ବନସୁନ୍ଦରୀ (Trinket snake): ଦୁନିଆର ସବୁଠୁ ଦୁର୍ଲଭ ସାପ, ଭାଗ୍ୟରେ ଥିଲେ ଦେଖିବାକୁ ମିଳେ, ଯେତେବେଳେ ଏହି ଗାଁରେ ବାହାରିଲା, ତା’ ପରେ କଣ ହେଲା ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ଆମେ ଆପଣଙ୍କୁ ଏଭଳି ଏକ ସାପ ଉଦ୍ଧାରର ଭିଡିଓ ଦେଖାଇବୁ ଯାହା ହୁଏତ ଆପଣ କେବେ ଦେଖି ନଥିବେ । ଏଭଳି ସାପ ବହୁତ ବିରଳ ଓ ବିଷଧର ମଧ୍ୟ । ଭୁଲରେ ମଧ୍ୟ ଏହା ବ୍ୟକ୍ତିଙ୍କୁ କାମୁଡି ଦେଲେ ଜୀବନ ବିପଦରେ ପଡିଯାଏ । ଏହି ସାପଟି ନାମ ହେଉଛି ଟ୍ରିଙ୍କେଟ ବା ବନସୁନ୍ଦରୀ । କିଛି ସ୍ଥାନରେ ଏହାକୁ ବୋଡା ସାପ ମଧ୍ୟ କୁହନ୍ତି । ଓଡିଶାର ଭଦ୍ରକ ଜିଲ୍ଲାରୁ ଏହି ଏହିପରି ଏକ ସାପ ଉଦ୍ଧାର କରା ଯାଇଥିଲା ।

ତେବେ ସାପଟି ଦେଖବାକୁ ଖୁବ ଲମ୍ବା ଥିଲା ଯାହାକୁ କାବୁ କରିବା ଅତ୍ୟନ୍ତ ବିପଦ ଜନକ ଥିଲା । ଏହି ସାପଟି ଦେଖିବାକୁ ଖୁବ ସୁନ୍ଦର ଥିଲା । ଏହାର ଶରୀରରେ ମାଟିଆ, ହଳଦିଆ, ସବୁଜ, ଧଳା ଓ କଳା ଆଦି ଅନେକ ପ୍ରକାରର ରଙ୍ଗ ଥାଏ ଓ ଚିତ୍ର ବିଚିତ୍ର ମଧ୍ୟ ହୋଇଥିଲା । ସାପର ମୁଣ୍ଡରୁ ପିଠି ଯାଏଁ ଗୋଟିଏ ରଙ୍ଗ ଥିଲା, ପିଠିରେ ଆଉ ଏକ ପ୍ରକାର ରଙ୍ଗ ଏବଂ ଚିହ୍ନ ଥିଲା ଓ ଲାଞ୍ଜ ଆଡକୁ ମଧ୍ୟ ଏକ ଭିନ୍ନ ରଙ୍ଗ ଏବଂ ଚିହ୍ନ ଥିଲା ।

ତେବେ ଏହି ପ୍ରକାର ଭାବେ ସାପଟି ଦେଖିବାକୁ ଖୁବ ଆଖି ଦୃଷ୍ଟିଆ । ସେଥିପାଇଁ ତାକୁ ବନସୁନ୍ଦରୀ ମଧ୍ୟ କୁହାଯାଏ । କିନ୍ତୁ ଏହା ଦେଖିବାକୁ ଯେତିକି ସୁନ୍ଦର ସେତିକି ଭୟଙ୍କର ମଧ୍ୟ । ରାଗିଗଲେ ଏହା ବେକ ଫୁଲାଇ କାମୁଡିବାକୁ ଗୋଡାଉ ଥିଲା । ଏହି ସାପଟି ଖୁବ ଆକ୍ରମକ ସ୍ଵଭାବର ଥିଲା ।

ଗାଁ ଲୋକେ ସାପକୁ ଦେଖିବା ପରେ ତାକୁ ଉଦ୍ଧାର କରିବା ପାଇଁ ସାପଧରାଳି ଏମଡ଼ି ମିର୍ଜା ଆରିଫ ଙ୍କୁ ଯୋଗାଯୋଗ କରିଥିଲେ । ତେବେ ସେ ସେଠାରେ ଆସି ଦେଖିଥିଲେ ଯେ ଏହା ଏକ ଟ୍ରିଙ୍କେଟ ସାପ । ସେ ସାପକୁ ଧରିବାକୁ ଯିବାବେଳେ ତାଙ୍କୁ ଚକମା ଦେଇ ସାପଟି ପଳାଇ ଯାଇଥିଲା । ଯାହା ଫଳରେ ସାପଧାରାଳିଙ୍କୁ ଘର ଚାରିପାଖେ ଦିଆ ଯାଇଥିବା ବାଉଁଶ ବାଡଟିକୁ ଭାଙ୍ଗି ଧାଇଁ ଯାଇ ସାପକୁ ଧରିବାକୁ ପଡିଥିଲା ।

ତେବେ ଏହା ଦେଖିବା ପାଇଁ ସେଠାରେ ଗାଁ ଲୋକେ ମଧ୍ୟ ଭିଡ ଜମାଇଥିଲେ । ସାପଧରାଳି କହିଥିଲେ କି ଏହି ସାପ ଏତେ ଚାଲାଖ ଯେ ଏହାକୁ ଧରିଲେ ବେଳେବେଳେ ଏହା ମରିଯିବା ପରି ଅଭିନୟ ମଧ୍ୟ କରିଥାଏ । ଯାହା ବି ହେଉ ପରିଶେଷରେ ସାପକୁ କାବୁ କରି ମୁଣାରେ ଭର୍ତ୍ତି କରି ନେଇ ଯାଇଥିଲେ ସାପ ଧରାଳି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *