Bairagi ର ଭିଡିଓ ଦେଖି କାନ୍ଦି ପକାଇଲେ Siddhant Mahapatra, ପୁରୁଣା ଦିନର ସ୍ମୃତି ଆଖି ଆଗରେ ଭାସି ଆସିଲା… Siddhant Mahapatra

ବୈରାଗୀଙ୍କ ଭିଡିଓ ଦେଖି କାନ୍ଦି ପକାଇଲେ ସିଦ୍ଧାନ୍ତ ମହାପାତ୍ର । ହଁ ବନ୍ଧୁଗଣ ସେହି ପୁରୁଣା ଦିନରୁ ସ୍ମୃତି ପୁଣି ଥରେ ତାଜା ହୋଇଯାଇଛି । କାରଣ ନିକଟରେ ପୁଚୁକୀ ଗାଲିର ସାଇଡ ଡାନ୍ସର ବର୍ତ୍ତମାନ ଡ୍ୟାନ୍ସର ରୋଲ ବାଲା ଭାବରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯେଉଁ ଭାଇରାଲ ଭିଡିଓରେ ବୈରାଗୀଙ୍କୁ ଦେଖି ଅଭିନେତା ସିଦ୍ଧାନ୍ତ ମହାପାତ୍ର ଚିହ୍ନି ପକାଇଥିଲେ । ଏଥିସହ ତାଙ୍କ ଆଖି ଆଗରେ ପୁରୁଣା ଦିନର ସ୍ମୃତି ସବୁ ପୁଣି ଥରେ ଜୀବନ୍ତ ହୋଇ ଉଠିଥିଲା ।

ସେଥିପାଇଁ ସମସ୍ତଙ୍କର ଅତି ପ୍ରିୟ ମୁନ୍ନା ଭାଇ ଅର୍ଥାତ ସିଦ୍ଧାନ୍ତ ମହାପାତ୍ର ଭାବ ବିହ୍ଵଳ ହୋଇଯାଇଥିଲେ । ତାଙ୍କ ଆଖିରେ ଲୁହ ଆସିଯାଇଥିଲା । ଏହାପରେ ସିଦ୍ଧାନ୍ତ ମହାପାତ୍ର ନିଜର ପ୍ରତିକ୍ରିୟା ଗଣ ମାଧ୍ୟମ ସାମ୍ନାରେ ରଖିଥିଲେ । ସେଠାରେ ସେ କହିଥିଲେ । ଯେ ସେତେବେଳେ ପୁରୁଣା ଫିଲ୍ମ ଗୁଡିକରେ ଫିଲ୍ମର ସବୁ ୟୁନିଟ ମେମ୍ବର ମିଳିମିଶି କାମ କରୁଥିଲୁ । ମିଶିକି ଖିଆ, ପିଆ ବସାଉଠା ସବୁ କରୁଥିଲୁ । ସମସ୍ତଙ୍କ ସହ ଆମ ମାନଙ୍କର ଭଲ ସମ୍ପର୍କ ଥିଲା ।

ତେଣୁ ଯେତେବେଳେ ସୋସିଆଲ ମିଡିଆରେ ବୈରାଗୀକୁ ଦେଖିଥିଲି । ସେ ପୁଚୁକୀ ଗାଲି ଗୀତରେ ସାଇଡ ଡ୍ୟାନ୍ସ କରିଥିଲା । ସେତେବେଳେ ସଙ୍ଗେ ସଙ୍ଗେ ବୈରାଗୀ ସହ ଅନ୍ୟ ସବୁ ସେ ସମୟର ଡ୍ୟାନ୍ସର ମାନଙ୍କ କଥା ମନେ ପଡିଯାଇଥିଲା । ବହୁତ ହିଁ ଭଲ ଥିଲା ସେହି ସବୁ ପୁରୁଣା ଦିନ ଗୁଡିକ । ଯାହାକୁ ଦେଖିଲେ ଏବେ ମନ ଖୁସି ହୋଇଯାଏ । ବୈରାଗୀ ଏବେ ଫାଷ୍ଟଫୁଡ ସେଣ୍ଟରରେ ଶେଫ ଭାବରେ କାମ କରୁଛି । ସେ ମଧ୍ୟ କାମ କରୁଥିବା ହୋଟେଲକୁ ମୋତେ ଏତେ ଶ୍ରଦ୍ଧା ସହକାରେ ଡାକିଛି ।

ତେଣୁ ବୈରାଗୀକୁ ଦେଖା କରିବାକୁ ମୁଁ ନିହାତି ଜୀବି । ତା’ ସହ ଦେଖା କରିକି ହିଁ ଆସିବି । କାରଣ ଏତେ ଦିନ ପରେ ବି ବୈରାଗୀ ଆମ ମାନଙ୍କର ସେଦିନର କଥା ମନେ ରଖି ଆମକୁ ଏତେ ସାରା ଭଲ ପାଇବା ଦେଉଛି । ତେଣୁ ବୈରାଗୀର ଅନୁରୋଧ ରକ୍ଷା କରି ନିଶ୍ଚୟ ଥରେ ତାକୁ ଦେଖା କରିବାକୁ ଜୀବି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *