ବିଜେଡି କାହିଁକି ଏଥର ଶୋଚନୀୟ ପରାଜୟ ଭୋଗିଲା ତା’ର କାରଣ କହିଲେ… ରାଜ୍ୟପାଳ Raghubar Das

ବିଜେଡି ହାରିବାର ଅସଲି କାରଣ କହିଲେ ରାଜ୍ଯପାଳ ! ନିକଟରେ ଶେଷ ହୋଇଥିବା ଚଳିତ ବର୍ଷ ସାଧାରଣ ନିର୍ବାଚନକୁ କିଛି ଦିନ ବିତିଯାଇଛି । ତେବେ ଦୀର୍ଘ 24 ବର୍ଷ ଧରି ଓଡିଶାକୁ ଶାସନ କରୁଥିବା ବିଜୁ ଜନତା ଦଳର ଶୋଚନୀୟ ଭାବେ ପରାସ୍ତ ହୋଇଛି । ପରାଜୟ ହେବା ପରେ ଦଳ ଓଡିଶାର ଶାସନ କ୍ଷମତାକୁ ହରାଇ ବସିଛି । ତେବେ ନିର୍ବାଚନର ବହୁ ମତ ଅଧିକାର କରି ବିଜେପି ଓଡିଶାରେ ସରକାର ଗଠନ କରିଛି ।

ତେବେ ବିଜୁ ଜନତା ଦଳ ହାରିବା ପଛର କାରଣ ଏଭଳି କିଛି କହିଛନ୍ତି ରାଜ୍ଯପାଳ ରଘୁବର ଦାସ । ଏକ ଜାତୀୟ ଗଣ ମାଧ୍ୟମକୁ ସାକ୍ଷାତକାର ଦେଇ ଓଡିଶାରେ ବିଜେଡି କାହିଁକି ହାରିଲା ତାହାର କାରଣ ସବୁ ଖୋଲି କହିଛନ୍ତି । ତେବେ ରାଜ୍ଯପାଳଙ୍କ କହିବା ଅନୁସାରେ ବିଜେଡି ହାରିବାର ବଡ କାରଣ ହେଉଛି ଆଣ୍ଟି ଇନକମ୍ବେନ୍ସି । ସରକାର ଯଦିଓ ରାଜ୍ୟବାସୀଙ୍କ ପାଇଁ ଗୋଟେ ପରେ ଗୋଟେ ଯୋଜନା କରିବାରେ ଲାଗି ପଡିଥିଲେ ।

ହେଲେ ସେହି ସବୁ ଯୋଜନା ଲୋକଙ୍କ ନିକଟରେ ଠିକ ଭାବେ ପହଞ୍ଚି ପାରୁନଥିଲା । ସରକାର କେବଳ ଯୋଜନା କରିଦେଉଥିଲେ । ହେଲେ ଲୋକଙ୍କ ପାଖରେ ବିଜୁଳି, ସଡକ, ପାଣି ଭଳି ଏହିସବୁ ସୁବିଧା ପହଞ୍ଚି ପାରୁନଥିଲା । ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲ୍ଲାକୁ ଗସ୍ତ କରୁଥିଲେ ରାଜ୍ୟପାଳ ରଘୁବର ଦାସ । ତାହାରି ମଧ୍ୟରେ ରାଜ୍ଯପାଳ ଓଡିଶାର ବାସ୍ତବ ଜିଲ୍ଲାକୁ ମଧ୍ୟ ଅତି ପାଖରୁ ଦେଖୁଥିଲେ । ସରକାରଙ୍କ ମାଳ ମାଳ ଯୋଜନା ଦୁର୍ନୀତି ଯୋଗୁ କିନ୍ତୁ ସଠିକ ଭାବେ ଲୋକଙ୍କ ନିକଟରେ ପହଞ୍ଚି ପାରୁନାହିଁ ।

ଯେଉଁ ସବୁ କାରଣରୁ ଲୋକଙ୍କ ମନରେ ସରକାରଙ୍କ ପ୍ରତି ଅସନ୍ତୋଷ ଭରି ହୋଇ ରହିଥିଲା । ଯାହାକି ଭୋଟ ବାକ୍ସରେ ପ୍ରତିଫଳିତ ହୋଇଥିଲା । ତେବେ ସାକ୍ଷାତକାରରେ ଏଭଳି କିଛି ବିଜେଡି ହାରିବାର କାରଣ ବଖାଣିଛନ୍ତି ରାଜ୍ଯପାଳ ରଘୁବର ଦାସ । ରାଜ୍ୟରେ ନୂଆ କରି ହୋଇଥିବା ସରକାର ପ୍ରଥମେ ଲୋକଙ୍କର ମୌଲିକ ସମସ୍ଯା ପ୍ରତି ଧ୍ୟାନ ଦେବା ଦରକାର ଅଟେ ।

ଓଡିଆ ଅସ୍ମିତାକୁ ପ୍ରସଙ୍ଗ କରି ବିଜେପି ଶାସନକୁ ଆସିଛି । ତେଣୁ ଅସ୍ମିତାର ସୁରକ୍ଷା ଓ ପ୍ରସାର ନେଇ ବର୍ତ୍ତମାନର ସରକାର କାମ କରିବା ଦରକାର ଉଚିତ । ଏଥିସହ ଦାଦନ ସମସ୍ଯା ଦୂର କରିବା ଦିଗରେ ମଧ୍ୟ ସରକାରଙ୍କୁ କାମ କରିବାର ଆବଶ୍ୟକତା ରହିଛି । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *