ଜଟଣୀ କଂଗ୍ରେସରେ ଫାଟ, Manmath Raut ray ଙ୍କୁ ହୋଇପାରେ କ୍ଷତି! ଫାଇଦାରେ Aparajita

ବିଜେଡିକୁ ଅଡୁଆ ଜଟଣୀ କଙ୍ଗ୍ରେଶ କଳି ! ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ଆସୁଥିବା ଜଟଣୀ ବିଧାସଭା ନିର୍ବାଚନ ମଣ୍ଡଳୀରେ ଏବେ କଙ୍ଗ୍ରେଶ କଳି ଜୋରଦାର ଭାବେ ଦେଖିବାକୁ ମିଳୁଛି । ଜଟଣୀରୁ ବିଧାନସଭା ପ୍ରାର୍ଥୀ କିଏ ହେବ ? ଏହାକୁ ନେଇ ଅନେକ ଗୋଷ୍ଠୀଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗି ରହିଛି । ବରିଷ୍ଠ କଙ୍ଗ୍ରେଶ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ ବିଜେଡିରେ ମିଶିବା ସହ ବିଜେଡି ଟିକେଟରେ ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଭାବେ ଛିଡା ହେବା ।

ଜଟଣୀ କଙ୍ଗ୍ରେଶରେ ବହୁତ ବଡ ଫାଟ ସୃଷ୍ଟି ହୋଇଛି । ପ୍ରକୃତରେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ମନ୍ମଥଙ୍କୁ ବାପା ସୁର ରାଉତ ସମର୍ଥନ କରିବା ସାନ ପୁଅ ମନ୍ମଥଙ୍କୁ ଜିତାଇବା ପାଇଁ ଭୋଟ ମାଗିବା ପରେ ହିଁ ଏହି ଫାଟ ଦେଖାଦେଇଛି । ପ୍ରଥମେ ନିଜକୁ ସୁରଙ୍କ ପୁତୁରା କହୁଥିବା ସଂଗ୍ରାମ ରାୟ ରାଜ୍ୟ କଙ୍ଗ୍ରେଶ କାର୍ଯ୍ୟଳୟ ପହଞ୍ଚି ସେଠାରେ ନିଜ ସମର୍ଥକଙ୍କ ସହ ହଙ୍ଗାମା ମଚାଇ ଥିଲେ । ଏଥିସହ ଜଟଣୀରେ ବିଧାୟକ ପ୍ରାର୍ଥୀ ହେବା ପାଇଁ କଙ୍ଗ୍ରେଶ ଟିକେଟ ଦାବୀ କରିଥିଲେ ।

ସେ ସୁର ରାଉତଙ୍କୁ ନିର୍ବାଚନରେ ଜିତାଇବା ପାଇଁ ବହୁତ ପରିଶ୍ରମ କରିଥିଲେ । କାରଣ ସୁର ତାଙ୍କୁ କୁଆଡେ କଥା ଦେଇଥିଲେ । ଯେ ତାଙ୍କ ପୁଅ ମାନେ ଚାକିରୀ କରୁଛନ୍ତି । ତେଣୁ ସେମାନେ ଏହି ରାଜନୀତିକୁ ଆସିବେ ନାହିଁ । ହେଲେ ଏବେ ସୁର ତାଙ୍କ ପୁଅ ମାନଙ୍କୁ ରାଜନୀତିଙ୍କୁ ଆଣି ତାଙ୍କ ପୁତୁରାକୁ ଧୋକା ଦେଇଛନ୍ତି ବୋଲି ତାଙ୍କ ପୁତୁରା ନିଜେ ମିଡିଆ ସାମ୍ନାରେ ସୁରଙ୍କ ବିରୁଦ୍ଧରେ ଗର୍ଜନ କରି କହିଥିଲେ । ତେବେ ସୁରଙ୍କ ରାଜନୈତିକ ଉତ୍ତରାଧିକାରୀ ହେବା ପାଇଁ ଜଟଣୀ କଙ୍ଗ୍ରେଶରେ ଜୋରଦାର କଳି ଲାଗିଛି ।

କାରଣ ଜଟଣୀ ବିଧାନସଭା ଆସନ ଏଥିପାଇଁ ଗୁରୁତ୍ଵପୂର୍ଣ୍ଣ କାରଣ ଜଟଣୀ ନିର୍ବାଚନ ମଣ୍ଡଳୀର ଭୋଟ ଭୁବନେଶ୍ବର ସଂସଦୀୟ କ୍ଷେତ୍ର ପାଇଁ ସବୁବେଳେ ନିର୍ଣ୍ଣାୟକ ହୋଇ ଆସିଛି । ଯେଉଁଥି ପାଇଁ ଭୂବନେଶ୍ବର ଲୋକସଭା ଆସନରୁ ଉଭୟ ବିଜେଡି ଓ ବିଜେପିରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାୟ ଏବଂ ଅପରାଜିତା ଷଡଙ୍ଗୀଙ୍କ ଦ୍ରୁଷ୍ଟି ଜଟଣୀ ବିଧାନସଭା ଆସନ ଉପରେ ରହିଛି । କାରଣ 2 ଲକ୍ଷରୁ ଉର୍ଦ୍ଧ ଭୋଟର ଥିବା ଜଟଣୀ ନିର୍ବାଚନ ମଣ୍ଡଳୀରୁ ଅଧିକ ଭୋଟ ଯାହା ସପକ୍ଷରେ ଯିବ ସେ ହିଁ ବିଜୟ ହେବ ବୋଲି ଚର୍ଚା ଚାଲିଛି । ଖବରର ଅପଡେଟ ପାଇଁ ଆଗକୁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *