ବିଜେଡିରେ ନବୀନଙ୍କ ବଡ଼ ପରିବର୍ତ୍ତନ, ଭୟରେ ସବୁ ପୁରୁଣା ନେତାଙ୍କ ଠାରୁ ବିଧାୟକ I Naveen Patnaik

ବିଜେଡିରେ ନବୀନଙ୍କ ବଡ ପରିବର୍ତ୍ତନ ! ଭୟରେ ଏହି ସବୁ ନେତା ! ହଁ ଆଜ୍ଞା 2024 ଅର୍ଥାତ ଚଳିତ ବର୍ଷ ସାଧାରଣ ନିର୍ବାଚନର ଫଳାଫଳ ବାହାରିବା ପରେ 24 ବର୍ଷର ମଜଭୁତ ସରକାର ଭାଙ୍ଗିଯାଇଛି । ବିଜେଡିର ଗଡକୁ ବିଜେପି ପ୍ରବେଶ କରି ରାଜ୍ୟରେ ବିଜେପି ସରକାର ଗଠନ କରିଛି । ହେଲେ ଗତ 24 ବର୍ଷ କାଳ ମଧ୍ୟରେ ବିରୋଦ୍ଧି ବିଜେଡିକୁ ହରାଇବା ପାଇଁ ବହୁତ ଚେଷ୍ଟା କରିଥିଲେ ସୁଦ୍ଧା ହରାଇ ପାରିନଥିଲେ । ହେଲେ ଦୀର୍ଘ 24 ବର୍ଷର ରେକର୍ଡ କରି ଏବେ ପରାସ୍ତ ହୋଇଯାଇଛନ୍ତି ନବୀନ ସରକାର ।

ବିରୋଦ୍ଧି ଯେତେ ଚେଷ୍ଟା କରୁଥିଲେ ସୁଦ୍ଧା ବିଜୁ ଜନତା ଦଳର ହରାଇ ପାରୁନଥିଲା । ତେବେ ବିଜୁ ଜନତା ଦଳରେ ନବୀନ ବହୁତ ବଡ ଅଦଳବଦଳ କରି ଏକ ପ୍ରକାର ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି । ତେବେ କେଉଁ ନେତାଙ୍କୁ କଣ ଦାୟିତ୍ଵ ମିଳିବ ? ତାହାର ସବୁ ନିଷ୍ପତ୍ତି ନେବାକୁ ଯାଉଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେଥିପାଇଁ ନବୀନ ନିବାସକୁ ଗୋଟେ ପରେ ଗୋଟେ ହେଭିୱେଟ ନେତା ମାନଙ୍କର ସୁଅ ଛୁଟିବାରେ ଲାଗିଛି ।

ବିଜୁ ଜନତା ଦଳକୁ ପୁଣି ଥରେ କିଭଳି ଭାବେ ପୂର୍ବ ଭଳି ସୁଦୃଢ କରି ଗଢି ତୋଳି ହେବ । ସେଥିପାଇଁ ନବୀନ ବାବୁ କରୁଛନ୍ତି ବଡ ପ୍ଳାନ । କାରଣ ବିଜେଡି ତାହାର ପରାଜୟକୁ ଏତେ ଶୀଘ୍ର ସ୍ଵୀକାର କରିପାରିନାହିଁ । ବର୍ଷ ତମାମ କିଭଳି ଭାବେ ଶାସକ ଦଳକୁ ଘେରି ବିଭିନ୍ନ ପ୍ରସଙ୍ଗକୁ ନେଇ ତାଙ୍କୁ ଟାର୍ଗେଟ କରିବେ । ସେଥିପାଇଁ ନବୀନ ନିବାସରେ ଚାଲିଛି ବହୁତ ବଡ ଆଲୋଚନା । ପୂର୍ବରୁ ଥିବା ବିଜେଡିର ସାଙ୍ଗଠନିକ କ୍ଷେତ୍ରରେ ଏବେ କିଛି ଅଦଳ ବଦଳ ହେବାକୁ ଯାଉଛି ।

ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ହୋଇଥିବାରୁ ତାଙ୍କ ନେତୃତ୍ଵରେ ବିଧାନସଭା ଗୃହରେ ଏବଂ ବାହାରେ ଶାସକ ଦଳକୁ ଘେରିବାକୁ ଯାଉଛି । ତେବେ ନବୀନ ବାବୁଙ୍କ ସହ କେଉଁ ନେତା ମାନେ ସବୁ ବିଶେଷ ଭାବେ ରହିବାକୁ ଯାଉଛନ୍ତି ତାହା ଦେଖିବାକୁ ଅପେକ୍ଷା ରହିଲା । ବିଜୁ ଜନତା ଦଳ ପୂର୍ବ ଭଳି ଲୋକଙ୍କ ସହ ରହିବ । ଏଥିସହ ଲୋକଙ୍କର ସୁବିଧା ଅସୁବିଧା ପାଇଁ ଶାସକ ଦଳକୁ ଘେରି ତାଙ୍କୁ ଟାର୍ଗେଟ କରିବ । ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *