ନମସ୍କାର ବନ୍ଧୁଗଣ ତେବେ ଶହ ଶହ ବର୍ଷ ଆଗରୁ କାଗଜ କଲମ ବା ଅତ୍ୟାଧୁନିକ ଯନ୍ତ୍ରପାତି ର ବ୍ୟବସ୍ଥା ନ ଥିଲା । ତେବେ ସେହି କାଳରେ ଲୋକମାନେ ଲେଖିବା ପାଇଁ ତାଳପତ୍ର ଓ ଲେଖନୀ ର ବ୍ୟବହାର କରୁଥିଲେ । ଆଜକୁ ପ୍ରାୟ ଛଅ ଶହ ବର୍ଷ ପୂର୍ବେ ତାଳପତ୍ର ଓ ଲେଖନୀ ସାହାଯ୍ୟରେ କଳିଯୁଗର ଭବିଷ୍ୟତ ର ଘଟଣାବଳୀ ବିଷୟରେ ଆମ ଉତ୍କଳ ର ପଞ୍ଚସଖା ମାନେ ଯେଉଁ ମାଳିକା ଶାସ୍ତ୍ର ଲେଖି ଯାଇଛନ୍ତି ସେଥିରେ ଯେଉଁ ତଥ୍ୟ ଉଲ୍ଲେଖ କରାଯାଇଛି ତାହାକୁ ମାଳିକା ବଚନ ରୂପେ ବିବେଚନା କରାଯାଏ ।
ଏହି ଉକ୍ତି ଉପରେ ଅଚ୍ୟୁତାନନ୍ଦ ଗୋଟିଏ ସୁନ୍ଦର ଆଲୋଚନା କରିଛନ୍ତି । ସେ କହିଛନ୍ତି ହେ ରାମଚନ୍ଦ୍ର ମୋର ବାଣୀ କେବେ ଅନ୍ୟଥା ହେବ ନାହିଁ । ତାଙ୍କ ତତ୍ବାବଧାନ ରେ ଲିଖିତ କଳିଯୁଗର ଭବିଷ୍ୟବାଣୀ ସବୁ ସତ୍ୟ ହେବ । ତେବେ ସାଧାରଣତଃ ମାଳିକା ହେଉଛି ପଞ୍ଚସଖା ଙ୍କ ନିଜ ଅନୁଭୁତ ଓ ଭବିଷ୍ୟତ କୁ ଆଶଙ୍କିତ କରି ପର ପିଢ଼ି ଙ୍କୁ ସତର୍କ କରିବା ପାଇଁ ଲେଖିଥିବା ଦିବ୍ୟ ବାଣୀ ସମୂହ ।
ଯଦିଓ ମାଳିକା ଶହ ଶହ ବର୍ଷ ପୂର୍ବରୁ ଲେଖା ହୋଇଥିଲା ତଥାପି ଏବେ ତାର ସତ୍ୟା ସତ୍ୟ କୁ ନେଇ ଆମେ ଅନେକ ପ୍ରମାଣ ପାଉଛୁ । ଯଦିଓ ଅନେକ ଏହାକୁ ମାନିବା ପାଇଁ ରାଜି ହୋଇ ନଥାନ୍ତି ତଥାପି ଏହା ସତ୍ୟ ଅଟେ । ତେବେ ସତ୍ୟଭଞ୍ଜ ନାମକ ଏକ ୟୁଟ୍ୟୁବ ଚ୍ୟାନେଲ ମାଳିକା ରେ ବର୍ଣ୍ଣିତ ତଥ୍ୟ ର ସତ୍ୟା ସତ୍ୟ ଉପରେ ନିରୀକ୍ଷଣ କରୁଛନ୍ତି,ଯଉଁଥିପାଇ ମାଳିକା ବର୍ଣ୍ଣିତ ବିଭିନ୍ନ ସ୍ଥାନରେ ସେମାନେ ଯାଇ ପହଂଚିଯାଉଛନ୍ତି ଓ ବିଭିନ୍ନ ଘଟଣା ଉପରେ ନିରୀକ୍ଷଣ କରୁଛନ୍ତି ଓ ଅନେକ ଅଜଣା ତଥ୍ୟ ଆଣୁଛନ୍ତି ଲୋକ ଲୋଚନକୁ ।
ସେହି କ୍ରମରେ ଏହି ସତ୍ୟଭଞ୍ଜ ୟୁଟ୍ୟୁବ ଚ୍ୟାନାଲ ଆସି ପହଞ୍ଚିଛି ଜଗତସିଂହପୁର ର ବିରିଡି ବ୍ଲକ ରତ୍ନବଟ ରେ୍ ଥିବା ମାଳିକା ଭକ୍ତଙ୍କ ନିକଟରେ । ବାବା ଙ୍କର କହିବା କଥା ଏହି ରତ୍ନବଟକୁ ପଞ୍ଚସଖା ଆସିଥିଲେ । ତେବେ ରତ୍ନ ବଟ ପାଖରେ ଏକ ତୋଟ ଅଛି ଯେଉଁଠି କୁ ହଜାର ହଜାର ଲୋକମାନେ ଆସି ପ୍ରତିଦିନ ବୁଡ ପକାନ୍ତି ଏବଂ ସବୁଠାରୁ ଅଧିକ ଲୋକ ଏଠାକୁ ଆସନ୍ତି ଅସ୍ତି ବା ମାଘସପ୍ତମୀ ଦିନ ଭୋର ଭୋର ବୁଡ ପକେଇବା ଅର୍ଥାତ ଗାଧୋଇ ଯାଇଥାନ୍ତି ।
ତେବେ ଏହି ତୁଠ ଏବେ ଅପରିଷ୍ଟାର ହୋଇ ପଡିଛି କିନ୍ତୁ ଏହା ବିଷୟରେ ମାଳିକା ଅନେକ କିଛି ଲେଖା ହୋଇ ଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି । ତେବେ ଏହା ସହିତ ସ୍ଥାନୀୟ ବାସିନ୍ଦା ମଧ୍ୟ ଏକଥା କହିଛନ୍ତି ଯେ ଏହି ପାଣିର ଗୋଟିଏ ବହୁତ ବଡ ବିଶେଷ୍ବତ ହେଉଛି କି ଏହା ହେଉଛି ବହୁତ ଥଣ୍ଡା ଏବଂ କେବେ ବି ଏହାର ପାଣି ଶୁଖି ନଥାଏ । ତେବେ ଏହାର ନାଁ କେବଳ ରତ୍ନବଟ ନୁହେଁ , ବରଂ ଏହାର ତିନୋଟି ନାଁ ରହିଛି ଯଥା, ରତ୍ନଯୋଡି, ରତ୍ନବଟ ଏବଂ ରତ୍ନକୁଣ୍ଡ ।
ଆଉ ଏହି କୁଣ୍ଡରେ ଯିଏ ଯାହା ମାନସିକ କରି ବୁଡ ମାରିଥାଏ ତାହାର ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ତେବେ କଳିଯୁଗର ଶେଷରେ ଏହି ଠାରେ ହିଁ ହେବ ଲୀଳା । ତେବେ ଏହି ତୁଠର ଏକ ନିରାଟ ସତ୍ୟ ହେଉଛି ଏଠାରେ ଚିତଳ ମାଛ ଅଛି ଏବଂ ତାହାକୁ ଜଣେ କେଉଟ ଦେଖିଥିଲା ଆଉ ଏକଥା ଯେତେବେଳେ ସେ ତାର ସ୍ତ୍ରୀ କହିଥିଲା ସେ ସଂଗେ ସଂଗେ ମରି ଯାଇଥିଲା ।
ମାଳିକା ଅନୁସାରେ ବାମ୍ଫୀରେ ବାରହାଟ ଖଣ୍ଡା ଅଛି । ସେହି ସ୍ଥାନରେ ସପ୍ତଫେଣୀ ଅଛି । ତେବେ ବଉଳା କୁମ୍ଭୀର ଆଉ ଚିତ୍ତଳ ମାଛକୁ ସେଠାରେ ପୂଜା କରୁଛନ୍ତି । ଦୀର୍ଘ ଦେଢ ଶହ ବର୍ଷ ତଳେ ଜଣେ କେଉଟ ଚିତ୍ତଳ ମାଛକୁ ଦେଖିଥିଲା । କେଉଟ ଜଣକ ବିବାହିତ ଥିଲା ସେ ମାଛ ଦେଖି ଆସି ସମସ୍ତଙ୍କୁ କହିଲା ହେଲେ ମରିଗଲା । ଏହି ସ୍ଥାନରେ ଅତ୍ୟନ୍ତ ରହସ୍ୟମୟ ଅଟେ । ଏହି ସ୍ଥାନରେ ଏମିତି ଅନେକ ଚମତ୍କାର ହୁଏ ଯଦି ଆପଣ ଯିବେ ତ ନିଶ୍ଚୟ ଅନୁଭବ କରିବେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।