ଶିକ୍ଷକଙ୍କ ଦୁଃଖ ଶୁଣି ଦୁଃଖରେ ଭାଙ୍ଗିପଡିଲେ ମୁଖ୍ୟମନ୍ତ୍ରୀ… ନିଜ ହାତରେ ପାଣି ପିଆଇ ଅଧର୍ଯ୍ୟ ନ ହେବାକୁ କହିଲେ…

ଦୁଃଖ ଶୁଣୁ ଶୁଣୁ ପାଣି ପିଆଇଦେଲେ ମୁଖ୍ୟମନ୍ତ୍ରୀ ! ଓଡିଶାରେ ନୂଆ ସରକାର ଗଠନ ହେବାପରେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ସାଧାରଣ ଜନତାଙ୍କର ଭିଡ ଦେଖିବାକୁ ମିଳିଛି । ରାଜ୍ୟ ଅତିଥି ଭବନରେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଦେଖିବା ପାଇଁ କାହିଁ କେତେ ଦୂରରୁ ସାଧାରଣ ଜନତା ମାନେ ଧାଡି ବାନ୍ଧି କରି ଛିଡା ହୋଇଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀ ମଧ୍ୟ ଜଣ ଜଣ ମାରି ସାଧାରଣ ଜନତାଙ୍କୁ ଭେଟି ତାଙ୍କର ଦୁଃଖ ସବୁ ବୁଝିଛନ୍ତି ।

ଅଭିନେତା ଠାରୁ ଆରମ୍ଭ କରି ସାଧାରଣ ଜନତା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କର ଟିକିଏ ମାତ୍ର ଝଲକ ଦେଖିବା ପାଇଁ ଧାଡି ବାନ୍ଧି କରି ଲମ୍ବା ଲାଇନରେ ଛିଡା ହୋଇଥିଲେ । ସେଥିମଧ୍ୟରେ କିଛି ଛଟେଇ କମ୍ପୁଟର ଶିକ୍ଷକ ମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ । ସେଥିମଧ୍ୟରେ ଜଣେ ଦିବ୍ୟାଙ୍ଗ ଶିକ୍ଷକ ଯାହାଙ୍କ ନାମ ଅର୍ଜୁନ ନାୟକ ସେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଧାଇଁ ଆସିଥିଲେ । ଗତ ମାର୍ଚ 18 ତାରିଖରେ ଶିକ୍ଷକ ଅର୍ଜୟନ ନାୟକ ନିଜର ଏକ ଗୋଡ ହରାଇ ବସିଥିଲେ ।

ତଥାପି ସେ ନିଜ ଜୀବନ ଯୁଦ୍ଧରେ କେବେ ମଧ୍ୟ ହାର ମାନିନାହାନ୍ତି । ଏଭଳି ଅବସ୍ଥାରେ ସେ ନିଜେ ଆସି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ନିଜର ଦୁଃଖ ଜଣାଇଥିଲେ । ତେବେ ସେହି ଶିକ୍ଷକଙ୍କୁ ଦେଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଭୀର ଦୁଃଖ ପ୍ରକାଶ କରିଥିଲେ । ଯେତେବେଳେ ନିଜର ଗୋଟିଏ ଗୋଡରେ ଠିଆ ହୋଇ ଅର୍ଜୁନ ନାୟକ ନିଜର ଦୁଃଖ ଶୁଣାଉଥିଲେ । ସେତେବେଳେ ମୁଖ୍ୟମନ୍ତ୍ରୀ ନିଜେ ତାଙ୍କୁ ତାଙ୍କ ନିଜ ହାତରେ ପ୍ରଥମେ ପାଣି ପିଆଇ ତାଙ୍କର ଦୁଃଖ ସବୁ ଶୁଣିଥିଲେ ।

ଅର୍ଜୁନ ନାୟକଙ୍କୁ ଧର୍ଯ୍ୟହରା ନହୋଇ ତାଙ୍କୁ ସାନ୍ତ୍ଵନା ଦେଇଥିଲେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ । ଅର୍ଜୁନ ନାୟକଙ୍କ ହାତକୁ ଧରି ତାଙ୍କୁ ବ୍ୟସ୍ତ ନହେବା ପାଇଁ କହିଥିଲେ । ଏହା ମଧ୍ୟ କହିଥିଲେ, ଯେ ମୁଁ ସବୁବେଳେ ତୁମ ମାନଙ୍କ ସହ ଅଛି । ତେବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଅର୍ଜୁନ ନାୟକ ମଧ୍ୟ ବେଶ ଖୁସି ଅଛନ୍ତି ବୋଲି ନିଜର ପ୍ରତିକ୍ରିୟାରେ ଜଣାଇଛନ୍ତି । ଏଥିସହ ସେ କହିଛନ୍ତି । ଆମ ନୂଆ ମୁଖ୍ୟମନ୍ତ୍ରୀ ଆମର ସବୁ ସମସ୍ଯାର ସମାଧାନ କରିବେ ବୋଲି ମୋର ଆଶା ରହିଛି । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *