ଖଣି ମାଫିଆଙ୍କ ନିଦ ହଜେଇ ଦେଲେଣି ନୂଆ ସରକାର, ଶାନ୍ତିରେ ନିଶ୍ୱାସ ମାରିବାକୁ ଦେଉ ନାହାଁନ୍ତି…

ଖାଦନ ଭିତରୁ ଟେକି ଆଣିଲେ କୋଟିଏ ଟଙ୍କାର ମେସିନ ! ଓଡିଶାରେ ନୂଆ ସରକାର ଗଠନ ହେବା ପରେ ରାଜ୍ୟରେ ଲୁଚି ହେଉଥିବା ଦୁର୍ନୀତି ସବୁ ଗୋଟେ ପରେ ଗୋଟେ ସାମ୍ନାକୁ ଆସିବାରେ ଲାଗିଛି । ନୂଆ ସରକାର ଗୋଟେ ପରେ ଗୋଟେ ଦୁର୍ନୀତି ଉପରୁ ପରଦା ହଟାଇବାରେ ଲାଗି ପଡିଛନ୍ତି । ଏପରିକି ବିଭିନ୍ନ ବିଭାଗରେ ନିଯୁକ୍ତ ଥିବା ଅଫିସର ମାନେ ମଧ୍ୟ ନିଜ ନିଜର କାର୍ଯ୍ୟକୁ ଠିକ ଭାବେ ତୁଲାଉଛନ୍ତି । ରାଜ୍ୟରୁ ଦୁର୍ନୀତି ହଟାଇ ଦିନରାତି ପରିଶ୍ରମ କରିବାରେ ଲାଗି ପଡିଛନ୍ତି ।

ରାଜ୍ୟ ସ୍ତର ଠାରୁ ଆରମ୍ଭ କରି ଜିଲ୍ଲା ସ୍ତର ପର୍ଯ୍ୟନ୍ତ ସବୁଠାରେ କାମ ଟିକିନିକି ଭାବେ ଦ୍ରୁଷ୍ଟି ଦେଇ କରାଯାଉଛି । ରାଜ୍ୟରୁ ସବୁ ପ୍ରକାର ବେଆଇନ କାର୍ଯ୍ୟକୁ ଗୋଟି ଗୋଟି କରି ହଟାଇବା ପାଇଁ ସରକାର ଜୋରସୋରରେ ଲାଗି ପଡିଛନ୍ତି । ତେବେ ବିଶେଷ କରି ଖଣି ବିଭାଗ ଉପରେ ନୂଆ ସରକାରଙ୍କ ଟାର୍ଗେଟ ରହିଛି । ବାଲେଶ୍ଵରର ସୋର ଠାରେ ଥିବା ଖଞ୍ଜାମାହୋଲ ଖାଦାନ ଉପରେ ଏବେ ଚଢାଉ ହୋଇଛି । ଏହା ଉପରେ ଖଣି ବିଭାଗ ଚଢାଉ କରି 1 କୋଟିରୁ ଉର୍ଦ୍ଧ ଟଙ୍କାର ସାମଗ୍ରୀ ସେଠାରେ ଜବତ କରିଛି ।

କମ୍ପ୍ରେସର, ଡ୍ରିଲିଙ୍ଗ ଭଳି ଅନ୍ୟ କିଛି ବେଆଇନ ବିସ୍ଫୋରକ ଜିନିଷ ସବୁ ଜବତ କରାଯାଇଛି । ଯାହାର ମୂଲ୍ୟ ସବୁ ମିଶି 1 କୋଟି ଟଙ୍କାରୁ ଉର୍ଦ୍ଧ ହେବ ବୋଲି କୁହାଯାଉଛି । ତେବେ ପୋଲିସ ମାନଙ୍କ ଥିବା ଉପସ୍ଥିତିରେ ଖଣି ବିଭାଗ ଏହି ଖଣି ଖାଦାନ ଉପରେ ଚଢାଉ କରି ସେଠାକାର ସବୁ ଜିନିଷକୁ ସେଠାରୁ ଜବତ କରିଛି । ବାଲେଶ୍ଵର ଖଣି ଅଧିକାରିଣୀ ସନ୍ତୋଶିନୀ ସେଠି ସୋର ପୋଲିସ ସହାୟତାରେ ଏହି ଚଢାଉ କରିଛି ।

ଯେଉଁ ମିଶନରେ ତାଙ୍କୁ ଏକ ବହୁତ ବଡ ସଫକତା ମିଳିପାରିଛି। କାରଣ ସେଠାରେ ବହୁ ବେଆଇନ କାର୍ଯ୍ୟ ଚାଲୁ ରହିଥିଲା । ସରକାରଙ୍କ ରାଜସ୍ୱ ଲୁଟ୍ ଭଳି କାର୍ଯ୍ୟ ଏଠାରେ ଅନେକ ସମୟରେ କରାଯାଇଥାଏ । ତେବେ କିଛି ଦିନ ତଳେ ସେଠାରେ ପୋଲିସ ଚଢାଉ ଲକ୍ଷାଧିକ ଟଙ୍କା ଜବତ କରିଥିଲା । ଏଥର ପୁଣି ଖଣି ବିଭାଗର ଲୋକ ମାନେ ତାହା ଉପରେ ଚଢାଉ କରି ଏତେ ଟଙ୍କାର ସବୁ ଜିନିଷ ଜବତ କରିଛନ୍ତି। ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *