ଯୁବରାଜଙ୍କର କ୍ୟାନ୍ସର କାହାଣୀ, ସିଂହ ଭଳି ଲଢି ଥିଲେ ଯୁବରାଜ ବିଶ୍ଵକପ ଜିତାଇଲେ ଆଉ ଜୀବନ ଯୁଦ୍ଧରେ ବି ଜିତିଲେ । 2011 ବିଶ୍ଵ କପର ହିରୋ ଯୁବରାଜ ସିଂହଙ୍କୁ କିଏ ବା ନ ଜାଣେ । କିନ୍ତୁ ବିଶ୍ଵ କପ ବିଜୟ ପଛରେ ସେ ଯେଉଁ ସଂଘର୍ଷ କରିଛନ୍ତି ତାହା କେବଳ ସାଥି ଖେଳାଳି ହିଁ ଜାଣି ଛନ୍ତି । ବିଶ୍ଵ କପ ବିଜୟର ଦୀର୍ଘ 12 ବର୍ଷ ପରେ ଯୁବରାଜଙ୍କୁ ନେଇ ଏବେ ଏକ ଏପରି ଖବର ସାମନାକୁ ଆସୁଛି ।
ଯାହା କ୍ରିକେଟ ପ୍ରେମୀଙ୍କୁ କେବଳ କନ୍ଦାଇବନି ବରଂ ଯୁବରାଜ ସିଂହଙ୍କ ପ୍ରତି ଥିବା ସମ୍ମାନକୁ ଦୁଇ ଗୁଣିତ କରିବ । ବନ୍ଧୁଗଣ 12 ବର୍ଷ ପୂର୍ବେ ଯୁବରାଜ କେଉଁ ସମସ୍ୟାର ସମ୍ମୁଖୀନ କରୁଥିଲେ ତାହା ଲୋକ ଲୋଚନକୁ ଆଣିଛନ୍ତି ହରବଜନ ସିଂହ । ହରବଜନ କହିଛନ୍ତି, ବିଶ୍ଵ କପରେ ଯୁବରାଜ ସିଂହ ଅନେକ ମ୍ୟାଚ ଖେଳି ଥିଲେ । ପ୍ରତି ମ୍ୟାଚ ବିଜୟ ସହ ଦଳ ବିଶ୍ଵ କପ ବିଜୟ ଆଡକୁ ପାଦ ବଢାଉ ଥିଲା ।
ଆଉ ପ୍ରତି ମ୍ୟାଚର ହିରୋ ସାଜି ଉଭା ହେଉ ଥିଲେ ଯୁବରାଜ ସିଂହ । କିନ୍ତୁ ଯୁବରାଜଙ୍କୁ ମ୍ୟାଚ ସମୟରେ ବାରମ୍ବାର କାଶ ହେଉ ଥିଲା । ସେ ଅସୁସ୍ଥ ଥିଲେ ଏବଂ ମ୍ୟାଚ ପୂର୍ବରୁ ଚିନ୍ତାରେ ରହୁଥିଲେ । ଖାସ କରି ଯୁବରାଜ ବ୍ୟାଟିଂ କରୁଥିବା ସମୟରେ ତାଙ୍କୁ କାଶ ହେଉ ଥିଲା । ଏମିତି କି ମ୍ୟାଚ ମଝିରେ ମଝିରେ ବାନ୍ତି ମଧ୍ୟ ହେଉଥିଲା । ଯୁବରାଜଙ୍କୁ ହରବଜନ ସବୁବେଳେ ପଚାରୁ ଥିଲେ ତାଙ୍କର କଣ ହେଇଛି ।
ଏମିତି କି ସେ କାଶୁ ଥିବା ବେଳେ ସାଥି ଖେଳାଳି ମାନେ ହସରେ ଉଡାଇ ଦେଉଥିଲେ । ହେଲେ ସେମାନେ ଜାଣି ନଥିଲେ ଏହା କ୍ୟାନ୍ସରର ଲକ୍ଷଣ ବୋଲି । ହେଲେ ଏଭଳି ସ୍ଥିତିରେ ଯୁବରାଜ ବିଶ୍ଵକପ ଖେଳି ବିଜୟ ହୋଇ ଛନ୍ତି ଆଉ କ୍ୟାନ୍ସର ସହ ଲଢି ମଧ୍ୟ ଜୀବନ ଯୁଦ୍ଧରେ ଜିତି ଛନ୍ତି ।
ଯୁବରାଜ ଜଣେ ରିଅଲ ଲାଇଫ ହିରୋ ବୋଲି କହିଛନ୍ତି ହରବଜନ ସିଂହ । କେବଳ ଏତିକି ନୁହେଁ ହରବଜନ ସିଂହ କହିଛନ୍ତି କେବଳ ଥରେ ନୁହେଁ ଭାରତକୁ ଦୁଇ ଥର ବିଶ୍ଵକପ ଜିତାଇ ଛନ୍ତି ଯୁବରାଜ ସିଂହ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯୁବରାଜ ସିଂହ କେମିତି ଲାଗନ୍ତି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।