ଆଖି ପିଛୁଳାକେ ମାଡି ଆସିଲା ବନ୍ୟା ପାଣି…ନିଖୋଜ ହୋଇଗଲେ 23 ଭାରତୀୟ ଯବାନ !

ମାଡି ଆସିଲା ପାଣି ! ଆଖି ପିଛୁଳାକେ ଭାସିଗଲେ ୨୩ ଭାରତୀୟ ଯବାନ ! ତେବେ ଖବର ମୁତାବିକ ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ନିଯୋଜିତ ଉଦ୍ଧାରକାରୀ ସେନା ନିଜ ବନ୍ୟା ପାଣି ସୁଅରେ ଭାସିଯାଇଛନ୍ତି । ତେବେ ଏଭଳି ଏକ ଦୁଃଖନୀୟ ଘଟଣା ସିକିମ ଠାରେ ଘଟି ଯାଇଛି । ଯେଉଁଠାରେ କି ବନ୍ୟା ପାଣିରେ ୨୩ ଜଣ ଭାରତୀୟ ଯବାନ ଭାସିଯାଇଛନ୍ତି ବୋଲି ଖବର ଆସିଛି । ଯାହାକି ଭାରତ ପାଇଁ ବହୁତ ବଡ ଏକ ଦୁଃଖଦାୟକ ଘଟଣା ଅଟେ ।

ଯେତେ ଚେଷ୍ଟା କରିଥିଲେ ମଧ୍ୟ ଯବାନ ମାନେ ନିଜକୁ ସେଇ କ୍ଷିପ୍ର ପାଣିର ବେଗରେ ନିଜକୁ ସମ୍ଭାଳି ପାରିନଥିଲେ । ଫଳରେ ପ୍ରଖର ନଦୀର ସ୍ରୋତରେ ଯବାନ ମାନେ ଭାସି ଯାଇଥିଲେ । ତେବେ ୧ କି ୨ ନୁହେଁ । ବଂର ୨୩ ଜଣ ଯବାନ ଏକାବେଳେକେ ନଦୀ ପାଣିରେ ଭାସି ଯାଇଥିଲେ । ଯାହା ପରେ ତାଙ୍କର କୌଣସି ପ୍ରକାର ବର୍ତ୍ତମାନ ଖୋଜ ଖବର ମିଳିପାରିନାହିନ । ସିକିମର ଲାଛେମଭାଲିରେ ବହୁ ଜୋରରେ ବର୍ଷା ଜାରୀ ରହିଛି ।

ସେଠାରେ ସକାଳୁ ସକାଳୁ ଏତେ ମୁର୍ଶଲ ଭାବେ ବର୍ଷା ହୋଇଥିଲା । ଫଳରେ ସେଠାରେ ବନ୍ୟା ଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ତାହାପରେ ଅଚାନକ ଭାବରେ ସେହି ବନ୍ୟା ପାଣି ସବୁକିଛି ଭସାଇ ନେଇଚାଲି ଯାଇଥିଲା । ତେବେ ସେହି ବନ୍ୟା ପାଣିରୁ ଲୋକଙ୍କ ସୁରକ୍ଷା ଦାୟିତ୍ଵରେ ରହିଥିବା ଯବାନ ମାନଙ୍କ ସହ କିନ୍ତୁ ସେଠାରେ ଏଭଳି କିଛି ଘଟି ଯାଇଥିଲା । ଯେତେବେଳେ କି ଯବାନ ମାନେ ଲୋକଙ୍କର ଉଦ୍ଧାର କାର୍ଯ୍ୟ କରୁଥିଲେ ।

ସେତେବେଳେ ହଟାତ ଏତେ ତୀବ୍ର ବେଗରେ ବନ୍ୟା ପାଣି ମାଡି ଆସିଥିଲା । ଯେ ଯବାନ ମାନେ ଲୋକଙ୍କୁ ବଞ୍ଚାଇବାକୁ ଯାଇ ନିଜ ପ୍ରଖର ପାଣିର ସ୍ରୋତରେ ପଡିଯାଇଥିଲେ । ଫଳରେ ୨୩ ଜଣ ଯବାନ ହଟହ ବନ୍ୟା ପାଣିର ସୁଅରେ ଭାସି ଯାଇଥିଲେ । ତାହାପରେ ସେମାନେ ପାଣିରେ ନିଖୋଜ ହୋଇଯାଇଥିଲେ ।

ତେବେ ୧୫ ରୁ ୨୦ ଫୁଟ ଉଚରେ ପାଣି ପ୍ରବାହିତ ହେଉଥିବା ବେଳେ ଯବାନ ମାନଙ୍କୁ ଖୋଜିବା ପାଇଁ ସର୍ଚ ଅପେରେସନ ଜାରୀ ହୋଇସାରିଛି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *