ଘୋଷଣା ହେଲା ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ । ନବୀନଙ୍କ ଆଖି କୋଣରୁ ଜକେଇ ଆସିଲା ଲୁହ । ଶେଷରେ ଏମିତି କଲେ ନବୀନ…Naveen Patnaik

ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ପରେ ନବୀନ କଲେ ଏମିତି…? ହଁ ଆଜ୍ଞା ଗତକାଲି ବିଜେପି ବୈଠକରେ ଓଡିଶାର ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯାଇଛି । କେନ୍ଦୁଝର ବିଧାୟକ ମୋହନ ମାଝି ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ସେ ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀ ଶପଥ ପାଠ କରି ଓଡିଶାର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ତେବେ ଅପର ପକ୍ଷରେ ଗତ 24 ବର୍ଷ ଧରି ଲଗାତର ଓଡିଶାର ମୁଖ୍ୟମନ୍ତ୍ରୀ ହୋଇ ଆସୁଥିବା ନବୀନ ପଟ୍ଟନାୟକଙ୍କୁ ଚଳିତ ବର୍ଷ ସାଧାରଣ ନିର୍ବାଚନରେ ପରାଜୟର ସାମ୍ନା କରିବାକୁ ପଡିଛି ।

ବିଜୁ ଜନତା ଦଳର ପ୍ରତିଷ୍ଠା ଦିନ ପର ଠାରୁ ପ୍ରଥମ କରି ନବୀନଙ୍କୁ ପରାଜୟ ଦେଖିବାକୁ ମିଳିଛି । ଦୀର୍ଘ 24 ବର୍ଷ ଧରି ଯିଏ ଓଡିଶାର ଶାସନ ଭାରର ଦାୟିତ୍ଵ ନେଇ ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ । ସେହି ମୁଖ୍ୟମନ୍ତ୍ରୀ ପଦ ଏବେ ନବୀନଙ୍କ ପାଖରେ ଆଉ ନାହିଁ । ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସେ ଏବେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପାଲଟି ଯାଇଛନ୍ତି ।

ତେବେ ବିଜୁ ଜନତା ଦଳ ହାରିହାରିଯାଇଛି ସତ ହେଲେ ଏବେ ପର୍ଯ୍ୟନ୍ତ ଦଳ ଭାଙ୍ଗିନାହିଁ ଏମିତି କହି ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହେବା ପରେ ଏବେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଏକ୍ସ ପ୍ରୋଫାଇଲରେ ନାମ ପରିବର୍ତ୍ତନ କରିଛନ୍ତି । ସେ କେବଳ ବିଜେଡିର ସଭାପତି ବୋଲି ନିଜର ନାମ ରଖିଛନ୍ତି । ହଁ ଆଜ୍ଞା ଓଡିଶାରେ ଏବେ ନବୀନ ଯୁଗର ଅନ୍ତ ଘଟିଛି । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସେ ଏବେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ହୋଇଯାଇଛନ୍ତି ।

ଏଥିସହ ତାଙ୍କର ବର୍ତ୍ତମାନର ପରିଚୟ ହେଉଛି ବିଧାୟକ ଏବଂ ବିଜୁ ଜନତା ଦଳର ସଭାପତି । ଦୀର୍ଘ 24 ବର୍ଷ ଧରି ଶାସନ ଗାଦିରେ ବସି ରହିଥିବା ଓଡିଶାବାସୀଙ୍କର ପ୍ରିୟ ନବୀନ ପଟ୍ଟନାୟକ ଏବେ ପ୍ରଥମ ଥର ପାଇଁ ବିରୋଦ୍ଧି ଆସନରେ ବସିବାକୁ ଯାଉଛନ୍ତି । ତେବେ ଭାରତୀୟ ଜନତା ପାର୍ଟିର ନୂଆ ମୁଖ୍ୟମନ୍ତ୍ରୀ ନାମ ଘୋଷଣା ହେବା ପରେ ନବୀନ ପଟ୍ଟନାୟକ ଏମିତି କିଛି କରିଛନ୍ତି । ସେ ବର୍ତ୍ତମାନ ଆଉ ଓଡିଶାର ମୁଖ୍ୟମନ୍ତ୍ରୀ ହୋଇ ନାହାନ୍ତି ବୋଲି ନିଜ ଏକ୍ସ ରେ ଲେଖି ଜଣାଇଛନ୍ତି । ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *