ଗଛରେ ଘର: ଡାଳ ଲମ୍ବିଛି ବେଡ଼ରୁମରୁ କିଚେନ୍, ପ୍ରକୃତିପ୍ରେମୀ ଇଞ୍ଜିନିୟରଙ୍କ ନିଆରା କୋଠା ଦେଖିଲେ ଆଖି ଖୋସି ହେଇଯିବ, ଦେଖନ୍ତୁ Video

ବନ୍ଧୁଗଣ, ଟ୍ରି ହାଉସ, ୪୦ ଫୁଟ ଉଚ୍ଚର ଆମ୍ବ ଗଛରେ ଘର ଗଛର ଡାଳରେ ସୋଫା ଟିଭି ଷ୍ଟାଣ୍ଡ ଏବଂ ଏହି ଡାଳ ଲମ୍ବିଛି ବେଡ ରୁମରୁ କିଚେନ ପର୍ଯ୍ୟନ୍ତ । ଘର ଭିତରେ ଫଳୁଛି ଆମ୍ବ, ପ୍ରକୃତିପେମୀ ଇଞ୍ଜିନିୟରଙ୍କ ନିଆରା କୋଠା । ସୁନ୍ଦର ଘର କରିବା ପାଇଁ ସମସ୍ତେ ଚାହାଁନ୍ତି ଏଥିପାଇଁ ଖୁବ ଟଙ୍କା ଖର୍ଚ୍ଚ କରିଥାନ୍ତି । ଦାମୀ ଡିଜାଇନର ଏବଂ ଆର୍କେଟେକ୍ଚରଙ୍କ ପ୍ଳାନ ମଧ୍ୟ ନିଅନ୍ତି । କାରଣ ସମସ୍ତେ ନିଜ ଘରକୁ ଭିନ୍ନ ଏବଂ ସ୍ଵତନ୍ତ୍ର କରିବାକୁ ଚାହାଁନ୍ତି ।

କିନ୍ତୁ କେବେ ଆପଣଙ୍କ କେହି ଗଛ ରେ ଘର କରିଥିବା କଥା ଶୁଣିଛନ୍ତି କି ? ଉଦୟ ପୁର ର ଜଣେ ବ୍ୟକ୍ତି ୪୦ ଫୁଟର ଗୋଟିଏ ଆମ୍ବ ଗଛରେ ଘର କରିଛନ୍ତି । ଏବଂ ଏହା ପୁଣି ୩ ମହଲା ଘର । ଘରଟି ଉଦୟପୁର ର ଚିତ୍ରକୋଟ ରେ ଅବସ୍ଥିତ । ମାଲିକଙ୍କ ନାମ କୁଳପ୍ରଦୀପ ସିଂ ଅଟେ । ସେ ଜଣେ ଇଞ୍ଜିନିୟର ଏବଂ ପରିବେଶପ୍ରେମୀ ମଣିଷ ଅଟନ୍ତି । ଗଛ ପ୍ରତି ତାଙ୍କର ରହିଛି ବିଶେଷ ଦୁର୍ବଳତା ।

ଏଥି ନିମନ୍ତେ ସେ ତାଙ୍କ ଜମି ରେ ଥିବା ୮୦ ବର୍ଷ ର ପୁରୁଣା ଗଛ କୁ ନ କାଟି ତା ସହିତ ସେଥିରେ ୩ ମହଲା ବିଶିଷ୍ଠ କୋଠାଘର ତିଆରି କରିଛନ୍ତି । ଘର ଡିଜାଇନ ଘରର ଶାଖାପ୍ରଶାଖା କୁ ନେଇ ହୋଇଅଛି । ଆମ୍ବ ଡାଳରେ ଘରର ସୋଫା ଏବଂ ଟିଭି ଷ୍ଟାଣ୍ଡ ମଧ୍ୟ ହୋଇଅଛି । ଘରେ କିଚେନ, ବାଥରୁମ, ଡ୍ରଇଙ୍ଗ ହଲ, ସହ ଲାଇବ୍ରେରୀ ଏବଂ ରହିଅଛି । ଗଛର କିଛି ଡାଳ ବେଡରୁମ ଭିତରକୁ ମଧ୍ୟ ଯାଇଅଛି । ସେଥିରେ ଘର ଭିତରେ ଆମ୍ବ ଫଳୁଅଛି ।

ଆଜମେର ରେ ପିଲାଦିନ କାଟିଛନ୍ତି କୁଳପ୍ରଦୀପ । ଏହାପରେ ସେ ଉଦୟ ପୁର ରେ ନିଜର ସ୍ଵପ୍ନ ର ଘର ତିଆରି କରିବା ନିମନ୍ତେ ଚାହିଁଲେ । ଜମି କିଣିବା ପରେ ସେ ଦେଖିଲେ ସେଠାରେ ପୂର୍ବ ରୁ ଏକ ବଡ ଆମ୍ବ ଗଛ ଅଛି । ଏହି ଗଛ କୁ ସେ କାଟିବାକୁ ଚାହୁଁନଥିଲେ । ତେଣୁ ସେ ତାହା ସହିତ କୋଠା ଘର ନିର୍ମାଣ କରିବାର ଇଛା ରଖିଲେ । କୁଳ ପ୍ରଦୀପ ଜଣେ ଇଞ୍ଜିନିୟର ଅଟନ୍ତି ସେଥିପାଇଁ ସେ ତାଙ୍କ ଘର ଡିଜାଇନ ନିଜେ କରିଛନ୍ତି ।

ଏହି ଘର ନିର୍ମାଣ ପାଇଁ ଅଧିକ ଇସ୍ପାତ ଲାଗିଅଛି ଘରର କାନ୍ଥ ଏବଂ ଚଟାଣ ସେଲୁଲାର ସିଟ ଏବଂ ଫାଇଭର ରେ ତିଆରି ହୋଇଅଛି । ଏହି ଟ୍ରି ହାଉସ ଲିଙ୍କ ଅଫ ବୁକ ରେକର୍ଡ ରେ ସ୍ଥାନ ପାଇଛି । ଉଦୟପୁର ଆସିଥିବା ଲୋକେ ଏହି ଘର କୁ ଦେଖିବାକୁ ଭୁଲୁ ନାହାନ୍ତି । ସତରେ ଏହା ଏକ ସୁନ୍ଦର ଆଇଡିଆ ଅଟେ ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *