“ଅପରାଜିତା ଷଡଙ୍ଗୀ ମୋ ମା’, ତାଙ୍କ ପାଇଁ ମୁଁ ଫିଲ୍ମ ଛାଡି ଦେଇ ଏଠି…’

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ବିଜେପି ଦଳର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ନିଶ୍ଚୟ ଜାଣିଥିବେ । ଅପରାଜିତା ବିଜେପି ଦଳରେ ଥାଇ ଲୋକ ମାନଙ୍କର ସୁଖ ଦୁଃଖ ବୁଝୁ ଛନ୍ତି । ଅନେକ ଲୋକଙ୍କ ସମସ୍ୟାକୁ ସେ ସମାଧାନ କରିଛନ୍ତି । ସେ ଜଣେ ଭଲ ନେତ୍ରୀ ହେବା ସହ ଜଣେ ଭଲ ସମାଜସେବୀ ମଧ୍ୟ ଅଟନ୍ତି । ଆମ ଓଡିଶାରେ ତାଙ୍କ ଲୋକପ୍ରିୟତା ବହୁତ ଅଧିକ ରହିଛି ।

ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ଅପରାଜିତାଙ୍କର ଜଣେ ଫ୍ୟାନ ଗଣମାଧ୍ୟମ ସାମ୍ନାରେ ଆସି ଅପରାଜିତାଙ୍କ ବିଷୟରେ ଏପରି କଥା କହିଛନ୍ତି ଯାହା ବିଷୟରେ ଆପଣ ମାନେ ଜାଣିଲେ ବହୁତ ଖୁସି ହେବେ । ତେବେ ସୋସିଆଲ ମିଡିଆରେ ଏହି ଭିଡିଓଟି ଏବେ ବହୁତ ଭାଇରାଲ ହେବାରେ ଲାଗିଛି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ତେବେ ଯୁବକ ଜଣକ ଅପରାଜିତାଙ୍କ ବିଷୟରେ କହିଛନ୍ତି-‘ଅପରାଜିତା ଷଡଙ୍ଗୀ ହେଉଛନ୍ତି ମୋର ମା, ସେ ହେଉଛନ୍ତି ମୋର ଗୁରୁ । ମୁଁ ତ କଳାକାର ହେଇ ଏଠି ଆସିଥିଲି ହେଲେ ସେ ମୋତେ ଯେଉଁ ରାସ୍ତାରେ ନେଉଛନ୍ତି ଯାହା ରାସ୍ତାରେ ମୁଁ ଚାଲୁଅଛି ସେ ହେଉଛନ୍ତି ଅପରାଜିତା ଷଡଙ୍ଗୀ ।

ମୁଁ ଆଗରୁ ମଧ୍ୟ ଗୋଟେ ବାଇଟ ଦେଇଥିଲି ସେ ହେଉଛନ୍ତି ଏକ ମୂଳ ସେ ହିଁ ଏକ ଦୂର୍ଗା, ସେ ଓଡିଶାର ଦାୟିତ୍ଵ, ଓଡିଶାର ଆଗ ଧାଡିର ନେତ୍ରୀ । ତାଙ୍କର ବଜ୍ର ଭଳିଆ କଥା ଆଉ ଦୂର୍ଗା ଭଳି ଚାଲି ତାଙ୍କର ବୁଦ୍ଧି ହେଉଛି ଚାଣକ୍ୟ ବୁଦ୍ଧି ସେ ଏହି ଭଳିଆ ଜନ୍ମ ହେଇଛନ୍ତି । ଆଜି ଯେଉଁ ଉତ୍ସବ ହେଉଛି ମ୍ୟାଡମ ପ୍ରତି ଦିନ 17 ଘଣ୍ଟା ଲୋକଙ୍କ ପାଖକୁ ଯାଇ ସେମାନଙ୍କର ଦୁଃଖ ସୁଖ ବୁଝୁ ଛନ୍ତି । ସେହି ମା ଆଜି ବିଜୟ ହେଇ ଆସିଛି ବିଶ୍ଵ ଦରବାରରେ ।

ସେ ଆଜି ଇଣ୍ଟରନାସନାଲ ପାର୍ଲାମେଣ୍ଟ ୟୁନିଟରୁ ବିଜୟ ହେଇ ଆସିଛନ୍ତି । ଏହି ଜାଗାରେ ଆଜିକୁ 25 ବର୍ଷ ହେଲା କେହି ବି ଜିତି ପାରୁ ନଥିଲେ । ମ୍ୟାଡମ ସିଲେକ୍ସନ ହେଇ ନାହାନ୍ତି ଇଲେକ୍ସନରେ ଜିତିକି ଆସିଛନ୍ତି’ । ତା ହେଲେ ଦର୍ଶକ ବନ୍ଧୁ ଅପରାଜିତା ଆଇପିୟୁରେ ବିଜୟ ହେଇ ଆସିଥିବାରୁ ଏପରି ଉତ୍ସବ ପାଳନ କରାଯାଉଛି ଏବଂ ଏହି ଯୁବକ ଜଣକ ଏଭଳି ବୟାନ ଦେଇଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *