ଆସନ୍ତୁ ଜାଣିବା ଗରିବ କିପରି ଧନୀ ହୁଏ ? (Motivational Tips By Acharya Arun)

ବନ୍ଧୁଗଣ ଏହି ଦୁନିଆରେ ଥିବା କୌଣସି ବି ଲୋକ ଚାହାଁନ୍ତି ନାହିଁ ଭଙ୍ଗା ଘରେ ରହିବା ପାଇଁ କେହି ଚାହିଁ ନଥାନ୍ତି ଭଙ୍ଗା ଗାଡି ଚଢିବା ପାଇଁ କେହି ଚାହିଁ ନଥାନ୍ତି ଚିରା ପୋଷାକ ପିନ୍ଧିବା ପାଇଁ । ସମସ୍ତେ ଚାହିଁ ଥାନ୍ତି ଏକ ଆଲିଶାନ ଘର ତୋଳିବା ପାଇଁ ସମସ୍ତେ ଚାହିଁ ଥାନ୍ତି ଲମ୍ବା ଲମ୍ବା ଗାଡି ଧରିବା ପାଇଁ ସମସ୍ତେ ଚାହାଁନ୍ତି ଏହି ଦୁନିଆର ସମସ୍ତ ସୁଖ ସୁବିଧା ଭୋଗ କରିବା ପାଇଁ । ହେଲେ ବନ୍ଧୁଗଣ ସମସ୍ତେ ଏକ ସୁଖମୟ ଜୀବନ ଅତିବାହିତ କରିପାରି ନଥାନ୍ତି ଏହାର କାରଣ କଣ ଜାଣିଛନ୍ତି ।

ଆସନ୍ତୁ ଏକ କାହାଣୀ ମାଧ୍ୟମରେ ଏହା ବିଷୟରେ ଜାଣିବା । ବନ୍ଧୁଗଣ ଆପଣ ଯଦି ନିଜ ଭାଗ୍ୟ ରେଖାକୁ ବଦଳାଇବା ପାଇଁ ଚାହୁଁ ଛନ୍ତି ଆପଣ ଯଦି ନିଜ ଜୀବନକୁ ବଦଳାଇବାକୁ ଚାହୁଁ ଛନ୍ତି ତା ହେଲେ ଏହି କାହାଣୀଟି ଶେଷ ପର୍ଯ୍ୟନ୍ତ ପଢନ୍ତୁ । ଏକ ଗରିବ ପରିବାରରେ ଉଚ୍ଚ ଶିକ୍ଷିତ ପୁଅ ଥିଲା ଚାକିରି ପାଇବା ଆଶାରେ ସେ ଏଣେ ତେଣେ ଘୁରି ବୁଲୁଥିଲା ।

ଦିନେ ସହରରୁ ଖବର ଆସିଲା ଆଜି ତମ ଇଣ୍ଟର୍ବ୍ୟୁ ଅଛି ତମେ ଆସ । ଇଣ୍ଟର୍ବ୍ୟୁକୁ ଯିବା ବେଳେ ଗାଁରେ ଥିବା ଏକ ବାବାଙ୍କୁ ମୁଣ୍ଡିଆ ମାରି ଯୁବକ ଜଣକ କହିଲା, ବାବା ମୁ ଯେତେ ଚାକିରିରେ ଇଣ୍ଟର୍ବ୍ୟୁ ଦେଲେ ମଧ୍ୟ ମୋତେ ଚାକିରି ମିଳୁ ନାହିଁ ଏମିତି କାହିଁକି । ବାବା କହିଲେ, ମଣିଷ ଶ୍ରଦ୍ଧାର ସହିତ ବିଶ୍ଵାସର ସହିତ ଯେଉଁ କର୍ମକୁ କରେ ସେ ନିଶ୍ଚୟ ତା ଜୀବନରେ ସଫଳତା ପାଏ ।

ମଣିଷ ହୃଦୟର ସହିତ ଯେଉଁ କଥା ଚିନ୍ତା କରେ ସେହି କଥାକୁ ଯଦି ସେ କାର୍ଯ୍ୟରେ ରୂପାନ୍ତରିତ କରେ ସେ ନିଶ୍ଚୟ ସଫଳତା ପାଏ । ସେହି ମଣିଷ ସଫଳତା ପାଏ ଯାହା ପାଖରେ 6ଟି ଗୁଣ ଥାଏ । ପିଲାଟି ପଚାରିଲା ବାବା କଣ ସେହି ଗୁଣ । ବାବା କହିଲେ, ଭଗବାନ ତାକୁ ସାହାର୍ଯ୍ୟ କରନ୍ତି ଯାହା ପାଖରେ ଏହି 6ଟି ଗୁଣ ଥାଏ ଉଦ୍ୟମ, ସାହାସ, ଧର୍ଯ୍ୟ, ବୁଦ୍ଧି, ଶକ୍ତି ଓ ପରାକ୍ରମ ।

ପ୍ରଥମେ ତମକୁ ଉଦ୍ୟମ କରିବାକୁ ପଡିବ ଯଦି ଉଦ୍ୟମ ନକରି କହିବ ମୋ ଦ୍ଵାରା କିଛି ହେଉ ନାହିଁ ତା ହେଲେ ତମେ କିଛି ବି ପାଇବ ନାହିଁ । ତା ପରେ ତମକୁ ସାହାସର ସହିତ ଅପେକ୍ଷା କରିବାକୁ ପଡିବ ତା ପରେ ଧର୍ଯ୍ୟ ଧରିବାକୁ ପଡିବ ।ବିନା ଧର୍ଯ୍ୟରେ ତମେ କେବେ ସଫଳ ମଣିଷ ହେଇପାରିବ ନାହିଁ । ଏହା ପରେ ତମକୁ ବୁଦ୍ଧି ଖଟେଇବାର ଆବଶ୍ୟକତା ଅଛି ବିନା ବୁଦ୍ଧିରେ ମଧ୍ୟ ତମେ ସଫଳତା ପାଇପାରିବ ନାହିଁ ।

ଶରୀରରେ ତମର ଶକ୍ତି ରହିବାର ଅଛି ଆଉ ପରାକ୍ରମ ଥିବା ଦରକାର । ସିଂହକୁ କେହି ଜଙ୍ଗଲର ରାଜା କରି ନଥାନ୍ତି ସେ ନିଜ ପରାକ୍ରମ ବଳରେ ଜଙ୍ଗଲର ରାଜା ହୋଇଥାଏ ।ତେଣୁ ତମକୁ ବି ପରାକ୍ରମର ସହ ନିଜ ଲକ୍ଷ୍ୟପଥ ହାସଲ କରିବାକୁ ହେବ । ଏହି କଥା ଶୁଣିବା ପରେ ଯୁବକ ଜଣକ ବୁଝିଗଲା ଆଉ ସେହି 6ଟି ଗୁଣକୁ ମନ ରଖି ଇଣ୍ଟର୍ବ୍ୟୁ ଦେଲା ଏବଂ ସଫଳ ମଧ୍ୟ ହେଲା । ତା ହେଲେ ବନ୍ଧୁଗଣ ଏହି କଥାଟି ଆପଣଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *