Anubhav ଙ୍କ ଓକିଲଙ୍କ ଦ୍ଵାରା Varsha ଙ୍କୁ ପଚରାଗଲା 10 ଟି ପ୍ରଶ୍ନ ? ସବୁ କିଛି କ୍ୟାମେରାରେ କଏଦ ହେଲା…

ଅନୁଭବଙ୍କ ଓକିଲଙ୍କ ପ୍ରଶ୍ନ ବାଣରେ ବର୍ଷା ହେଲେ ଘାଇଲା ! ହଁ ଆଜ୍ଞା ଷ୍ଟାର ଦମ୍ପତ୍ତି ଅନୁଭବ ଓ ବର୍ଷାଙ୍କ ମାମଲାରେ ପୁଣି ଆସିଲା ନୂଆ ମୋଡ । କାରଣ ଗତ କାଲି କୋର୍ଟରେ ପରସ୍ପର ମୁହାଁମୁହିଁ ହୋଇଛନ୍ତି ଅଭିନେତା ଅନୁଭବ ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ତେବେ ଅନୁଭବ ମହାନ୍ତିଙ୍କ ଓକିଲ ବର୍ଷା ପ୍ରିୟ ଦର୍ଶିନୀଙ୍କୁ କ୍ୟାମେରା ସାମ୍ନାରେ 10 ଟି ପ୍ରଶ୍ନ ପଚାରିଛନ୍ତି । ଯାହାର ଉତ୍ତର ମଧ୍ୟ ବର୍ଷା ପ୍ରିୟଦର୍ଶିନୀ ରଖିଛନ୍ତି ।

କଟକର ସବ ଡିଭିଜନାଲ୍ କୋର୍ଟ ଠାରେ ବର୍ଷାଙ୍କୁ ଅନୁଭବ ମହାନ୍ତିଙ୍କ ଓକିଲଙ୍କ ଦ୍ଵାରା ପଚରାଯାଇଥିବା 10 ଟି ପ୍ରଶ୍ନର ଉତ୍ତର ବର୍ଷାଙ୍କୁ ଦେବାକୁ ପଡିଛି । ବର୍ଷାଙ୍କ ଦ୍ଵାରା ଦାୟର ହୋଇଥିବା ପାରିବାରିକ ହିଂସା ମାମଲା ପାଇଁ କୋର୍ଟରେ ବର୍ତ୍ତମାନ ଉଭୟ ଅନୁଭବ ଓ ବର୍ଷାଙ୍କୁ ଜେରା କରାଯାଇଛି । ଏହାରି ମଧ୍ୟରେ କୋର୍ଟ ରୁମ୍ ରେ ଅନୁଭବଙ୍କ ଓକିଲ ବର୍ଷାଙ୍କୁ ଲଗାତାର ପ୍ରଶ୍ନ ପଚାରିବାରେ ଲାଗିଛି । ତେବେ ଗତ କାଲି ଠାରୁ ହିଁ କୋର୍ଟରେ ବର୍ଷା ଅନୁଭବଙ୍କର ମାମଲାର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଛି ।

ତେବେ ବର୍ଷା ଓ ଅନୁଭବଙ୍କ ପାରିବାରିକ କଳହ ମାମଲା କୋର୍ଟରେ ବିଚାର ହେବାର ଗତ 3 ବର୍ଷ ବିତିଯାଇଛି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ବର୍ଷା ଓ ଅନୁଭବଙ୍କର ଛାଡପତ୍ର ହୋଇନାହିଁ । ହେଲେ ନିକଟରେ ଅନୁଭବ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି କହିଥିଲେ । ବର୍ଷା ତୁମେ କେବେ ମୋତେ ଛାଡପତ୍ର ଦେବ । ଦୟା କରି ଛାଡପତ୍ରକୁ ଗ୍ରହଣ କରନ୍ତୁ ବର୍ଷା । ଯାହା ପାଇଁ ବର୍ଷା ପ୍ରିୟଦର୍ଶିନୀଙ୍କ ତରଫରୁ ପୁଣି ଥରେ କୋର୍ଟରେ ପିଟିସନ ଦାୟର କରାଯାଇଛି ।

ଯାହାର ଶୁଣାଣୀ କୋର୍ଟରେ ଆସନ୍ତା 18 ତାରିଖରେ ହେବ ବୋଲି ସୂଚନା ମିଳିଛି । ହେଲେ ଗତ କାଲି କିନ୍ତୁ ଅନୁଭବଙ୍କ ଓକିଲ ବର୍ଷାଙ୍କୁ 2 ଘଣ୍ଟାରୁ ଅଧିକ ସମୟ ଧରି ପ୍ରଶ୍ନ ପଚାରିବା ପାଇଁ ଜେରା କରିଥିଲେ। ତେବେ ଦେଖିବାକୁ ଅପେକ୍ଷାରେ ରହିଲା ।  ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ଏହି ମାମଲା ପୁଣି ପୁଣି ଥରେ କେଉଁ ନୂଆ ମୋଡ ନେଉଛି । ତେବେ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *