ମହାପ୍ରଭୁଙ୍କ କୃପାରୁ ଶ୍ରୀମନ୍ଦିର ଚାରି ଦ୍ଵାର ଖୋଲିବା ପ୍ରତିଶ୍ରୁତି ପୂରଣ ହୋଇଛି, Odisha CM Mohan Charan Majhi

ଚାରି ଦ୍ଵାର ଖୋଲିବା ମହାପ୍ରଭୁଙ୍କ ଆଶ୍ରୀବାଦରେ ସମ୍ଭବ ହୋଇଛି । ତେବେ ପୁରୀ ଶ୍ରୀମନ୍ଦିରର ଚାରିଦ୍ଵାର ଖୋଲିବା କାର୍ଯ୍ୟ ପୂରଣ ହୋଇଛି । ତେବେ ଶ୍ରୀମନ୍ଦିରର ଚାରିଦ୍ଵାର ଖୋଲାଯିବା ନେଇ ନୂତନ ଭାବେ ଓଡିଶାର ମୁଖ୍ୟମନ୍ତ୍ରୀ ହୋଇଥିବା ମାନ୍ୟବର ଚରଣ ମାଝି ଗଣ ମାଧ୍ୟମରେ ଗଣ ମାଧ୍ୟମ ସାମ୍ନାରେ କଣ ପ୍ରତିକ୍ରିୟା ରଖିଛନ୍ତି ଜାଣନ୍ତୁ । ତେବେ ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶ୍ରୀବାଦରେ ଆଜି ଶ୍ରୀମନ୍ଦିରର ଚାରି ଦ୍ଵାର ଖୋଲିବା ସମ୍ଭବ ହୋଇଛି ।

ତେବେ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଥମ ଥର ପାଇଁ କ୍ଯାବିନେଟ ବୈଠକ ବସିଥିଲା । ଯେଉଁଥିରେ ପ୍ରଥମେ 4 ଟି ପ୍ରସ୍ତାବ ଗ୍ରହଣ କରଯାଇଥିଲା । ଶ୍ରୀ ମନ୍ଦିରର ଚାରି ଦ୍ଵାର ଖୋଲାଯିବା ପ୍ରସଙ୍ଗ ଉଠିଥିଲା । ନିର୍ବାଚନ ସମୟରେ ଚାରିଦ୍ଵାର ଖୋଲାଯିବା ପ୍ରତିଶ୍ରୁତି ବିଜେପି ଦେଇଥିଲା । ତେବେ ସେହି ପ୍ରଥମ ପ୍ରତିଶ୍ରୁତି ପୂରଣ କରିବାକୁ ଯାଇ ପୁରୀ ଶ୍ରୀମନ୍ଦିରର ଚାରିଦ୍ଵାର ଖୋଲାଯାଇଛି ।

ତେବେ ଆଜି ମହାପ୍ରଭୁଙ୍କର ସକାଳ ମଙ୍ଗଲ ଆଳତୀ ପରେ ପରେ ହିଁ ବନ୍ଦ ରହିଥିବା ବାକି 3 ଟି ଦ୍ଵାରକୁ ଭକ୍ତ ମାନଙ୍କ ପାଇଁ ଖୋଲାଯାଇଛି । ତେବେ ସମସ୍ତ ମନ୍ତ୍ରୀ ମାନଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକୁ କରାଯାଇଛି । ମନ୍ଦିର ପରିଚାଳନା କାର୍ଯ୍ୟରେ ଯେପରି ଭକ୍ତଙ୍କର ଆଧ୍ୟାତ୍ମିକ କାର୍ଯ୍ୟରେ କୌଣସି ପ୍ରକାର ବାଧାବିଘ୍ନ ନଆସୁ । ସେହି ସବୁ କଥାକୁ ଦ୍ରୁଷ୍ଟିରେ ରଖି ଏହି ଶ୍ରୀମନ୍ଦିରର ଚାରିଦ୍ଵାର ଖୋଲାଯିବା ପଦକ୍ଷେପ ନିଆଯାଇଛି ।

ତେବେ ଶ୍ରଦ୍ଧାଳୁଙ୍କର ଏହି ଇଛା ବର୍ତ୍ତମାନ ସଂପୂର୍ଣ୍ଣ ହୋଇପାରିଛି । ଶ୍ରଦ୍ଧାଳୁ ମାନଙ୍କର ମଧ୍ୟ ଏଥିପାଇଁ ସହମତି ଆଗରୁ ଥିଲା । ତେଣୁ ଏହି କାର୍ଯ୍ୟ ହେବ ଅପରେ ଭକ୍ତ ମାନେ ବହୁତ ଖୁସି ଅଛନ୍ତି । ଏହା ଯାହା ବି ସବୁ କିଛି ହୋଇଛି । ତାହା ମହାପ୍ରଭୁ ଜଗନ୍ନାଥଙ୍କର ଆଶ୍ରୀବାଦରେ ସମ୍ଭବ ହୋଇଥିବାରୁ ତାଙ୍କୁ ମୁଁ କୋଟି କୋଟି ପ୍ରଣାମ ଜଣାଉଛି । ଶ୍ରୀମନ୍ଦିରର ପରିକ୍ରମା କରି ମନ୍ଦିର ଭିତରେ ଓ ବାହାରେ ସବୁ କିଛି ଭଲ ଭାବେ ଅନୁଧ୍ୟାନ କରିଛୁ ।

ତେଣୁ ଆଗାମୀ ସମୟ ପାଇଁ ଏଥିପ୍ରତି ଦିଗରେ କଣ ସବୁ ପଦକ୍ଷେପ ରାଜ୍ୟ ସରକାର ଓ ପ୍ରଶାସନ ତରଫରୁ ନିଆଯାଇପାରିବ ତାହା ଖୁବ ଶୀଘ୍ର ଆଲୋଚନା କରାଯାଇ ତାହାକୁ କାର୍ଯ୍ୟକାରୀ କରାଯିବ । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *