ଅଭିଶାପ ପଡିଲା ବୋଲି ଜେଲ୍ ଗଲେ ଟୁଟୁ ନାୟକ । ହଁ ଆଜ୍ଞା ଗତ କାଲି ବରିଷ୍ଠ ପ୍ରଯୋଜକ ଟୁଟୁ ନାୟକଙ୍କୁ ପୋଲିସ ଗିରଫ କରିଛି । ଯାହା ବର୍ତ୍ତମାନ ସବୁଆଡେ ଚହଳ ସୃଷ୍ଟି କରିଛି । ତେବେ ମହିଳା ସାମ୍ବାଦିକାଙ୍କୁ ଚାପୁଡା ମାରିବା ଅଭିଯୋଗରେ ଟୁଟୁ ନାୟକଙ୍କୁ ପୋଲିସ ଗିରଫ କରିଛି । ତେବେ ଏହା ଦେଖି ସର୍ବସାଧାରଣରେ ବର୍ତ୍ତମାନ ଗୋଟିଏ କଥା ଆଲୋଚନା ହେବାରେ ଲାଗିପଡିଛି । ଯେ ମନୋଜ ମିଶ୍ରଙ୍କର ଅଭିଶାପ ପଡିଲା, ତେଣୁ ଟୁଟୁ ନାୟକଙ୍କୁ ପୋଲିସ ନେଲା ।
ହଁ ଆଜ୍ଞା ଏହା ଆମେ କହୁନାହୁଁ । ବଂର ସର୍ବସାଧାରଣ ତଥା ଦେଖଣାହାରୀ ଲୋକ ମାନେ କିଛି ଏଭଳି କହିବାରେ ଲାଗି ପଡିଛନ୍ତି । ତେବେ ଓଡିଆ ଚଳଚିତ୍ର କଳି ଛିଡିବାର ନାଁ ନେଉନାହିଁ । ଗୋଟିଏ ପରେ ଗୋଟିଏ ବିବାଦ ସାମ୍ନାକୁ ଆସିବାରେ ଲାଗିଛି । ଏହି ଯେପରି ଗତ କିଛି ଦିନରୁ ଅଭିନେତା ମନୋଜ ମିଶ୍ର କିଛି କଥାକୁ ନେଇ ବିବାଦ ଘେରରେ ଛନ୍ଦି ହୋଇଯାଇଥିଲେ । ଏବେ ପୁଣି ଓଡିଆ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ ମଧ୍ୟ ଏଭଳି କିଛି ଅଭିଯୋଗରେ ଥାନାରେ ଭର୍ତ୍ତି ହୋଇଛନ୍ତି ।
ତେବେ ମନୋଜ ମିଶ୍ରଙ୍କୁ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରୁ 2 ବର୍ଷ ପାଇଁ ବ୍ୟାନ କରିବା କଥା ଉଠିବା ପରେ ମନୋଜ ମିଶ୍ର ସଂପୂର୍ଣ୍ଣ ଭାବେ ଭାଙ୍ଗି ପଡିଥିଲେ । ତେବେ ଯେଉଁ କାରଣରୁ ମନୋଜଙ୍କର ଗୋଟିଏ ଭିଡିଓ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଥିଲା । ଯେଉଁ ଭିଡିଓରେ ମନୋଜ କହୁଛନ୍ତି । ଯେ ତମେ ମାନେ ମୋତେ ଯେତେ ହଇରାଣରେ ପକାଉଛ । ତମ ମାନଙ୍କର କଥା ପ୍ରଭୁ ଜଗନ୍ନାଥ ଓ ମା’ ସମଲେଇ ନିହାତି ବୁଝିବେ ।
ପ୍ରଭୁ ଜଗତର ନାଥ ଜଗନ୍ନାଥ ଓ ମା’ ସମଲେଇଙ୍କୁ ଡାକି ଡାକି ମନୋଜ ମିଶ୍ରଙ୍କୁ ବିବାଦରେ ଛନ୍ଦିଥିବା ଲୋକଙ୍କୁ କିଛି ଏଭଳି କହୁଥିଲେ । ତେବେ ମନୋଜ ମିଶ୍ରଙ୍କର କାନ୍ଦି କାନ୍ଦି ଦେଇଥିବା ଅଭିଶାପ କୁଆଡେ ପ୍ରଯୋଜକ ଟୁଟୁ ନାୟକଙ୍କ ଉପରେ ପଡିଯାଇଛି କି ! ଏଭଳି କିଛି କଥା ବର୍ତ୍ତମାନ ସାଧାରଣରେ ସବୁଆଡେ ଚର୍ଚା ହେବାରେ ଲାଗି ଯାଇଛି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ