Malika Bachana- ଆରମ୍ଭ ହୋଇ ଗଲା ଖେଳ !ପୁରୀରେ ଜଳିଲା କୋଠା, ଆଗକୁ ଆସୁଛି ବଡ ବିପଦ, ଦେଖନ୍ତୁ କଣ କୁହେ ମାଳିକା ? (Baba Dibakar Das)

ଦର୍ଶକ ବନ୍ଧୁ ବିଗତ ଦିନ ମାନଙ୍କରେ ଯେଉଁ ଭଳି ଭାବରେ ସବୁ ଅଘଟଣ ଘଟି ଯାଉଛି ତାହା ଦେଖି ଆପଣ ମାନେ ମାଳିକା ବଚନକୁ ନିଶ୍ଚିତ ସତ ବୋଲି ଭାବୁ ଥିବେ । 1999 ମସିହା ବାତ୍ୟା କଥା ଯଦି ଦେଖିବା ତାହା ଆଗରୁ ମାଳିକାରେ ଲେଖା ହୋଇ ଥିଲା । ଗୋଟିଏ ପରେ ଗୋଟିଏ କଥା ସତ୍ୟ ହୋଇଛି କରୋନା ମହାମାରୀ ହେଉ, ବିଦେଶରେ ସୁନାମୀ ହେଉ ବା ଭୂମିକମ୍ପ ହେଉ ମାଳିକାର କଥା ସତ୍ୟ ହୋଇ ଚାଲିଛି ।

ପ୍ରକୃତରେ ବଦଳି ଯିବ ନାରୀର ଚରିତ୍ର ବଦଳି ଯିବ ସମାଜ ସେସବୁ ଧୀରେ ଧୀରେ ସତ୍ୟ ହେଇ ଯାଉଛି । ତେବେ ଦର୍ଶକ ବନ୍ଧୁ ଗତ କାଲି ପୁରୀରେ ଏକ ଅଗ୍ନିକାଣ୍ଡ ଘଟି ଥିଲା ଯାହା ଭୟଙ୍କର ରୂପ ନେଇ ଥିଲା । ଏହି ଅଗ୍ନିକାଣ୍ଡରେ ଧୂଆଁ ଏତେ ଅଧିକ ଥିଲା ଯେ ପୁରୀ ଶ୍ରୀମନ୍ଦିର ଦେଖା ଯାଉ ନଥିଲା । ତେବେ ଏହି ଘଟଣା ଘଟିବା ପରେ ମାଳିକା ଗବେଷକ ବାବା ଦିବାକର ଦାସ ନିଜର ମତ ରଖିଛନ୍ତି ।

ତାଙ୍କର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ଏହି ଘଟଣା ବିଷୟରେ କହିଛନ୍ତି । ତା ହେଲେ ଦର୍ଶକ ବନ୍ଧୁ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ଏହି ଭିଡିଓରେ ବାବା ଦିବାକର ଦାସ କହିଛନ୍ତି-‘କେବଳ ପୁରୀରେ ନୁହେଁ ଅନେକ ଜାଗାରେ ଭାୟାବହ ଅଗ୍ନିକାଣ୍ଡ ଘଟିବ ମହାପୁରୁଷ ମଧ୍ୟ ତାହା ଲେଖିଛନ୍ତି । କୋଠାଘର ଗୁଡିକ ହୁତୁ ହୁତୁ ହୋଇ ଜଳିବ । ଯାହା ପୁରୀର କମ୍ପ୍ଲେକ୍ସରେ ଘଟିଲା ତାହା ଲିଭିବାର ନାଁ ଧରୁନି ଅର୍ଥାତ ଆମେ ଆପଣ ମାନଙ୍କୁ କହି ରଖିବାକୁ ଚାହୁଁ ପ୍ରକୃତରେ ମାଳିକା କଥା କେମିତି ସତ୍ୟ ହୋଇ ଚାଲିଛି ।

ମହାପୁରୁଷ ଲେଖିଥିଲେ, ବଡ ବଡ କୋଠାଘର ପୋଡି ଜଳି ହେବ ଛାରଖାର ରେ ଯାଇଫୁଲ ତୁହି ଦେଖିବୁ ବେନି ନେତ୍ରର । ବଡ ବଡ କୋଠା ଘର ଜଳି ଯିବ ବୋଲି ମହା ପୁରୁଷ 600 ବର୍ଷ ତଳେ ଲେଖି ଥିଲେ । ଆମେ କେବଳ ପୁରୀର ମାରକେଟ କମ୍ପ୍ଲେକ୍ସ କଥା କହୁନୁ କି ଏହା ଲେଖା ନଥିଲା କିନ୍ତୁ ବଡ ବଡ କୋଠାଘର ଜଳି ଯିବ ବୋଲି ଲେଖା ଥିଲା ଯାହା ଏବେ ସତ୍ୟ ହୋଇଛି’ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *