ଟ୍ରାଫିକରେ 15 ମିନିଟ୍ ଫସିଲେ , ସାଧାରଣ ଲୋକ ଭଳି ହସିହସି ଅପେକ୍ଷା କଲେ l Ex CM Naveen Patnaik

ଟ୍ରାଫିକରେ ଫସିଲେ ନବୀନ ଆଉ ହସି ହସି ଅପେକ୍ଷା କରିଲେ । ଖବର ମୁତାବିକ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହରୁ ବିଜେଡି ସୁପ୍ରିମୋ ଯେତେବେଳେ ସଭା ସାରି ଫେରିକି ଆସୁଥିଲେ । ସେହି ସମୟରେ ସେ ଏଭଳି କିଛି କରି ଦେଖାଇଛନ୍ତି । ଯାହା ପୁଣି ଥରେ ତାଙ୍କୁ ଲୋକଙ୍କର ଅତି ପ୍ରିୟର ନେତା ବୋଲି ପ୍ରମାଣ କରି ଦେଖାଇଦେଇଛନ୍ତି । ତେବେ ଚଳିତ ବର୍ଷ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ବହୁ ମତ ଅଧିକାର କରି ଓଡିଶାରେ ସରକାର ଗଠନ କରିଛି ।

ଯାହାପରେ ଏବେ ନବୀନ ପଟ୍ଟନାୟକ  ଓଡିଶାର ମୁଖ୍ୟମନ୍ତ୍ରୀରୁ ପାଲଟିଯାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ । ସେ ଏବେ ବିଜୁ ଜନତା ଦଳର ସଭାପତି ଏବଂ ଜଣେ ବିଧାୟକ ହୋଇ ରହିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ପଦ ଯିବା ପରେ ନବୀନ ଜଣେ ସାଧାରଣ ଲୋକଙ୍କ ଭଳି ରାସ୍ତାରେ ଯିବା ଆସିବା କରୁଛନ୍ତି । ତାଙ୍କ ଗାଡି ସହ ଆଉ 10 ରୁ 12 ଟି ଗାଡି ମଧ୍ୟ ନାହିଁ । ତାଙ୍କର ଆଗ ଭଳି ଆଉ ସ୍ଵତନ୍ତ୍ର କାରକେଡ ବ୍ୟବସ୍ଥା ମଧ୍ୟ ନାହିଁ ।

ନବୀନ ପଟ୍ଟନାୟକ ଯେତେବେଳେ ଶପଥ ସମାରୋହରୁ ଫେରୁଥିଲେ । ସେତେବେଳେ ହଟାତ ସଚିବାଳୟ ସମ୍ମୁଖରେ ଟ୍ରାଫିକ ଜାମ ଯୋଗୁ ଗାଡି ଗୁଡିକର ଲାଇନ ଲାଗିଯାଇଥିଲା। ସେହି ଭିଡ ଟ୍ରାଫିକ ଜାମ ଭିତରେ ନବୀନ ପଟ୍ଟନାୟକ ଅଟକି ରହିଥିଲେ । ଏପରିକି ତାଙ୍କ ସହ ପୋଲିସ କି ସିକ୍ଯୁରିଟି କିଛି ନଥିଲା । ସାଧାରଣ ଲୋକଙ୍କ ଭଳି ତାଙ୍କ ଗାଡିଟି ଟ୍ରାଫିକରେ ଛିଡା ହୋଇ ରହିବା ସହ ନବୀନ ମଧ୍ୟ ଖୁସିରେ କିଛି ସମୟ ସେଠାରେ ଅଟକି ରହିଥିଲେ । ଟ୍ରାଫିକ ଛାଡିବା ପରେ ତାଙ୍କ ଗାଡି ରାସ୍ତାରେ ଆଗକୁ ଗଡିଥିଲା ।

ତେବେ ଏହା ଥିଲା ନବୀନ ପଟ୍ଟନାୟକଙ୍କ ପରିଚୟ ଏବଂ ଲୋକଙ୍କ ପ୍ରତି ଥିବା ତାଙ୍କର ଭଲ ପାଇବା । ତେବେ ସବୁଥର ପରି ଏଥର ମଧ୍ୟ ନବୀନ ପଟ୍ଟନାୟକ ନିଜ ଭିତରେ ଥିବା ମଣିଷପଣିଆ ଦେଖାଇଦେଇଛନ୍ତି । ସମସ୍ତଙ୍କର ଅତି ପ୍ରିୟର ପୂର୍ବତନ ନବୀନ ପଟ୍ଟନାୟକ ସ୍ଵଭାବରେ ଯେତିକି ଭଦ୍ର ଓ ନମ୍ର ତାଙ୍କର କାର୍ଯ୍ୟ ମଧ୍ୟ ସେତିକି ଲୋକପ୍ରିୟ । ସେଥିପାଇଁ ତ ସେ ଦୀର୍ଘ 24 ବର୍ଷ ଧରି ଓଡିଶାର ପ୍ରମୁଖ ଶାସନର ମଙ୍ଗ ଧରି ଓଡିଶାର ମୁଖ୍ୟମନ୍ତ୍ରୀ ହୋଇ ରହି ଆସିଥିଲେ। ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *