ବାପା ହେବ ତ ଏମିତି ! ହଁ ଆଜ୍ଞା ଜଣେ ବାପା ନିଜ ଝିଅକୁ ଛୋଟରୁ ବଡ କରିସାରିଲା ପରେ ଝିଅର ବାହାଘରକୁ ନେଇ ଅନେକ ସ୍ଵପ୍ନ ମଧ୍ୟ ରଖିଥାଏ । କିଭଳି ଏକ ରାଜକୁମାର ପୁଅ ସହ ଗୋଟେ ଭଲ ପରିବାର ଦେଖି ନିଜ ଝିଅକୁ ବାପାରି ବାହା ଦେବ । ଯେମିତି ସେଠାରେ ଝିଅଟି ତା’ ର ଶାଶୁଘରେ ଭଲରେ ଚଳିବ । ସେହିଭଳି ଜଣେ ବାପା ମଧ୍ୟ ନିଜ ଝିଅକୁ ବଡ ଧୂମଧାମରେ ବାହା କରେଇ ତା’ ଶାଶୁଘର ବିଦା କରିଥିଲା ।
ହେଲେ ଝିଅ କିଛି ଦିନ ଶାଶୁଘରେ ରହିଲା ପରେ ଝିଅର ଶାଶୁଘର ଲୋକେ ଝିଅକୁ ଭଲରେ ଚଳିବା ପାଇଁ ଦେଇନଥିଲେ । ଝିଅଟି କିଛି ଦିନ ଶାଶୁଘରର ଅସୁବିଧା ମଧ୍ୟରେ ଭଲରେ ଚଳିବା ପାଇଁ ଚେଷ୍ଟା ମଧ୍ୟ କରିଥିଲା । ହେଲେ ଝିଅଟି ତା’ ଶାଶୁଘର ଲୋକେ ବହୁ ନିର୍ଯାତନା ଦେବାରୁ ଏହି ସମ୍ପର୍କରେ ଝିଅଟି ତା’ ର ବାପାକୁ ସବୁ କଥା ଖୋଲି ଜଣାଇ ଥିଲା । ତେବେ ଝିଅର ସବୁ କଥା ଶୁଣି ବାପା ଏଭଳି ଏକ ନିଷ୍ପତ୍ତି ନେଇଥିଲେ ।
ଯାହା ବର୍ତ୍ତମାନ ସମୟରେ ଚର୍ଚାର ବିଷୟ ପାଲଟିଛି । ଝିଅଟି ତା’ ର ଶାଶୁଘରେ ଏଭଳି ଅବସ୍ଥାରେ ରହୁଥିବାର ଦେଖି ଝିଅର ବାପା ଏଭଳି ନିଷ୍ପତ୍ତି ନେଇଥିଲେ । ବ୍ୟାଣ୍ଡପାର୍ଟି ବଜାଇ ଧୂମଧାମ ରୋଷଣୀ କରି ନିଜ ଝିଅକୁ ତା’ ର ଶାଶୁଘରୁ ନେଇ ଆସିଥିଲେ ଝିଅଟିର ବାପା । ତେବେ ଏହି ଘଟଣା ସମ୍ପର୍କରେ 15 ଅକ୍ଟୋବରରେ ଫେସବୁକ୍ ରେ ଝିଅଟି ଶେୟାର କରିବାରୁ ଘଟଣାଟି ସାମ୍ନାକୁ ଆସିଥିଲା । ତେବେ ଝିଅର ବାପା ପ୍ରେମ ଗୁପ୍ତାଙ୍କ କହିବା ଅନୁସାରେ ମୁଁ ମୋ ଝିଅର ବାହାଘର ବହୁତ ଧୂମଧାମରେ କରିଥିଲି ।
ଜ୍ଵାଇଁ ବିଦ୍ୟୁତ ବିଭାଗରେ କାମ କରୁଥିବା ସହ ଭଲ ବୋଲି ଜାଣିଥିଲି । ହେଲେ ବିବାହ ପରେ ମୋ ଝିଅକୁ ସେଠାରେ ନିର୍ଯାତନା ଦେବା ସହ ଜ୍ଵାଇଁ ଅନ୍ୟତ୍ର 2 ଜାଗାରେ ପ୍ରଥମରୁ ବିବାହ କରିବାର ଜାଣିବାକୁ ପାଇଥିଲି । ତାପରେ ମନବଳକୁ ନଭାଙ୍ଗି ଝିଅକୁ ଭଲରେ ରଖିବା ପାଇଁ ଏପରି କିଛି ନିଷ୍ପତ୍ତି ନେଇଥିଲି । ଝିଅକୁ ଭଲରେ ମୋ ଘରକୁ ଫେରାଇ ଆଣିଥିଲି । ତାପରେ ଝିଅର ଛାଡପତ୍ର କିଭଳି ଅତି ଶୀଘ୍ର ହୋଇଯିବ ତାହାର ମଧ୍ୟ କାର୍ଯ୍ୟ ଆରମ୍ଭ କରିଦେଇଥିଲି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଧନ୍ୟବାଦ