ମୁଁ ସିମରନଙ୍କୁ ଘରଲୋକଙ୍କ ସହ କଥା କରେଇଛି । ହଁ ଆଜ୍ଞା ଓଡିଆ ସିରିଏଲ ମାଧ୍ୟମରେ ନିଜର ଅଭିନୟ ଦ୍ଵାରା ଘରେ ଘରେ ଅତି ପରିଚିତ ଅଭିନେତା ହେଉଛନ୍ତି ସନୋଜ । ଯାହାଙ୍କୁ ଦର୍ଶକଙ୍କର ବହୁତ ସାରା ଭଲ ପାଇବା ମିଳିଆସିଛି । ତେବେ ଏକ ଇଣ୍ଟରଭିୟୁରେ ସନୋଜ ନିଜର ବାଇଟ ଦେଇଛନ୍ତି । ଯେଉଁଠାରେ ସନୋଜ କହିଛନ୍ତି କି ! ଜଣେ କଳାକାର ହିସାବରେ ମୁଁ ନିଜର ବେଷ୍ଟ ଦେବାକୁ ସବୁବେଳେ ଚେଷ୍ଟା କରିଥାଏ । ଅଭିନୟ ପ୍ରତି ମୋର ଆଗ୍ରହ ଅଛି ।
ଏହି ଲାଇନରେ ଆଗକୁ କିଛି କରିବାର ଅଛି ବୋଲି ଏହି ଲାଇନକୁ ନିଜର କ୍ଯାରିଅର ରୂପେ ବାଛିନେଲି । ଅଭିନୟ କରିବା ପରେ ଲୋକଙ୍କର ଏତେ ସାରା ମୋ ପାଇଁ ଭଲ ପାଇବା ମିଳିଲା । ଲୋକ ବାହାରେ ମୋତେ ବହୁ ମାତ୍ରାରେ ଜାଣିଲେ ଓ ଚିହ୍ନିଲେ । ତେଣୁ ମୁଁ ଏଥିରେ ଖୁସି ଅଛି, ହେଲେ ଆଗକୁ ବି ଏଥିରେ ଆହୁରି କିଛି କରିବାର ଅଛି । ଯଦି ସିନ୍ଦୁରର ଅଧିକାରର ମୋର କୋ ଆକଟ୍ରେସ କଥା କହିବାକୁ ଜିବି । ତେବେ ସିମରନ ଜଣେ ବହୁତ ଭଲ ପିଲା ।
ତାଙ୍କର ଅଭିନୟ ବହୁତ ଭଲ । ଯଦି ଜଣେ ସାଙ୍ଗ ହିସାବରେ କହିବି । ତେବେ ତାଙ୍କ ସହ ତ ସବୁଦିନ କାମ ରୁହେ । ତେଣୁ ଜଣେ ବନ୍ଧୁ ଭାବରେ ବି ଭଲ ଅଟନ୍ତି ସିମରନ । ସିମରନଙ୍କୁ ଖାଲି ମୁଁ ନୁହେଁ । ଆମ ପରିବାର ଲୋକ ମଧ୍ୟ ଭଲରେ ଜାଣିଛନ୍ତି । କାରଣ ସିମରନଙ୍କୁ ନେଇ ମୁଁ ମୋ ପରିବାର ସହ ଭେଟ କରେଇଛି । ସିରିଏଲରେ ଲୋକ ମାନେ ଆମ ଦୁହିଙ୍କ ଯୋଡିକୁ ବହୁତ ଭଲ ପାଆନ୍ତି ।
ଏମିତିକି ସିମରନ ଓ ମୁଁ ମ୍ୟାରେଜ ଆଗକୁ ଯାଇ କରିବା କି ନାହିଁ ପଚାରନ୍ତି । ହେଲେ ସେମିତି ଏବେ କିଛି ବି ହେବାର ନାହିଁ । ଆମେ କେବଳ ଅଭିନୟ ଦ୍ଵାରା ଲୋକଙ୍କର ମନୋରଞ୍ଜନ କରାଇବା ପାଇଁ ଚାହିଁବୁ । ତେବେ ଆପଣଙ୍କୁ ସିମରନ ଓ ସନୋଜଙ୍କ ଯୋଡି କିଭଳି ଲାଗେ ? ଆପଣଙ୍କର ମତାମତ ଆମକୁ କମେଣ୍ଟ କରିକି ଜଣାନ୍ତୁ । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ