8 ଟି କଥା ସବୁବେଳେ ଗୁପ୍ତ ରଖିବେ ଅନ୍ଯଥା ବହୁତ ପସ୍ତେଇବେ Dr APJ Abdul Kalam Motivational Tips)

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜୀବନରେ ଯଦି ସଫଳତା ଓ ଧନ ପାଇବାକୁ ଚାହାଁନ୍ତି ତେବେ କିଛି କଥାକୁ ବିଶେଷ ଧ୍ୟାନ ଦେବା ଜରୁରୀ। ତେବେ ମନରେ ଭାବିଥିବା କଥା କେବେ ବି କାହା ଆଗରେ ପ୍ରକାଶ କରନ୍ତୁ ନାହିଁ । ଏହାକୁ ସର୍ବ ସାଧାରଣରେ ମଧ୍ୟ ପ୍ରକାଶ କରନ୍ତୁ ନାହିଁ । କାରଣ ଯିଏ ଏପରି କରିଥାନ୍ତି ସେମାନଙ୍କୁ କାର୍ଯ୍ୟରେ ସଫଳତା ମିଳିନଥାଏ । ମନରେ ଚିନ୍ତା କରିଥିବା କଥାକୁ ମନ୍ତ୍ର ଭଳି ଗୁପ୍ତ ରଖିବା ଉଚିତ୍‌ ।

ମନ କଥାକୁ ଗୁପ୍ତ ରଖି ସେହି ଦିଗରେ ନିରନ୍ତର କାର୍ଯ୍ୟ କରିବା ଉଚିତ୍‌ । କାରଣ କାର୍ଯ୍ୟ ପୁରଣ ନହେବା ଯାଏ ଏହାକୁ ପ୍ରକାଶ କଲେ ହାସ୍ୟାସ୍ପଦ ହୋଇପାରନ୍ତି । ଖାଲି ସେତିକି ନୁହେଁ ଶତ୍ରୁ ଜାଣିଲେ କାର୍ଯ୍ୟରେ ବାଧା ଉତ୍ପନ୍ନ କରିଥାନ୍ତି ତେବେ ଯେଉଁ ଲୋକ ଯୋଜନା ପୂର୍ବକ କାମ କରିଥାନ୍ତି ସେମାନଙ୍କୁ ସଫଳତା ମିଳିବାର ବେଶୀ ସମ୍ଭାବନା ଥାଏ । ଯେଉଁ ଲୋକ ବିନା ଯୋଜନାରେ କାମ କରିଥାନ୍ତି ସେମାନଙ୍କୁ ସଫଳତା ପାଇଁ ସଂଘର୍ଷ କରିବାକୁ ପଡ଼ିଥାଏ ।

ଲକ୍ଷ୍ୟ ପୁରଣ କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ । ପରିଶ୍ରମକୁ ଡରୁଥିବା ଲୋକ କେବେ ବି ସଫଳତା ପାଇନଥାନ୍ତି ।।ତେବେ ଆସନ୍ତୁ ଜାଣିନେବା କେଉଁ କଥାକୁ ଗୁପ୍ତ ରଖିବା ଆବଶ୍ୟକ ଅଟେ। ୧- ପ୍ରଥମରେ ହେଉଛି ନିଜର ଟଙ୍କା ପଇସା ବା ଆର୍ଥିକ ପରିସ୍ଥିତି ବିଷୟରେ ଅନ୍ୟ ମାନଙ୍କୁ ଜଣାଇବା ଉଚିତ ନୁହେଁ। ଆଜିକାଲି ଦୁନିଆରେ ପ୍ରତ୍ୟେକ ଲୋକ ଖୁବ୍ ଶୀଘ୍ର ଧନୀ ହେବା ପାଇଁ ଚାହିଁ ଥାଆନ୍ତି, ତେଣୁ ଟଙ୍କାର ଲୋଭ ବଢ଼ି ଚାଲିଛି। ଏହାଦ୍ବାରା ଲୋକେ ଆପଣଙ୍କ ଠାରୁ ଫାଇଦା ଉଠାଇବା ପାଇଁ ପ୍ରୟାସ କରି ପାରନ୍ତି। ତେଣୁ ଏଥିପ୍ରତି ଧ୍ୟାନ ରଖନ୍ତୁ।

୨- ଦ୍ଵିତୀୟ ରେ ହେଉଛି ନିଜର ଦୁର୍ବଳତା ଆପଣ ଭିତରୁ ଯେତେ ହତାସ ହୁଅନ୍ତୁ ନା କାହିଁକି ଏହି ଜିନିଷ କାହାକୁ କହିବା ଉଚିତ୍ ନୁହେଁ, କାରଣ ଲୋକମାନେ ଭଙ୍ଗା ଘରର ଇଟା ନେଇଯାଆନ୍ତି। ବାସ୍ତବ ଜୀବନରେ ଅନେକ ଥର ଏହା ଘଟେ ଯେ ଜଣେ ବ୍ୟକ୍ତି ଭିତରୁ ଏତେ ଭାଙ୍ଗିଯାଏ ଯେ ଆଖିରୁ ଯନ୍ତ୍ରଣା ଲୁହ ଭାବେ ପ୍ରବାହିତ ହୁଏ। ଯେଉଁମାନେ କେବଳ ଏପରି କଷ୍ଟଦାୟକ ସମୟ ଏବଂ ପରିସ୍ଥିତି ଦେଇ ଗତି କରିଛନ୍ତି ସେମାନଙ୍କ ଦ୍ୱାରା ଏହା ଅନୁମାନ କରାଯାଇପାରେ।

ଏଭଳି ପରିସ୍ଥିତିରେ ପରିବାର ବ୍ୟତୀତ କେବଳ କିଛି ଘନିଷ୍ଠ ବନ୍ଧୁ ଅଛନ୍ତି ଯେଉଁମାନେ କଠିନ ସମୟରେ ଏକାଠି ଠିଆ ହୁଅନ୍ତି କିନ୍ତୁ ସେମାନଙ୍କ ବ୍ୟତୀତ ଅନ୍ୟ କେହି ଆପଣଙ୍କର ଯନ୍ତ୍ରଣା ଅନୁଭବ କରନ୍ତି ନାହିଁ ସେମାନଙ୍କ ସହ ଆପଣକର ଦୁର୍ବଳତା ବାଣ୍ଟିବା ଉଚିତ୍ ନୁହେଁ।

୩- ତୃତୀୟ ରେ ନିଜର ଯୋଜନା। ତେବେ କୌଣସି କାର୍ଯ୍ୟ ଆରମ୍ଭ କରିବାବେଳେ ନିଜର ଯୋଜନା ବିଷୟରେ କାହାକୁ ଜଣା ନଥିବା ଆବଶ୍ୟକ। ଆର୍ଥିକ ନୀତି ହେଉ କିମ୍ବା ରାଜନୈତିକ, ସାମାଜିକ କିମ୍ବା ପରିବାରର କୌଣସି ଯୋଜନା ବିଷୟରେ କାହାକୁ ଜଣାଇବା ଉଚିତ ନୁହେଁ। ସମସ୍ତ ଯୋଜନାକୁ ଆଗକୁ ବଢାଇବା ସହିତ ଏହାକୁ ପ୍ରକାଶ ଉପଯୁକ୍ତ ସମୟରେ କରିବା ଦ୍ଵାରା ସାର୍ଥକ ଏବଂ ସଫଳ ହୋଇଥାଏ।

୪- ଚତୁର୍ଥ ରେ ହେଉଛି ଦାନ ଧର୍ମ କଲେ ପୁଣ୍ୟ ମିଳିଥାଏ ବୋଲି ଆମେ ସମସ୍ତେ ଜାଣିଛୁ। କିନ୍ତୁ ଯେଉଁ ବ୍ୟକ୍ତି ଅନ୍ୟକୁ ଦେଖାଇବା ପାଇଁ ଦାନ କରେ, ତାହାର ଫଳ ସେ କେବେ ମଧ୍ୟ ପାଇ ନଥାଏ। କେହି ଆପଣଙ୍କୁ କୌଣସି କାରଣରୁ ଅପମାନ କଲେ, ଆପଣ ଏହି ବିଷୟକୁ ନେଇ କାହା ଆଗରେ ପ୍ରକାଶ କରନ୍ତୁ ନାହିଁ। ଏହା ଆପଣଙ୍କ ପାଇଁ ଉତ୍ତମ ହେବ।

୫- ପଞ୍ଚମରେ ହେଉଛି ଘର କଥା। ତେବେ ଆଜିର ସମାଜରେ କିଛି ଏଭଳି ଲୋକ ରହିଛନ୍ତି, ଯେଉଁମାନେ ନିଜ ଘରର କଥା ଅନ୍ୟମାନଙ୍କ ଆଗରେ ବଖାଣି ଥାଆନ୍ତି।ଯାହାଫଳରେ ଲୋକେ ଏହି କଥାର ଫାଇଦା ଉଠାଇ ଥାଆନ୍ତି।ତେଣୁ କେବେବି ନିଜ ଘରର କୌଣସି କଥା ଅନ୍ୟ ଲୋକଙ୍କ ଆଗରେ ପ୍ରକାଶ କରନ୍ତୁ ନାହିଁ।


୬- ଷଷ୍ଠ ରେ ହେଉଛି କୌଣସି ବ୍ୟକ୍ତି ନିଜର ବୟସ ସୀମା ବିଷୟରେ ଅନ୍ୟମାନଙ୍କ ସହିତ ସେୟାର କରିବା ଉଚିତ ନୁହେଁ। ଏହାକୁ ଗୁପ୍ତ ଭାବରେ ନିଜ ମନରେ ରଖିବା ଉଚିତ।ନଚେତ ଲୋକେ ଆପଣଙ୍କର ଫାଇଦା ଉଠାଇ ପାରନ୍ତି।

୭- ସପ୍ତମ ରେ ହେଉଛି ନିଜର ମାନ-ସମ୍ମାନ କାହା ଆଗରେ ପ୍ରକାଶ କରିବା ଉଚିତ ନୁହେଁ, ଏହା କେବଳ ଛଟ ଚିନ୍ତାଧାରା ସହିତ ଅନ୍ୟ ପାଖରେ ଆସି ପହଞ୍ଚିଥାଏ । ଏହା କରିବା ଦ୍ଵାରା ଲୋକେ ଆପଣଙ୍କ ଉପରେ ବିରକ୍ତିଭାବ ପ୍ରକାଶ କରନ୍ତି । ଏହା ଫଳରେ ଆପଣଙ୍କ ମାନ-ସମ୍ମାନ ଉପରେ ଖରାପ ପ୍ରଭାବ ପଡିଥାଏ ।ମାନ-ସମ୍ମାନ ଭଳି ନିଜର ଅପମାନକୁ ମଧ୍ୟ ନିଜ ଲୋକଙ୍କ ଆଗରେ ପ୍ରକାଶ କରିବା ଉଚିତ ନୁହେଁ ।

୮- ଅଷ୍ଟମ ରେ ହେଉଛି ନିଜର କିଛି ଯଦି ଆପଣଙ୍କ ର କିଛି ଅନ୍ତରଙ୍ଗ ମୁହୂର୍ତ୍ତ ରହିଛି ଯେପରି ଆପଣ ଯଦି କାହାକୁ ଭଲ ପାଉଛନ୍ତି କିମ୍ବା ଆପଣଙ୍କ ର କିଛି ଗୁପ୍ତ କଥା ରହିଛି ତାହା ମଧ୍ୟ କାହା ଆଗରେ ପ୍ରକାଶ କରନ୍ତୁ ନାହିଁ। ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *