ଆଦିବାସୀ ମହିଳାଙ୍କ ପଟ୍ ପଟ୍ ଇଂରାଜୀ ବଡ ବଡ ପାଠୁଆ ବି ଫେଲ ମାରିଯିବେ, ଇଂରାଜୀରେ ମୁଖ୍ୟମନ୍ତ୍ରୀଙ୍କୁ ଏମିତି କଲେ ଅନୁରୋଧ, ଦେଖିଲେ ଆପବ ବି ହେବେ କାବା…

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ବିଷୟରେ । ବନ୍ଧୁଗଣ ଗାଁକୁ ଯିବାକୁ ନାହିଁ ପୋଲ, ନଦୀ ମଧ୍ୟରେ ଥିବା ସଂକୀର୍ଣ୍ଣ ରାସ୍ତାରେ ହିଁ ଯିବାକୁ ପଡୁଛି ।

ପାଣି ବଧିଗଲେ ଏ ପାର୍ଶ୍ଵରୁ ସେ ପାର୍ଶ୍ଵକୁ ଯିବା ଆଉ ସମ୍ଭବ ହୋଇପାରୁ ନାହିଁ । ଏହି ପରି କିଛି ଅଭିଯୋଗ କରିଛନ୍ତି କପ୍ତିପତା ବ୍ଲକ ଶିଳିଆ ପାଳ ଗାଁର ଜଣେ ମହିଳା । ଗାଁକୁ ଗମନା ଗମନର ସୁବିଧା ନାହିଁ ଏହା ସହିତ ନଦୀ ପାର କରିବାକୁ ପୋଲ ମଧ୍ୟ ନାହିଁ । ଏହା ଫଳରେ ଅନେକ ଗୁଡିଏ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ପିଲା ମାନେ ସ୍କୁଲକୁ ଯାଇ ପାରୁ ନାହାନ୍ତି  ।

ଆମ୍ବୁଲାନ୍ସ ଆସିଲେ ମଧ୍ୟ ଗାଁ ପର୍ଯ୍ୟନ୍ତ ଯାଇ ପାରୁ ନାହିଁ ଫଳରେ ଗର୍ଭବତୀ ମହିଳା ମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଅନେକ ଥର ଏହାକୁ ନେଇ ଅଭିଯୋଗ କରିଥିଲେ ମଧ୍ୟ କେହି ଏହାକୁ କର୍ଣ୍ଣପାତ କରି ନାହାନ୍ତି ବୋଲି କହିଛନ୍ତି ଏହି ମହିଳା ଜଣକ । ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେମାନଙ୍କ ଦୁଃଖ ଶୁଣିବାକୁ ଅନୁରୋଧ କରିଛନ୍ତି ।

ଏହି ମହିଳା ଜଣକ ଇଂରାଜୀରେ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି । ଆଦିବାସୀ ମହିଳା ପୁଙ୍ଗୀ ହେମ୍ରମ । ଏକ ବ୍ରିଜ ଓ ରାସ୍ତା ନିର୍ମାଣ ପାଇଁ କରିଛନ୍ତି ଅନୁରୋଧ । ତାଙ୍କର ପଟ୍ ପଟ୍ ଇଂରାଜୀ ଶୁଣି ଚାରି ଆଡୁ ତାଙ୍କର ପ୍ରଶଂସା ଆସୁଛି । ମହିଳା ଜଣକ କିଭଳି ଭାବରେ ଇଂରାଜୀ ଭାଷାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ଏହି ଭିଡିଓରେ ଦେଖନ୍ତୁ । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *