୍ଗାଲଦେଶ ସହ ମୁକାବିଲା କରିବ । କିନ୍ତୁ ବାଙ୍ଗାଲଦେଶ କିନ୍ତୁ ହାଲକାରେ ନେଇପାରିବନି । କାରଣ ପୂର୍ବରୁ ଭାରତକୁ ଅନେକ ଥର ହରାଇ ସାରିଛି ବାଙ୍ଗାଲାଦେଶ ।

କେବଳ ଭାରତ ନୁହେଁ ପୂର୍ବରୁ ଅନେକ ଶକ୍ତିଶାଳୀ ଦଳକୁ ପରାସ୍ତ କରିସାରିଛି ବାଙ୍ଗାଲଦେଶ । ଏହି ଦଳରେ ଅନେକ ଖେଳାଳି ଅଛନ୍ତି ଯେଉଁ ମନେ ମ୍ୟାଚର ମୋଡ ବଦଳାଇ ଦେଇଥାନ୍ତି । ଗତ ମାସରେ ଏସିଆ କପ ର ସୁପର-4 ମୁକବାଇଲାରେ ସାକିବଲ ହାସନଙ୍କ ନେତୃତ୍ଵାଧୀନ ବାଙ୍ଗାଲାଦେଶ ଭାରତକୁ ହରାଇଥିଲା । ଏହି ମ୍ଯାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ହାତ ଖୋଲିପାରି ନ ଥିଲେ ।

ଏହି ମ୍ଯାଚରେ ବାଙ୍ଗାଲଦେଶ ପ୍ରାର୍ଥମେ ବ୍ୟାଟିଙ୍ଗ କରି 8 ୱିକେଟ ହରାଇ 265 ରନ କରିଥିଲା । ଯାହାର ଜବାବରେ ସୁଗମନ ଗିଲଙ୍କ 121 ରନ ରେ ଚମତ୍କାର ଇନିଙ୍ଗ୍ସ ବାଦ ବି ଭାରତ ହାରିଥିଲା । ଗତ ଦିନିକିଆ ସିରିଜରେ ମଧ୍ୟ ଭାରତକୁ ହରାଇଛି ବାଙ୍ଗଲାଦେଶ । ଗତ ବର୍ଷ ଭାରତୀୟ ଦଳ ବାଙ୍ଗାଲାଦେଶ ଗସ୍ତରେ ଯାଇଥିଲା । ସେହି ସିରିଜରେ କେ ଏଲ ରାହୁଲ ଅଧିନାୟକ ଥିଲେ ।

ବିରାଟ କୋହଲି, ଶିଖର ଧୱନ, କେ ଏଲ ରାହୁଲ ଓ ଇଶାନ କିଶାନ ଙ୍କ ତାରକା ଥିବା ଦଳ 2ଟି ମ୍ଯାଚରେ ପରାସ୍ତ ହୋଇ ସିରିଜ ପରାଜୟ ବରଣ କରିଥିଲା । ସ୍ପିନ ବିଭାଗରେ ବାଙ୍ଗାଲଦେଶର ବିଭିନ୍ନ କ୍ଷମତା ରହିଛି । କ୍ଯାପଟେନ ସାକିବଲ ହାସଲ ଏହି  ତାଲିକାରେ ଶୀର୍ଷ ରେ ଅଛନ୍ତି । ଯିଏକି ଭାରତକୁ ଅସୁବିଧାରେ ପକାଇ ପାରନ୍ତି । ବାଙ୍ଗାଲଦେଶ ଦଳରେ ମେହେଦୀ ହସନ ଙ୍କ ଭଳି ଚମତ୍କାର ସ୍ପିନର ବି ରହିଛନ୍ତି ।

ବୋଲିଙ୍ଗ ସହ ଅଲରାଉଣ୍ଡର ଙ୍କ କଥା କହିଲେ ବାଙ୍ଗଲାଦେଶରେ ତାରକ ଙ୍କ ସଂଖ୍ୟା କିଛି କମ ନୁହେଁ । ବିଶ୍ଵ କ୍ରିକେଟ ରେ ସର୍ବାଧିକ ଅଲ ରାଉଣ୍ଡର ବାଙ୍ଗାଲଦେଶ ଦଳରେ ଅଛନ୍ତି କହିଲେ ଭୁଲ ହେବନି । ଅନ୍ୟ ପରେ ରୋହିତ ବାହିନୀ ମଧ୍ୟ ବାଙ୍ଗଲାଦେଶ ଉପରେ ଭାରି ପଡିପାରେ । ଦଳରେ ସାର୍ଦୁଲ ଠାକୁର ଙ୍କ ବଦଳରେ ଆର ଅଶ୍ଵିନ ଙ୍କୁ ସୁଯୋଗ ମିଳିପାରେ ।

ବ୍ୟାଟିଙ୍ଗ ଲାଇନ ଅଫ କୁ ବଡ କରି ଭାରତୀୟ ଦଳ ବାଙ୍ଗାଲଦେଶ କୁ ଅଡୁଆରେ ପକାଇ ପାରେ । ସେହିପରି ଦଳରେ ସୁଗମନ ଗିଲ ଙ୍କ ପରି ତାରକା ଙ୍କ ସହ ରୋହିତ ଶର୍ମା, ବିରାଟ କୋହଲି ଓ ରବିଦ୍ର ଜାଡେଜା ଙ୍କ ଭଳି ଖେଳାଳି ରାଜିଛନ୍ତି । ଏମାନଙ୍କ ଠାରୁ ବଡ ଇନିଙ୍ଗ୍ସ ଆଶା କରା ଯାଉଛି । ବୋଲିଙ୍ଗ ବିଭାଗ କଥା କହିବାକୁ ଗଲେ  ଜସପ୍ରିତ ବୁମରା, ମହମଦ ସିରାଜ, ହାର୍ଦ୍ଦିକ ପଣ୍ଡିଆ, ରବୀନ୍ଦ୍ର ଜାଡେଜା ବାଙ୍ଗାଲଦେଶ କୁ ଅଡୁଆରେ ପକାଇ ପାରନ୍ତି । ତେବେ ଉଭୟ ଦଳ ମଧ୍ୟରେ କଡା ଟକ୍କର ହେବ ବୋଲି ଅନୁମାନ କରାଯାଉଇଛି । ବନ୍ଧୁଗଣ ଆଗକୁ ଏଭଳି ଖେଳ ସମ୍ବଧୀୟ ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *